Videos
|
Odisha

ପୁଣି ଅଲୋଡା ହେଲା ଶିଶୁକନ୍ୟା, ବସ ଚକା ତଳୁ ଏକ ବ୍ୟାଗରୁ ଉଦ୍ଧାର

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଅଲୋଡା ହେଲା ଶିଶୁକନ୍ୟା, ବସ ଚକା ତଳୁ ଏକ ବ୍ୟାଗରୁ ଉଦ୍ଧାର

ଅର୍ଗସ ବ୍ୟୁରୋ : ପୁଣି ଅଲୋଡା ହେଲା ଶିଶୁକନ୍ୟା । ଚମ୍ପୁଆ ବସଷ୍ଟାଣ୍ଡର ଏକ ବସ ଚକା ତଳୁ ଏକ ବ୍ୟାଗରୁ ଶିଶୁକନ୍ୟା ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଚମ୍ପୁଆରେ । ଗତ ରାତି ପ୍ରାୟ ୯ ଟାବେଳେ ଚମ୍ପୁଆ ବସଷ୍ଟାଣ୍ଡରେ ଛିଡା ହୋଇଥିବା ଧବଳେଶ୍ବର ନାମକ ଏକ ଘରୋଇ ବସର ଚକା ତଳୁ ଏହି କନ୍ୟା ସନ୍ତାନକୁ ଉଦ୍ଧାର କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବସର ହେଲପର ଗାଡିର ଚକ ଗୁଡିକୁ ଯାଞ୍ଚ କରୁଥିବାବେଳେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଶିଶୁ କନ୍ୟାଟିକୁ ଦେଖିଥିଲେ । ତେବେ କିଏ ଓ କାହିଁକି ଶିଶୁକନ୍ୟାକୁ ଏଭଳି ଭାବେ ମୃତ୍ୟୁମୁଖରେ ଛାଡ଼ି ଯାଇଥିଲା ସେ ନେଇ କିଛି ଜଣାପଡ଼ିନାହିଁ । ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ନିକଟସ୍ଥ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ତଦନ୍ତ କରୁଛି । ଚିକିତ୍ସା ପରେ ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ଡାକ୍ତର କହିଛନ୍ତି । ଉଦ୍ଧାର ଶିଶୁକନ୍ୟାକୁ ଏବେ ଚମ୍ପୁଆ ମେଡ଼ିକାଲର ଏନଆରସି ସେଣ୍ଟରରେ ରଖାଯାଇ ଯତ୍ନ ନିଆଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
keonjhar baby girl found | Argus News