|
logo
Live

Argus News - ଜବତ ଦଖଲ ଉଚ୍ଛେଦ ବେଳେ ଅଘଟଣ, ବିଷ ପିଇଲା ସ୍ତ୍ରୀ

Odisha

ଜବତ ଦଖଲ ଉଚ୍ଛେଦ ବେଳେ ଅଘଟଣ, ବିଷ ପିଇଲା ସ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ଜବତ ଦଖଲ ଉଚ୍ଛେଦ ବେଳେ ଅଘଟଣ, ବିଷ ପିଇଲା ସ୍ତ୍ରୀ

ଅର୍ଗସ ବ୍ୟୁରୋ : ଜବତ ଦଖଲ ଉଚ୍ଛେଦ ବେଳେ ଘଟିଲା ଅଘଟଣ । ତହସିଲଦାର ଏବଂ ପୋଲିସ ଆଗରେ ବିଷ ପିଇ ମହିଳା ଗୁରୁତର । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ପଞ୍ଚାୟତର କୋଚିଆଖାଲ ଗ୍ରାମରେ । ସୂଚନା ଅନୁଯାୟୀ କୋଚିଆଖାଲ ଗ୍ରାମର କୁଷ୍ଣଚନ୍ଦ୍ର ପାଟ୍ଟଶାଣୀ ସରକାରୀ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ । ଯାହାକୁ ନେଇ ତାଙ୍କ ପଡୋଶୀଙ୍କ ସହ ବାରମ୍ବାର ବିବାଦ ଉପୁଜିଥିଲା । ଏବଂ ପଡୋଶୀ ଏହାକୁ ଭାଗିଂବା ପାଇଁ  ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ଏବଂ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଗତ ଦୁଇମାସ ତଳେ କୁଷ୍ଣଚନ୍ଦ୍ର  ପାଟ୍ଟଶାଣୀଙ୍କ ଏକ ଘରକୁ ପ୍ରଶାସନ ଉଚ୍ଛେଦ କରିଥିଲେ । 

ଆଜି ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ସରକାରୀ ଗୋଚର ଯାଗାରେ କରିଥିବା ଦୋକାନ ଘରଟିକୁ ଉଚ୍ଛେଦ କରିବା ପାଇଁ ତହସିଲଦାର ବେଗୁନିଆ ପୋଲିସ ସହ ଆରଆଇ ଯାଇଥିଲେ । କିନ୍ତୁ ଦୋକାନ ଘରେ କୁଷ୍ଣଚନ୍ଦ୍ର ପାଟ୍ଟଶାଣୀ ବେପାର କରି ଚଳୁଥିବାରୁ ଦୋକାନ ଭାଗିଂଲେ ଚଳିବୁ କିପରି କହି କୁଷ୍ଣଚନ୍ଦ୍ରଙ୍କ ପତ୍ନୀ ମିତା ପାଟ୍ଟଶାଣୀ ଘଟଣା ସ୍ଥଳରେ ବାଇଗଣ ବିଷ ପିଇଥିଲେ । ତହସିଲଦାର, ଡାଳତୋଡା ଆରଆଇ, ବେଗୁନିଆ ଥାନା ଅଧିକାରୀଙ୍କ ଉପସ୍ଥିତରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ସାଗେଂ ସାଗେଂ ଖୋର୍ଦ୍ଧା ଏସଡିପିଓ ବେଗୁନିଆ ତହସିଲଦାର  ମିତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ରେଫର କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ତହସିଲଦାର ତାପସ ବିଶି କହିବା କଥା କୁଷ୍ଣଚନ୍ଦ୍ର ଏକ ଗୋଚର ଯାଗାରେ ଦୁଇଟି ଦୋକାନ ଘର କରିଥିଲେ ଏବଂ ଏହାକୁ ନେଇ ତାଙ୍କ ପଡୋଶୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଆମେ ଜବଲଦଖଲ ଉଚ୍ଛେଦ ପାଇଁ ଯାଇଥିଲୁ । ଏବଂ ଗଲାବେଳେ ଏହିଭଳି ଅଭାବନୀୟ ଘଟଣା ଘଟିଛି । ସେପଟେ କୁଷ୍ଣ ଚନ୍ଦ୍ର ପାଟ୍ଟଶାଣୀ କହିଛନ୍ତି ମୁଁ ଗରିବ ଲୋକ କିଭଳି ଦୁଇମାସ ତଳେ ଗୋଟିଏ ଘର ଭାଗିଂଥିଲେ ଆଉ ଗୋଟିଏ ଘରେ ଦୋକାନ କରି ଚଳୁଛି ଏବେ କିପରି ଚଳିବି ବୋଲି ଭାରସାମ୍ୟ ହରାଇ ମୋ ସ୍ତ୍ରୀ ବିଷ ପିଇଛି  ବୋଲି କହିଛନ୍ତି । 

Sponsored
ଜବତ ଦଖଲ ଉଚ୍ଛେଦ ବେଳେ ଅଘଟଣ, ବିଷ ପିଇଲା ସ୍ତ୍ରୀ | Argus News