ଅପହରଣ ହୋଇଥିବା ମିଲ୍ ମାଲିକ ୪୮ ଘଣ୍ଟା ପରେ ଉଦ୍ଧାର

ଅର୍ଗସ ବ୍ୟୁରୋ : ଅପହରଣ ହୋଇଥିବା ମିଲ ମାଲିକ ୪୮ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଉଦ୍ଧାର କଲା ପୋଲିସ।ଅପହରଣ କରିଥିବା ତିନି ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନେ ବ୍ୟବହାର କରିଥିବା କାର ଜବତ ହୋଇଛି। ଏବଂ ମିଲ ମାଲିକଙ୍କ କାର ମଧ୍ୟ ଉଦ୍ଧାର ହୋଇଛି ।କୁମୁଲିପୁଟର ମିଲ ମାଲିକ ଏ ରମେଶ ପାତ୍ର ଅପହରଣ ପ୍ରସଙ୍ଗ ରେ ଅପହରଣ କାରୀ ଙ୍କୁ ନେହୁରା ହେଲେ ପରିବାର ବର୍ଗ। ଗତକାଲି ରାତିରେ ପେରାହାଣ୍ଡି ମିଲରୁ ଫେରିବାବେଳେ ଦୁର୍ବୃତ୍ତମାନେ କାର କାଚ ଭାଙ୍ଗି ମାଲିକ ଏ. ରମେଶ ପାତ୍ର ଙ୍କୁ ଅପହରଣ କରିଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ଏପରି ଘଟଣା ଅଞ୍ଚଳରେ ପ୍ରଥମ ହୋଇଥିବାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ପେରାହାଣ୍ଡି ଠାରେ ଅପହରଣ ହୋଇଥିବା ମିଲ ମାଲିକ ଜଣକ ହେଉଛନ୍ତି ଏ.ରମେଶ ପାତ୍ର । ରାତି୮.୩୦ ମିନିଟ ସମୟରେ ସେ ପେରାହାଣ୍ଡି ମିଲରୁ ନିଜ ଘର କୁମୁଲିପୁଟ ଫେରିବା ବେଳେ ପେରାହାଣ୍ଡି ବ୍ରିଜ ନିକଟରେ କିଛି ଦୃବୁତ ତାଙ୍କ କାରକୁ ଅଟକାଇ କାରର କାଚ ଭାଙ୍ଗି ତାଙ୍କ କାରରେ ହିଁ ତାଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ କେଉଁଥି ପାଇଁ ମିଲ ମାଲିକଙ୍କୁ ଅପହରଣ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଅପହରଣକାରୀ ମାନେ ଫୋନ ଯୋଗେ ୭୦ ଲକ୍ଷ ଟଙ୍କା ମାଗୁଥିବା ଚର୍ଚ୍ଚା ହେଉଥିଲା । ତେବେ ଘଟଣା ଘଟିବାର ୪୮ ଘଣ୍ଟା ପରେ ମିଲ ମାଲିକଙ୍କୁ ଉଦ୍ଧାର କରିଛି ପୋଲିସ ।
