|
logo
Live
Argus News App
GET APP

Argus News - ମନମୋହୁଛି ବଡଘାଗରାର ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ

Odisha

ମନମୋହୁଛି ବଡଘାଗରାର ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ

Jitendra Dash
Browse all articles by Jitendra Dash
·2 years ago·2 min read
ମନମୋହୁଛି ବଡଘାଗରାର ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ

ଅର୍ଗସ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲା । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତା'ର ସବୁ କାରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଜିଲ୍ଲାର ବଡ ଘାଗରା । ଏବେ ଚାଲିଛି ପର୍ଯ୍ୟଟନର ଋତୁ । ପର୍ଯ୍ୟଟନ ସ୍ଥଳ ବୁଲିବା ସହ ବଣଭୋଜି ପାଇଁ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ପାଉଛି । କେନ୍ଦୁଝରରେ ବହୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଥିବାବେଳେ ସେଥିମଧ୍ୟରୁ ବଡ ଘାଗରା ଅନ୍ୟତମ । ସୁନ୍ଦର ପରିବେଶ, ସହ ମନୋରମ ଜଳପ୍ରପାତ, ସାନମାଛକାନ୍ଦଣା ଡ୍ୟାମ ପର୍ଯ୍ୟଟକଙ୍କୁ ବଡଘାଗରା ପ୍ରତି ଆକୃଷ୍ଟ କରିଥାଏ । 

ଏହା ସହ ଏଠାରେ ବଣ ଭୋଜି ପାଇଁ ପର୍ଯ୍ୟାପ୍ତ ସ୍ଥାନ ଓ ସୁବିଧା ସୁଯୋଗ ଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କେନ୍ଦୁଝର ସହରଠାରୁ ସମ୍ବଲପୁର ରାସ୍ତା ୪୯ନଂ ଜାତୀୟ ରାଜପଥରେ ୫ କି.ମି ଯିବାପରେ ପଡିଥାଏ ଅଞ୍ଜର ଛକ । ସେଠାରୁ ବାମ ପାଶ୍ୱର୍ରେ ମାତ୍ର ୩ କି.ମି ଯିବା ପରେ ପଡେ ବଡଘାଗରା । ଶୀତ ବଢିବା ସହିତ ବଡଘାଗରାରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ । ବଡଘାଗରାକୁ ଅଧିକ ସୌନ୍ଦର୍ଯ୍ୟମୟ କରିବାକୁ ଜିଲ୍ଲା ପ୍ରଶାସନ ଦ୍ବାରା ଏହାର ପାରିପାର୍ଶ୍ବିକ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ନୂତନ ଚଲାପଥ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ସୁସଜ୍ଜିତ ପାହାଚ ଓ ମନୋରମ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଡଘାଗରାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଝରଣା । ସୁଉଚ୍ଚ ପାହଡରୁ ଝରୁଥିବା ପାଣିର ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବା ପାଇଁ ‘‘ଫ୍ଲୋଟିଙ୍ଗ୍ ଜେଟି’’ ତିଆରି ହୋଇଛି । ପର୍ଯ୍ୟଟକଙ୍କ ଉପରେ ଝରଣାରୁ ବିଚ୍ଛୁରିତ ହେଉଥିବା ଟୋପା ଟୋପା ଜଳବିନ୍ଦୁ ଏକ ଅପାସୋରାର ଅନୁଭବ ଦେଇଥାଏ । ଜିଲ୍ଲା ପ୍ରଶାସନ ତରଫରୁ ୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ବଡଘାଗରାରେ ଚିଲଡ୍ରେନ ପାର୍କ, ସାଇନ୍ସ ପାର୍କ, ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ କରଣ, ପିକନିକ ପିଣ୍ଡି , ପିଇବା ପାଣି ବ୍ୟବସ୍ଥା ଓ ବୋଟିଂର ବ୍ୟବସ୍ଥା କରାଯିବା କଥା କିନ୍ତୁ ଆଜି ଯାଏ ହୋଇପାରିନି ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ ।
 

Sponsored
ମନମୋହୁଛି ବଡଘାଗରାର ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ | Argus News