ଖବର ପାଇ ବନବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି

ଅର୍ଗସ ବ୍ୟୁରୋ : ଚମ୍ପୁଆ ରେଞ୍ଜରେ ନବଜାତ ହାତୀ ଶାବକର ମୃତ୍ୟୁ । ଯୋଡା ବିଟ୍ ଡଡୁଆଁ ଗାଁ ନିକଟରେ ଏକ ହାତୀ ଶାବକକୁ ଜନ୍ମ ଦେବା ପରେ ଶାବକଟିର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଯୋଡା ବିଟ୍ ଅଞ୍ଚଳରେ ୧୨ ଟିକିଆ ହାତୀପଲ ରହିଥିଲାବେଳେ, ବନ କର୍ମଚାରୀ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ ।
ଗତ ରାତିରେ ଏହି ହାତୀପଲରେ ରହିଥିବା ଗୋଟିଏ ହାତୀ, ଏକ ଅଣ୍ଡିରା ଶାବକକୁ ଜନ୍ମଦେଇଥିଲା । ତେବେ ଜନ୍ମ ନେବା ପରେହିଁ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି । ସେପଟେ ସାରା ରାତି ହାତୀପଲ ମୃତ ଶାବକ ନିକଟରେ ରହିଥିଲା ବେଳେ, ସକାଳୁ ମାଆ ହାତୀକୁ ଛାଡ଼ି ଅନ୍ୟ ହାତୀମାନେ ଜଙ୍ଗଲ ଭିତରକୁ ଚାଲି ଯାଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ମା' ହାତୀ କିନ୍ତୁ ଅନେକ ସମୟ ଧରି ଶାବକକୁ ଜଗି ରହିଥିଲା । ଖବର ପାଇ ଏସିଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆ ଓ ଅନ୍ୟ ବନ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସିଏଫ୍ କହିଛନ୍ତି ।