123 Years Later / ୧୨୩ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ କଢ଼ାଯିବ ବାଲି
·2 months ago·2 min read

Key Points
- କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ କଢ଼ାଯିବ ବାଲି
- ଖୁବ୍ଶୀଘ୍ର ବାଲି କାଢ଼ିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ
- ମନ୍ଦିରର କୌଣସି କ୍ଷତି ହେବନି: ଲ୍ୟାବ ରିପୋର୍ଟ
- ଅଟୋମେଟିକ ରୋବୋଟିକ ଟ୍ରଲି ପ୍ରବେଶ କରି ବାଲି କାଢ଼ିବ
ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ କଢ଼ାଯିବ ବାଲି । ବାଲି କାଢ଼ିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଖୁବ୍ଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବ । ଲ୍ୟାବ ରିପୋର୍ଟରେ ମନ୍ଦିରର କୌଣସି କ୍ଷତି ନହେବା ନେଇ ଉଲ୍ଲେଖ ପରେ ବାଲି କାଢ଼ିବା ପାଇଁ ପ୍ରସ୍ତୁତି ହୋଇଛି ।
ଅଟୋମେଟିକ ରୋବୋଟିକ ଟ୍ରଲି ମାଧ୍ୟମରେ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କାଢ଼ିବ । ଏନେଇ ସମସ୍ତ ମେକାନିକାଲ୍ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ପାଇଲଟ୍ ଡ୍ରିଲିଂ ମାଧ୍ୟମରେ ମନ୍ଦିରର ୮୦ ଫୁଟ ଉଚ୍ଚ ପଶ୍ଚିମ ପାର୍ଶ୍ଵ କାନ୍ଥରେ ୧୬ ସେଣ୍ଟିମିଟର ଗର୍ତ୍ତ ଖୋଳା ଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: ଦିନିକିଆ ରାଉରକେଲା ଗସ୍ତରେ ରାଷ୍ଟ୍ରପତି, ୧୫୮ କୋଟି ଟଙ୍କାରେ ନିର୍ମିତ ୪ଟି ପ୍ରକଳ୍ପ କଲେ ଲୋକାର୍ପଣ
ଏହା ସହ ଗତବର୍ଷ ଡିସେମ୍ବର ୮ ତାରିଖରେ ବାଲି ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ ଲ୍ୟାବକୁ ପଠା ଯାଇଥିଲା । ରିପୋର୍ଟ ଅନୁଯାୟୀ, ବାଲି କାଢ଼ିବା ଦ୍ୱାରା ମନ୍ଦିରର କୌଣସି କ୍ଷତି ହେବ ନାହିଁ ।
ମନ୍ଦିରର ଜଗମୋହନରେ ଭରା ଯାଇଥିବା ବାଲି ପୂର୍ବପରି ସୁରକ୍ଷିତ ରହିଛି । ଆଇଆଇଟି ମାଡ୍ରାସର ଏହି ରିପୋର୍ଟକୁ ଆଧାର କରି ଏବେ ବାଲି କାଢ଼ିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ASI) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ପବିତ୍ର ଅକ୍ଷୟ ତୃତୀୟା ଦିନ ବାଲି କାଢ଼ିବା ପାଇଁ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଛି । ଏଏସଆଇ ପକ୍ଷରୁ ବାଲି କାଢ଼ିବା ପାଇଁ ଚୂଡାନ୍ତ ଡିଜାଇନିଂ ଡ୍ରଇଂ ମ୍ୟାପ୍ କରାଯାଉଛି । ସେକ୍ସନ ଡ୍ରଇଂ ଅନୁଯାୟୀ ସୂର୍ଯ୍ୟମନ୍ଦିର ୮୦ ଫୁଟ ଉଚ୍ଚରେ ପଶ୍ଚିମ ପାର୍ଶ୍ଵ କାନ୍ଥରେ ୯ ଫୁଟ୍ ଚଉଡ଼ାରେ ପଥର କଟା ଯାଇ ଏକ ଗର୍ତ୍ତ କରାଯାଇ ଭିତରକୁ ପ୍ରବେଶ ପାଇଁ ଟନେଲ ନିର୍ମାଣ କରାଯିବା ପାଇଁ ପ୍ରସ୍ତୁତି ସରିଛି ।
ସୂର୍ଯ୍ୟ ମନ୍ଦିର ଜଗମୋହନରେ ବାଲି ଭରା ଯିବାର ୧୨୩ ବର୍ଷ ପରେ ବାଲି କାଢ଼ିବାକୁ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି । ୧୩ଶ ଶତାବ୍ଦୀର କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ୧୯୦୩ରେ ବ୍ରିଟିଶ୍ର ମାନେ ଜଗମୋହନରେ ବାଲି ଭରିଥିଲେ ।
ଏଥିସହ ପଢ଼ନ୍ତୁ: 'ମହିଳାଙ୍କ ସ୍ୱାଭିମାନ ଓ ସଶକ୍ତିକରଣ ଡବଲ ଇଞ୍ଜିନ ସରକାରର ପ୍ରାଥମିକତା'
ବାଲି ଭରିବାକୁ ଲାଗିଥିଲା ୩ ବର୍ଷ
୧୮୩୭ ମସିହାରେ ସ୍କଟିଶ୍ ଐତିହାସିକ ଜେମ୍ସ ଫରଗୁସନ କୋଣାର୍କ ମନ୍ଦିର ପରିଦର୍ଶନ ସହ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲା । ଏହାପରେ ୧୯୦୦ ମସିହାରେ ବ୍ରିଟିଶ ସରକାର ଇଞ୍ଜିନିୟର୍ ବିଶା ସ୍ଵରୂପଙ୍କ ପରାମର୍ଶ ମାନିଥିଲେ । ବେଙ୍ଗାଲ ରାଜ୍ୟପାଳ ଜେ.ଏ. ବୌରିଡିଲନଙ୍କ ନିର୍ଦ୍ଦେଶରେ ସୂର୍ଯ୍ୟ ମନ୍ଦିର ଜଗମୋହନରେ ବାଲି ଭର୍ତ୍ତି କରାଯାଇଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିରର ୪ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଥିଲା । ୧୨୮ ଫୁଟ୍ ଉଚ୍ଚ ସୂର୍ଯ୍ୟ ମନ୍ଦିରର ଜଗମୋହନକୁ ବାଲିରେ ସମ୍ପୂର୍ଣ୍ଣ କରିବାକୁ ଶ୍ରମିକଙ୍କୁ ଲାଗିଥିଲା ୩ ବର୍ଷ । ଏବେ ୧୨୩ ବର୍ଷ ପରେ ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କଢ଼ାଯିବାକୁ ଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories