Videos
|
Odisha

Crime In Odisha / ସନ୍ଧ୍ୟାରେ ବସି ଏକାଠି ମଦ ପିଇଲେ; ପୁଣି ଲଢ଼ିଲେ, ଚାଲିଗଲା ୱାର୍ଡ ମେମ୍ବରଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·49 mins ago·2 min read
ସନ୍ଧ୍ୟାରେ ବସି ଏକାଠି ମଦ ପିଇଲେ; ପୁଣି ଲଢ଼ିଲେ, ଚାଲିଗଲା ୱାର୍ଡ ମେମ୍ବରଙ୍କ ଜୀବନ
Friends Drank Together, Then Fight Turned Fatal

Key Points

ସନ୍ଧ୍ୟାରେ ସାଙ୍ଗ ମେଳରେ ୱାର୍ଡ ମେମ୍ବରଙ୍କୁ ହତ୍ୟା । କେନ୍ଦୁଝର ଜିଲ୍ଲା ଦଇତାରି ଥାନା ଅଞ୍ଚଳରେ ୱାର୍ଡ ମେମ୍ବରଙ୍କୁ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।
କେନ୍ଦୁଝର: ସାଙ୍ଗ ନେଇଗଲା ସାଙ୍ଗର ଜୀବନ । ମଦ୍ୟ ପାନ ପରେ ବଚସାରୁ ହତ୍ୟା ଅଭିଯୋଗ । ସନ୍ଧ୍ୟାରେ ସାଙ୍ଗ ମେଳରେ ୱାର୍ଡ ମେମ୍ବରଙ୍କୁ ହତ୍ୟା । କେନ୍ଦୁଝର ଜିଲ୍ଲା ଦଇତାରି ଥାନା ଅଞ୍ଚଳରେ ୱାର୍ଡ ମେମ୍ବରଙ୍କୁ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ମିଳିଥିବା ସୂଚନା ଅନୁସାରେ, ହରିଚନ୍ଦନପୁର ବ୍ଳକ ରେବଣାପଳାଶପାଳ ଗ୍ରାମ ପଞ୍ଚାୟତ ୩ ନମ୍ବର ୱାର୍ଡର ୱାର୍ଡ ମେମ୍ବର ମନୋଜ କୁମାର ନାଏକ (ନାଳୁ)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶନିବାର ସନ୍ଧ୍ୟାରେ ମନୋଜ କେତେ ଜଣ ସାଙ୍ଗଙ୍କ ସହ ଏକାଠି ବସି ମଦ୍ୟପାନ କରିଥିଲେ ।

ଏଥିସହ ପଢ଼ନ୍ତୁ: ଗାଡ଼ି ମାଲିକ ସାବଧାନ, PUCC ଓ ଇନସ୍ୟୁରାନ୍ସ ନଥିଲେ କଟିବ ଇ-ଚାଲାଣ 

ସନ୍ଧ୍ୟାରେ ମଦର ଆସର ଜମି ଆସୁଥିବା ବେଳେ ସାଙ୍ଗମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାକୁ ନେଇ ମନୋଜଙ୍କ ଛାତିକୁ ଅନ୍ୟ ସାଙ୍ଗ ଗୋଇଠା ମାରିଥିବା ଅଭିଯୋଗ ହୋଇଛି । ଯାହା ପରେ ମନୋଜ ଗୁରୁତର ହୋଇ ପଡ଼ିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମନୋଜଙ୍କୁ ପ୍ରଥମେ ରେବଣାପଳାସପାଳ ଗାଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ହରିଚନ୍ଦନପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଛନ୍ତି । ମନୋଜଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଦଇତାରି ଖାନା ଲିଖିତ ଅଭିଯୋଗ ହୋଇଛି ।

ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ରେବଣାପଳାଶପାଳ ପଞ୍ଚାୟତର ୩ ନମ୍ବର ୱାର୍ଡର ୱାର୍ଡ ମେମ୍ବର ଥିଲେ ମନୋଜ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମନୋଜଙ୍କୁ ପିଟି ପିଟି ତାଙ୍କ ସାଙ୍ଗମାନେ ହତ୍ୟା କରିଛନ୍ତି । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛନ୍ତି ଦଇତାରି ଥାନା ଅଧିକାରୀ ହୃଷିକେଶ ବେହେରା ।

ଏଥିସହ ପଢ଼ନ୍ତୁ: ଗୋଟିଏ ଜୁଇରେ ଜଳିଲେ ସ୍ଵାମୀ, ସ୍ତ୍ରୀ; ଦୁଇ ଛୁଆଙ୍କ ମୁଣ୍ଡ ଉପରୁ ହଟିଗଲା ଛାୟା 

ତେବେ ମନୋଜଙ୍କୁ କେଉଁ କାରଣରୁ ସାଙ୍ଗ ମାନେ ଆକ୍ରମଣ କଲେ ? ଆକ୍ରମଣ ପଛର କାରଣ ପୂର୍ବ ଶତ୍ରୁତା କି ? ନା ଗାଁରେ ଆସିଥିବା କୌଣସି ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଆକ୍ରମଣ କରାଯାଇଛି ? ଏଭଳି ଏକାଧିକ ପ୍ରଶ୍ନକୁ ନେଇ ଦଇତାରି ଥାନା ପୋଲିସ ଛାନଭିନ୍ ଜାରି ରଖିଛି ।