Videos
|
Odisha

ବିଜେଡ଼ି ନେତାଙ୍କ ଦବଙ୍ଗଗିରି, ସରକାରୀ କର୍ମଚାରୀଙ୍କୁ ଦେଖାଇଲେ ଦୁର୍ବ୍ୟବହାର

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡ଼ି ନେତାଙ୍କ ଦବଙ୍ଗଗିରି, ସରକାରୀ କର୍ମଚାରୀଙ୍କୁ ଦେଖାଇଲେ ଦୁର୍ବ୍ୟବହାର

ବିଜେଡ଼ି ନେତାଙ୍କ ଦବଙ୍ଗଗିରି
ସରକାରୀ କର୍ମଚାରୀଙ୍କୁ ଦେଖାଇଲେ ଦୁର୍ବ୍ୟବହାର
କଥା ନ ମାନିଲେ ମାରିଦେବାକୁ ଧମକ
 

ଅର୍ଗସ ବ୍ୟୁରୋ : ବିଜେଡ଼ି ନେତାଙ୍କ ଦବଙ୍ଗଗିରି । ଫୋନ କଲ୍ କରି ସରକାରୀ କର୍ମଚାରୀଙ୍କୁ କଲେ ଗାଳି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଟିକେ ଶିଣୁ ନାହାନ୍ତୁ କଣ କୋହୁଛନ୍ତି ବିଜେଡ଼ି ନେତା  । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା କଖାରୁଣୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ତଥା ବିଧାୟକ ଧ୍ରୁବ ସାହୁଙ୍କ ଅନୁଗତ ସୁନୀଲ କୁମାର ସାମନ୍ତରାୟ ଓ ତାଙ୍କ କକା । ନିଜ ଦଳର ଓ ନିଜର ବାହୁବଳ ଦେଖାଇ ଡରାଉଛନ୍ତି ସରକାରୀ କର୍ମଚାରୀଙ୍କୁ । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଲେ କୃଷି ଅଧିକାରୀ ଦୀପକ ସାମଲ ।

 

କଖାରୁଣୀ ସମିତିସଭ୍ୟଙ୍କ କକା ପାଞ୍ଚଟି କାର୍ଡ ଦେଇ ଏକ କୁଇଁଟାଲ ବିରି ବିହନ ଦେବାକୁ କହିଥିଲେ, କିନ୍ତୁ ଦାୟିତ୍ଵରେ ଥିବା ଭିଏଲଡବ୍ଲୁ ସିଧା ମନା କରିଥିଲେ । ଫଳରେ କଖାରୁଣୀ ସମିତି ସଭ୍ୟ ଓ ତାଙ୍କ କକା ଫୋନ୍ କରି ଭିଏଲଡବ୍ଲୁ ଅଶ୍ଳୀଳ  ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରି ମାରିଦାବାକୁ ଧମକ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଠି ପ୍ରଶ୍ନ ଉଠୁଛି... କଣ ପାଇଁ ଦିନକୁ ଦିନ ବଢୁଛି ବିଜେଡି ନେତାଙ୍କ ଆତଙ୍କ ? କାହା ବଳରେ ବଳିୟାନ ବିଜେଡି ନେତା ? ସେପଟେ ସମିତି ସଭ୍ୟ ଓ ତାଙ୍କ କକାଙ୍କ ଧମକ ଶୁଣି ଭିଏଲଡବ୍ଲୁ ଭୟଭୀତ ହୋଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦିପକ କହିଛନ୍ତି ମୋ ଜୀବନ ପ୍ରତି ବିପଦ ରହିଛି । ଏବେ ଦେଖିବାକୁ ବାକି ରହିଲା ପୋଲିସ କଣ ଆକ୍ସନ ନେଉଛି । କାହା ଚାପରେ ଆସି ଚେପା ହେବନି ତ ପୋଲିସ । 
 

Kndrapara BJD Dabang giri | Argus News