Rajnagar Flood / ବତୁରା କାନ୍ଥକୁ ଓଦା ଚୁଲି; ବନ୍ୟା ପରେ ଫେରୁଛି ଜୀବନ, ତଥାପି ପିଛା ଛାଡ଼ିନି ଯନ୍ତ୍ରଣା
·1 hour ago·2 min read

Key Points
ବନ୍ୟା ଲେଉଟିଗଲା, ଏବେ ଲେଉଟିଛି ଜୀବନ
ବନ୍ୟା ଛାଡିବା ପରେ ରାତି କେମିତି କଟୁଛି ?
ବନ୍ୟା ଛାଡିବା ପରେ ରାତି କେମିତି କଟୁଛି ?
କେନ୍ଦ୍ରାପଡ଼ା: ଚୁଲିରୁ ପାଣି ଶୁଖିଛି ହେଲେ ବତୁରା ମାଟିରେ ଭୋକ ମେଣ୍ଟାଇବାର ସଂଘର୍ଷ ସରିନି । ଓଦା ଚୁଲିରେ ନିଆଁ ଧରାଇବାକୁ ଫୁଙ୍କି ଫୁଙ୍କି ହାଲିଆ ହେଲେଣି । ଘର ବାରଣ୍ଡାରୁ ଖସିଥିଲେ ବି ରାସ୍ତାରେ ଏବେ ବି ଅଣ୍ଟାଏ ଉଚ୍ଚର ପାଣି । ଯାହା ଭିତରେ ପଶି ଦଦରା ସ୍ବପ୍ନ ସଜାଡ଼ିବାରେ ଲାଗିପଡ଼ିଛନ୍ତି ବନ୍ୟା ପ୍ରଭାବିତ ଲୋକେ । ବ୍ରାହ୍ମଣୀ ଓ ବୈତରଣୀର ବନ୍ୟା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଅନେକ ଅଞ୍ଚଳକୁ ବୁଡ଼ାଇଛି ।
ପଢନ୍ତୁ ଏହି ଖବର: ବୈତରଣୀ ଉପରେ ସରକାରଙ୍କ ସ୍ପେଶାଲ ଫୋକସ୍, ନଦୀ ବନ୍ଧ ହେବ ଚଉଡ଼ା ଓ ଉଚ୍ଚା
ବଢ଼ି ପାଣିରେ ସୁଅରୁ ଜୀବନ ସାଉଣ୍ଟିବାର ଚେଷ୍ଟା ଜାରି ରଖିଛନ୍ତି ରାଜନଗର ବ୍ଲକର ଅଧିବାସୀ । ଖସୁଛି ପାଣି, ଫେରୁଛି ଜୀବନ । ପୁଣି ଅଣ୍ଟା ସଳଖି ଛିଡ଼ା ହେବାର ଆଶା ସହ ବୁଣା ଚାଲିଛି । ଗୋଟିଏ ପଟେ ପାଣି ଛାଡ଼ିନଥିବାବେଳେ ଏପଟେ ଉତ୍ତରପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ । ପ୍ରବଳ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ।
- ବନ୍ୟା ଗଲା ପରେ କେମିତି ବିତୁଛି ରାତି ?
- ଭରସା ପାଲଟିଛି ଶୁଖିଲା ଚୁଡ଼ା
ପଢନ୍ତୁ ଏହି ଖବର: ବୈତରଣୀ ଉପରେ ସରକାରଙ୍କ ସ୍ପେଶାଲ ଫୋକସ୍, ନଦୀ ବନ୍ଧ ହେବ ଚଉଡ଼ା ଓ ଉଚ୍ଚା
ବଢ଼ି ପାଣିରେ ସୁଅରୁ ଜୀବନ ସାଉଣ୍ଟିବାର ଚେଷ୍ଟା ଜାରି ରଖିଛନ୍ତି ରାଜନଗର ବ୍ଲକର ଅଧିବାସୀ । ଖସୁଛି ପାଣି, ଫେରୁଛି ଜୀବନ । ପୁଣି ଅଣ୍ଟା ସଳଖି ଛିଡ଼ା ହେବାର ଆଶା ସହ ବୁଣା ଚାଲିଛି । ଗୋଟିଏ ପଟେ ପାଣି ଛାଡ଼ିନଥିବାବେଳେ ଏପଟେ ଉତ୍ତରପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ । ପ୍ରବଳ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories