|
logo
Live

Argus News - 'ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ମାଳବିକା, ୨୪ ବର୍ଷରେ ପାରିଲେନି ନବୀନ': ବିଷ୍ଣୁଦେବ ସାଏ

Politics

Nuapada By Election / 'ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ମାଳବିକା, ୨୪ ବର୍ଷରେ ପାରିଲେନି ନବୀନ': ବିଷ୍ଣୁଦେବ ସାଏ

Sushanta Sahoo
Browse all articles by Sushanta Sahoo
·5 months ago·2 min read
'ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ମାଳବିକା, ୨୪ ବର୍ଷରେ ପାରିଲେନି ନବୀନ': ବିଷ୍ଣୁଦେବ ସାଏ

Key Points

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି, "ଆପଣଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ, ଓଡ଼ିଆ ଶିଖି ପାରିଲେ ନାହିଁ । କଳାହାଣ୍ଡି ସାଂସଦ ମାଳବିକା ଦେବୀ, ହିମାଚଳ ପ୍ରଦେଶର ଝିଅ । ସେ ହିନ୍ଦୀ କ୍ଷେତ୍ରରୁ ଓଡ଼ିଶା ଆସି ଓଡ଼ିଆ ଶିଖିଗଲେ ।
ନୂଆପଡ଼ା: କଥା ଛଳରେ ତୀର ମାରିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । କହିଲେ, "୨୪ ବର୍ଷ ଶାସନରେ ରହିଲେ, ହେଲେ ମାତୃଭାଷା ଓଡ଼ିଆ ଶିଖି ପାରିଲେନି ରାଇଜ ମୁଖିଆ । କିନ୍ତୁ ହିମାଚଳର ଝିଅ, ଓଡ଼ିଶାର ବୋହୂ ହେବା ପରେ ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ।"

ନୂଆପଡ଼ା ପ୍ରଚାର ମୈଦାନରେ ବିଜେପି ପ୍ରାର୍ଥୀ ରାଜୁ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି, "ଆପଣଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ, ଓଡ଼ିଆ ଶିଖି ପାରିଲେ ନାହିଁ । କଳାହାଣ୍ଡି ସାଂସଦ ମାଳବିକା ଦେବୀ, ହିମାଚଳ ପ୍ରଦେଶର ଝିଅ । ସେ ହିନ୍ଦୀ କ୍ଷେତ୍ରରୁ ଓଡ଼ିଶା ଆସି ଓଡ଼ିଆ ଶିଖିଗଲେ । କିନ୍ତୁ ଆପଣଙ୍କ ପୂର୍ବ ମୁଖ୍ୟମନ୍ତ୍ରୀ ରାଇଜ ଚଳାଇବା ଲାଗି ଓଡ଼ିଆ ଶିଖି ପାରିଲେ ନାହିଁ ।"

ଏଥିସହ ପଢ଼ନ୍ତୁ: ଗ୍ରୀନ୍ ଇଣ୍ଡିଆ ମାଲିକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନଭିନ୍

ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଞ୍ଚରୁ ଏଭଳି କହି ଓଡ଼ିଆ ଭାଷାକୁ ନବୀନ ପଟ୍ଟନାୟକ କେତେ ଭଲ ପାଉଥିଲେ ସେ କଥା କହିଛନ୍ତି ବିଷ୍ଣୁଦେବ ସାଏ । ଭାଷଣ ଆରମ୍ଭରୁ ବିଷ୍ଣୁଦେବ ସାଏ ପଚାରିଥିଲେ, "ସମସ୍ତେ ଛତିଶିଗଡ଼ି ବୁଝନ୍ତି ନା । ମୁଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଛତିଶିଗଡ଼ି ହିଁ କହିବି । କିନ୍ତୁ, ଆପଣଙ୍କର ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନରେ ରହିଲେ, ଓଡ଼ିଆ ଶିଖି ପାରିଲେନି ।"

ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେଇ ନିର୍ବାଚିତ କରିବାକୁ ଲୋକଙ୍କୁ ଆହ୍ଵାନ ଦେଇଛନ୍ତି ବିଷ୍ଣୁଦେବ ସାଏ । ଏହି ଅବସରରେ ବିଷ୍ଣୁଦେବ ଉଭୟ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କରିଛନ୍ତି ।

ବିଷ୍ଣୁଦେବ ସାଏ କହିଛନ୍ତି, "କେନ୍ଦ୍ରରେ କଂଗ୍ରେସ ୫୦ ବର୍ଷ ଧରି ସରକାରରେ ଥିଲା । ଆଜି ସେମାନଙ୍କ ସ୍ଥିତି କ'ଣ ଲୋକେ ଦେଖୁଛନ୍ତି । ଭୁଲ ନୀତି, ଜନତାଙ୍କୁ ଧୋକା ଦେବାର ଫଳ ପାଉଛନ୍ତି । କଂଗ୍ରେସ କହେ ଗୋଟେ, କରେ ଆଉ ଗୋଟେ । ତେଣୁ ଜନତାଙ୍କ ବିଶ୍ଵାସ ହରାଇଲେ ।"

ଏଥିସହ ପଢ଼ନ୍ତୁ: ସଡ଼କ ସୁରକ୍ଷା ପାଇଁ ବାଲିଯାତ୍ରାରେ ପରିବହନ ବିଭାଗର ଷ୍ଟଲ, ଲୋକଙ୍କୁ କରୁଛି ସଚେତନ

ବିଜେଡିକୁ ଟାର୍ଗେଟ୍ କରି ବିଷ୍ଣୁଦେବ କହିଛନ୍ତି, "ମୁଁ ପୂର୍ବରୁ ରାଉରକେଲା ଆସିଥିବା ବେଳେ ନବୀନ ୨ରୁ ୩ ଲାଇନ୍ କାଗଜ ଦେଖି ବଡ଼ କଷ୍ଟରେ ପଢ଼ିଥିଲେ । ଯିଏ ପ୍ରଦେଶର ଲୋକଙ୍କ ଭାଷା ବୁଝି ପାରନ୍ତି ନାହିଁ, ସେ କ'ଣ କରିବେ ?"

ନୂଆପଡ଼ାରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି କଳାହାଣ୍ଡି ସାଂସଦ ମାଳବିକା ଦେବୀ । ମଞ୍ଚରେ ସେ ଓଡ଼ିଆରେ ଭାଷଣ ଦେଇ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିଛନ୍ତି । ମାଳବିକା କହିଛନ୍ତି, "୧୧ ତାରିଖରେ ସମସ୍ତେ ପଦ୍ମ ଚିହ୍ନରେ ଭୋଟ୍ ଦେବେ । ଆପଣମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ବିକଶିତ ଭାରତ ଗଢ଼ୁଛନ୍ତି । ମୋହନ ଭାଇଙ୍କ ସରକାର ନୂଆପଡ଼ାର ବିକାଶ ପାଇଁ ୧୧୦୦ କୋଟି ଟଙ୍କା ଦେଇଛନ୍ତି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuapada By Election: 'ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ମାଳବିକା, ୨୪ ବର୍ଷରେ ପାରିଲେନି ନବୀନ': ବିଷ୍ଣୁଦେବ ସାଏ | Argus News