Odisha News / ଗାଧୋଇବା ବେଳେ ନଦୀରେ ଭାସିଗଲେ ୨ ଭାଇଙ୍କ ସହ ଅନ୍ୟ ଜଣେ
·1 hour ago·2 min read

Key Points
୨ ଭାଇଙ୍କ ସହ ଭାସିଗଲେ ପଡ଼ୋଶୀ ନାବାଳକ । ସାନ ଭାଇର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବଡ଼ ଭାଇ ଏବେବି ନିଖୋଜ ଅଛି ।
ଚମ୍ପୁଆ (କେନ୍ଦୁଝର): ୩ ଜଣ ମିଶି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ୨ ଭାଇଙ୍କ ସହ ଭାସିଗଲେ ପଡ଼ୋଶୀ ନାବାଳକ । ସାନ ଭାଇର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବଡ଼ ଭାଇ ଏବେବି ନିଖୋଜ ଅଛି । ପଡ଼ିଶା ଘରର ନାବାଳକକୁ ଉଦ୍ଧାର କରାଯାଇ ଥିବାବେଳେ ଅବସ୍ଥା ଗୁରୁତର ରହିଛି ।
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ସିଲିସୁଆଁ ନିକଟସ୍ଥ ଅରଡ଼େଇ ନଦୀରେ ଏହି ଦୁଃଖଦ ଅଘଟଣ ଘଟିଛି । ସୂଚନା ଅନୁସାରେ, ଶନିବାର ଅର୍ଶଳା ମୁସଲିମ ବସ୍ତିର ମହମ୍ମଦ ମହିବୁର ରହମାନଙ୍କ ଦୁଇ ପୁଅ ଅହମଦ ଅନସାରୀ (୧୪) ଓ ସାଦ୍ ଅନସାରୀ (୧୩) ଏବଂ ତାଙ୍କ ପଡ଼ୋଶୀ ଏମ୍.ଡି. ମଜୁମ୍ଙ୍କ ପୁଅ ମୁସ୍ତଫା (୧୩) ସାଙ୍ଗ ହୋଇ ଗାଧୋଇବା ପାଇଁ ସିଲିସୁଆଁ ଅରଡ଼େଇ ନଦୀକୁ ଯାଇଥିଲେ ।
ଏଥିସହ ପଢ଼ନ୍ତୁ: ଖେଳ ଦେଖିବାକୁ ଯାଇ ଛାତ୍ର ଗୁରୁତର…ମୁହଁରେ ବାଜିଲା ଡିସ୍କସ…ଖପୁରୀ ହାଡ଼ ଭାଙ୍ଗିଲା
ଗାଧୋଉବା ସମୟରେ ଅସାବଧନତା ବଶତଃ ୩ ଜଣ ଯାକ ନଦୀର ଗଭୀର ଜଳରେ ବୁଡ଼ି ଭାସି ଯାଇଥିଲେ । ପିଲାଙ୍କ ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନଦୀ ଭିତରକୁ ଡେଇଁ ୨ ଜଣଙ୍କୁ ଉଦ୍ଧାର କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଉଦ୍ଧାର ବେଳକୁ ସାଦ୍ ଅନସାରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଗୁରୁତର ଥିବା ମୁସ୍ତଫାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା କରାଯାଉଛି । ଏବେବି ଅହମଦ ଅନସାରୀ ଭାସି ଯାଇ ନିଖୋଜ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ଯୁବକଙ୍କୁ ମହଙ୍ଗା ପଡ଼ିଲା ସାପ ସହ ରିଲ୍ସ; ଜୀବନ ନେଇଗଲା ନାଗ
ଖବର ପାଇ ଝୁମ୍ପୁରା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଖବର ଲେଖାଯିବା ସୁଦ୍ଧା ଅହମଦର ସନ୍ଧାନ ମିଳି ନାହିଁ । ଏହି ଘଟଣାକୁ ନେଇ ସମଗ୍ର ଅର୍ଶଳା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Related Topics
Explore more stories