Videos
|
Odisha

Vigilance Raid / NGO ଠାରୁ ଫୋନ୍‌ପେ'ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ

Sushanta Sahoo
Browse all articles by Sushanta Sahoo
·10 months ago·2 min read
NGO ଠାରୁ ଫୋନ୍‌ପେ'ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ

Key Points

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଏକ ଏନଜିଓକୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଟଙ୍କା ମାଗିଥିଲେ । ୨୦ ହଜାର ଟଙ୍କା ଦେବାକୁ ଏନଜିଓକୁ କହିଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।
କେନ୍ଦୁଝର: ସ୍ଵେଚ୍ଛାସେବୀ ସଂଗଠନ (NGO) ଠାରୁ ଫୋନ୍‌ପେ'ରେ ଲାଞ୍ଚ ନେଇ ଧରାପଡ଼ିଲେ ବାବୁ । କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ଡିଜିଟାଲ୍ ମାଧ୍ୟମ (PhonePe)ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏକ ସ୍ଵେଚ୍ଛାସେବୀ ସଂଗଠନ ଠାରୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।

କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଏକ ଏନଜିଓକୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଟଙ୍କା ମାଗିଥିଲେ । ୨୦ ହଜାର ଟଙ୍କା ଦେବାକୁ ଏନଜିଓକୁ କହିଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଫୋନ୍‌ପେରେ ୨୦ ହଜାର ଲାଞ୍ଚ ନେବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ଏଥିସହ ପଢ଼ନ୍ତୁ: 'ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ମାଳବିକା, ୨୪ ବର୍ଷରେ ପାରିଲେନି ନବୀନ': ବିଷ୍ଣୁଦେବ ସାଏ

କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଜିଲ୍ଲାର ବିଭିନ୍ନ ଏନଜିଓ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଆଉ ଲାଞ୍ଚ ନେବା ପରେ ସେ ବିଭିନ୍ନ ଅନୁଦାନ ଦେବା ସହ ବିଲ୍ କ୍ଲିଅର୍ କରୁଥିଲେ । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଏନଜିଓକୁ ମିଳୁଥିବା ସହାୟତା ପାଇଁ ଅର୍ଥ ଦାବି କରୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିପ୍ଳବ କେଶରୀ ସାମନ୍ତରାୟ ଫୋନ୍‌ପେ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ଏନଜିଓ ଏବଂ ବ୍ୟକ୍ତିବିଶେଷଙ୍କ ଠାରୁ ଲାଞ୍ଚ ନେଉଥିଲେ । ଏଥିପାଇଁ ସେ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ, ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଫୋନ୍‌ପେ ଆକାଉଣ୍ଟକୁ ବ୍ୟବହାର କରୁଥିଲେ ।

ଭିଜିଲାନ୍ସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, ଏକାଧିକ ଫୋନ୍‌ପେ ଦେଣନେଣ ହୋଇଛି । ବିଭିନ୍ନ ଏନଜିଓ ଓ ବ୍ୟକ୍ତିବିଶେଷଙ୍କ ଠାରୁ ସମ୍ପର୍କୀୟଙ୍କ ମାଧ୍ୟମରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଡିଜିଟାଲ୍ ଲାଞ୍ଚ ନେଉଥିଲେ । ତେବେ ସରକାରୀ ବାବୁ, ଅନଲାଇନ୍‌ରେ କେତେ ଜଣଙ୍କଠାରୁ କେତେ ଟଙ୍କା ଲାଞ୍ଚ ନେଇଛନ୍ତି ତା'ର ତଦନ୍ତ କରୁଛି ଭିଜିଲାନ୍ସ ।

ଏଥିସହ ପଢ଼ନ୍ତୁ: ବାପାଙ୍କ ସହ ଚା’ ପିଇ ଖେଳିବାକୁ ଯାଇଥିଲେ: ଖେଳପଡ଼ିଆରେ ଚାଲିଗଲା ଜୀବନ

ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ବିପ୍ଳବ କେଶରୀ ସାମନ୍ତରାୟଙ୍କ ୩ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢ଼ାଉ କରିଛି ଭିଜିଲାନ୍ସ । ରେଡ୍ ବେଳେ ଭୁବନେଶ୍ଵର ଓ ଆଖପାଖରେ ବିପ୍ଳବଙ୍କ ୧୦ଟି ପ୍ଲଟ୍ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।

ଏବେ ଭିଜିଲାନ୍ସ କବ୍‌ଜାରେ ବିପ୍ଳବ ଓ ତାଙ୍କ ପରିବାର ସଦସ୍ୟ ରହିଛନ୍ତି । ଭୁବନେଶ୍ଵର ମଦନପୁରରେ ବିପ୍ଳବଙ୍କ ଏକ ୩ ମହଲା କୋଠା ଯାହାକି ୩ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ରହିଛି । ମଦନପୁରରେ ୩ ଏକର ଜାଗାରେ ରହିଛି ଏକ ଫାର୍ମ ହାଉସ୍ । ବିପ୍ଳବ ଓ ତାଙ୍କ ପରିବାର ପାଖରେ ଥିବା ଅନ୍ୟ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ ।

Related Topics

Explore more stories