Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ, ସୋସିଆଲ ମିଡ଼ିଆରେ ଭାଇରାଲ

Jitendra Dash
Browse all articles by Jitendra Dash
·2 years ago·1 min read
ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ, ସୋସିଆଲ ମିଡ଼ିଆରେ ଭାଇରାଲ

ଅର୍ଗସ ବ୍ୟୁରୋ : ଉଠା ଜଳସେଚନ କାର୍ଯ୍ୟାଳୟ ଭିତରେ ଝୁଲନ୍ତା ମୃତ ଦେହ । ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦରମହକୁମା ଟେକବାଡି ସାହି ସ୍ଥିତ ଉଠା ଜଳସେଚନ କାର୍ଯ୍ୟାଳୟ ଭିତରେ । ଖବର ମୁତାବକ ଯୁବକ ଜଣକ ଗାମୁଛା ମାଧ୍ୟମରେ ଫାଶୀ ଦେଇଥିବା ଦେଖିବାକୁ ମିଳିଛି । ତେବେ କାର୍ଯ୍ୟାଳୟ ଭିତରେ କବାଟ ବନ୍ଦ ଥିବା ବେଳେ ଫ୍ୟାନ ବୁଲୁଛି ଓ ଏହା ସହ ଅଫିସ ଟେବୁଲ ଉପରେ ମଦ ବୋତଲ ରଖା ହୋଇଥିବା ଦେଖିବାକୁ ମିଳିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ କିଏ ଏହି ଯୁବକ ଜଣଙ୍କ ଉଠା ଜଳସେଚନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କେଉଁ କାରଣରୁ କାର୍ଯ୍ୟାଳୟ ପରିସରରେ ଏଭଳି କାଣ୍ଡ ଭିଆଇଲେ ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ । କିନ୍ତୁ ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ସାମାଜିକ ଗଣମାଧ୍ୟମରେ ଲାଇଭ ଭିଡ଼ିଓ କରି ଆତ୍ମହତ୍ୟା କରିଥିବା କଥା ଏବେ ଚର୍ଚ୍ଚା ଜୋର ଧରିଛି । ଯୁବକଙ୍କ ଶେଷ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Keonjhar suicide case | Argus News