Videos
|
Odisha

ପ୍ରେମିକର ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରେମିକର ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ

ଅର୍ଗସ ବ୍ୟୁରୋ : ପୁଅର ପ୍ରେମ ହେଲା କାଳ, ପ୍ରେମିକର ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ । ଅଭିଯୋଗ ଆଣିଛନ୍ତି ଖୋଦ ପ୍ରେମିକର ମା' । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ  ଭୁତପଦା ଗ୍ରାମରେ । ଅଭିଯୋଗ ଅନୁସାରେ ଭୁତପଦା ଗ୍ରାମର ପିତାମ୍ବର ଜେନାଙ୍କ ପୁଅ ଗତ କିଛିଦିନ ତଳେ ବନ୍ତ ଥାନା ବାଇପୁର ଗ୍ରାମର ଜଣେ ଝିଅକୁ ଭଲପାଇବା ସହିତ ତାକୁ ନେଇ କେଉଁଆଡେ ଫେରାର ହୋଇ ଯାଇଛି । 

ଝିଅଘର ଲୋକେ ଏନେଇ ବନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପିତାମ୍ବରଙ୍କ ପରିବାର ଲୋକଙ୍କୁ ଉଠାଇ ନେଇ ପଚରା ଉଚୁରା କରିବା ସହିତ ଝିଅକୁ ଆଣି ଛାଡିବାପାଇଁ କହି ଛାଡ଼ିଦେଇଥିଲେ । ଏପରିକି ବାରମ୍ବାର ଝିଅ ଘର ଲୋକମାନେ ଆସି ପିତାମ୍ବରଙ୍କ ପରିବାରକୁ ଧମକ ଚମକ ଦେଉଥିବାରୁ ପିତାମ୍ବରଙ୍କ ପରିବାର ଲୋକେ ଘର ଛାଡ଼ି ବାହାରେ ରହୁଛନ୍ତି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶନିବାର ରାତିରେ  ପିତାମ୍ବରଙ୍କ ସ୍ତ୍ରୀ ମନୋରମା ଘରେ ଏକୁଟିଆ ଥିବାବେଳେ ଝିଅଘର ଲୋକମାନେ ବିଳମ୍ବିତ ରାତିରେ ଆସି କବାଟ ଖୋଲି ମନୋରମାକୁ ମାରଧର କରିବା ସହିତ ଘରେ ଥିବା ସୁନାରୁପା ମଧ୍ୟ ନେଇ ଯାଇ ଘରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଦେଖି ଗ୍ରାମବାସୀମାନେ ଆସିଯିବାରୁ ସେମାନେ ଘଟଣା ସ୍ଥଳ ଛାଡି ପଳାଇଥିଲେ । ମନୋରମା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: