Odisha News / ଯୁବକଙ୍କୁ ମହଙ୍ଗା ପଡ଼ିଲା ସାପ ସହ ରିଲ୍ସ; ଜୀବନ ନେଇଗଲା ନାଗ
·2 hours ago·2 min read

Key Points
ସାପ ଧରୁଥିଲେ, ରିଲ୍ସ କରୁଥିଲେ । ଏବେ ସେହି ସର୍ପାଘାତରେ ଜୀବନ ହାରିଛନ୍ତି ପୁରୀର ଯୁବକ । ଘରୁ ନାଗ ସାପ ଧରି ରିଲ୍ସ କରିବା ବେଳେ ସାପ କାମୁଡ଼ିବାରୁ ମୃତ୍ୟୁ ହୋଇଛି ।
ପୁରୀ: ଜିନ୍ସ ପ୍ୟାଣ୍ଟକୁ ଟି-ସାର୍ଟ । ବେକରେ ଲାଲ୍ ରଙ୍ଗର ଗାମୁଛା ପକାଇ ହାତରେ କିଛି ଧରିଛନ୍ତି ଯୁବକ । ଘର ଦୁଆରେ ବସିଥିବା ବେଳେ ତାଙ୍କ ପଛ ପଟେ ରହିଛି ନାଗ ସାପ । ଆଉ ରିଲ୍ସ ପାଇଁ ଚାଲିଛି ଭିଡିଓ ସୁଟ୍ । ଶେଷରେ ସେଇ ରିଲ୍ ହିଁ ନେଇ ଯାଇଛି ଯୁବକଙ୍କ ଜୀବନ ।
ପୁରୀ ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ଯୁବକ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗାଁର ତପନ କୁମାର ପ୍ରଧାନ । ପୁରୀ ହସ୍ପିଟାଲରେ ତପନକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସଦର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଏଥିସହ ପଢ଼ନ୍ତୁ: ଏହି ଲଜରେ ଚାଲିଥିଲା ଦେହ ବ୍ୟବସାୟ , ଚଢାଉ କରି ୨ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ୍
କଲ୍ ଆସିଲେ ଘରୁ ଯାଇ ସାପ ଧରୁଥିଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତ ତପନ ଜଣେ ସାପ ଧରାଳି ଥିଲେ । ବିଭିନ୍ନ ସମୟରେ ତପନ ବିଷାକ୍ତ ସାପକୁ ସହଜରେ କାବୁ କରୁଥିଲେ । କାହା ଘରେ ସାପ ପଶିଲେ, ତପନଙ୍କୁ କଲ୍ ଆସୁଥିଲା । ଫୋନ୍ ପାଇ ତପନ ପହଞ୍ଚିବା ସାପକୁ ଧରୁଥିଲେ ।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ଣରେ ତପନ ନିଜ ଘର ବାହାରେ ବସି ଏକ ନାଗ ସାପକୁ ଧରି ରିଲ୍ସ କରୁଥିଲେ । ସେହି ସମୟରେ ତପନଙ୍କ ହାତର ଆଙ୍ଗୁଠି, କହୁଣୀ ଓ ବାହୁକୁ ସାପଟି ଚୋଟ ମାରିଥିଲା ।
ପରିବାର ଲୋକେ ତପନଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତପନ ତାଙ୍କ ଜୀବନରେ ଅନେକ ସାପ ଧରିଥିବା ପରିବାର ଲୋକେ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ବାଥରୁମ୍ ଯିବା ପାଇଁ ପାଣି ବାଲ୍ଟି ଧରି ଶିଡ଼ି ଚଢ଼ୁଥିଲେ ଛାତ୍ର; ହଠାତ୍ ଖସି ପଡ଼ିବାରୁ ଚାଲିଗଲା ଜୀବନ
ବିଭିନ୍ନ ସମୟରେ ସାପକୁ କାବୁ କରୁଥିବା ତପନଙ୍କ ଜୀବନ ଏବେ ସେହି ସର୍ପାଘାତରେ ଯାଇଛି । ତପନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସାପ ସହିତ ଅନେକ ରିଲ୍ସ କରି ଭିଡିଓ ଅପଲୋଡ୍ କରିଥିବା ଦେଖିବାକୁ ମିଳିଛି ।
ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ତପନଙ୍କୁ ନାଗ ସାପଟି ପୂର୍ବରୁ ଚୋଟ ମାରି ସାରିଛି । ତଥାପି ତପନ ସାପଟିକୁ ଧରି ଘର ବାହାରେ ବସିଛନ୍ତି । ଲୋକେ କହୁଛନ୍ତି, ସାପକୁ ଡବାରେ ରଖି ଦେଇ ମେଡିକାଲ୍ ଯାଇ ଇଞ୍ଜେକ୍ସନ୍ ନେଇଯାଅ । କିନ୍ତୁ, ତପନ ନିଜ ପାଖରେ ଇଞ୍ଜେକ୍ସନ ଅଛି ଓ ନିଜେ ନେଇଯିବେ ବୋଲି କହୁଥିବା ଭିଡିଓରେ ଶୁଣା ଯାଉଛି ।

Related Topics
Explore more stories