Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sanatan Unity / ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ରୋକିବାକୁ ମିଶିଲେ ୧୭୭ ଗାଁର ଲୋକେ, ନେଲେ ବଜ୍ର ଶପଥ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ରୋକିବାକୁ ମିଶିଲେ ୧୭୭ ଗାଁର ଲୋକେ, ନେଲେ ବଜ୍ର ଶପଥ
Koraput Villagers Unite Over Infiltration Concerns

Key Points

ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ଆଉ ମିଳିବନି ତ୍ରାହି । ଯେଉଁଠି ସୁଯୋଗ ଦେଖି ପଶିଲେ ବିଦା କରି ଦେବେ ଗ୍ରାମବାସୀ । ଗୋଟିଏ କି ଦୁଇଟି ଗାଁ ନୁହେଁ ଏଥିପାଇଁ ଏକାଠି ହୋଇଛନ୍ତି ୧୭୭ଟି ଗାଁର ଲୋକ ।

କୋରାପୁଟ: ଆଉ ରକ୍ଷା ନାହିଁ । ଅନୁପ୍ରବେଶକାରୀଙ୍କୁ ଛାଡ଼ିବେନି ଗ୍ରାମବାସୀ । ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ଆଉ ମିଳିବନି ତ୍ରାହି । ଯେଉଁଠି ସୁଯୋଗ ଦେଖି ପଶିଲେ ବିଦା କରି ଦେବେ ଗ୍ରାମବାସୀ । ଗୋଟିଏ କି ଦୁଇଟି ଗାଁ ନୁହେଁ ଏଥିପାଇଁ ଏକାଠି ହୋଇଛନ୍ତି ୧୭୭ଟି ଗାଁର ଲୋକ । ଅନୁପ୍ରବେଶକାରୀଙ୍କୁ ତଡ଼ିବା ପାଇଁ ନେଇଛନ୍ତି ବଜ୍ର ଶପଥ ।



କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ଅନୁପ୍ରବେଶ ରୋକିବା ପାଇଁ ଏକାଠି ହୋଇଛନ୍ତି ହଜାର ହଜାର ସନାତନୀ । ସମସ୍ତ ସନାତନୀଙ୍କୁ ନେଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ୧୭୭ଟି ଗାଁର ପବିତ୍ର ଜଳ କଳସ ଯାତ୍ରା ହୋଇଛି ।

ଏଥିସହ ପଢ଼ନ୍ତୁ: ୩ ଦିନ ଶୀତ ଲହରୀ, ୫ ଦିନ ଘନ କୁହୁ଼ଡ଼ି; ଚେତାଇଲା ପାଣିପାଗ ବିଭାଗ

ନିଜ ନିଜ ଗାଁର ପବିତ୍ର ମାଟି ନେଇ ଆସିଥିବା ସନାତନୀ ଗୀତ ଗୋବିନ୍ଦ ନାମ ସଂକୀର୍ତ୍ତନ କରିଛନ୍ତି । ୩ କିଲୋମିଟର ବାଟ ପଥ ପରିକ୍ରମା କରି ସାନ ସରପଲ୍ଲୀ ଗାଁରେ ହୋଇଛି ହୋମଯଜ୍ଞ ସହ ସଭା । ଶ୍ରୀରାମଙ୍କ ନାରାରେ ଗଗନ ପବନ ମୁଖରିତ ହୋଇ ଉଠିଛି । କଲେଜ ପଡ଼ିଆ ଠାରେ ହଜାର ହଜାର ସଂଖ୍ୟାରେ ସନାତନୀଙ୍କ ମେଳରେ ହୋମ ପୂଜାଯଜ୍ଞ କରାଯାଇଛି ।


ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା, ବିଶ୍ୱ ହିନ୍ଦୁ ପରିଷଦ ସଭ୍ୟ, ସନାତନ ଧର୍ମ ପ୍ରଚାର ପ୍ରସାରର ରାୟଗଡ଼ା ଜିଲ୍ଲା ଏବଂ ମାଲକାନଗିରି ଜିଲ୍ଲାର ମୁଖ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି ।


ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରେଳ ଷ୍ଟେସନରୁ ରୋହିଙ୍ଗ୍ୟା ମୁସଲିମ୍ ବ୍ୟବସାୟୀ ବନ୍ଧୁଗାଁ ଅଞ୍ଚଳରୁ ଯେମିତି ଅନୁପ୍ରବେଶ ନ କରନ୍ତି ସେନେଇ ସଚେତନତା ସୃଷ୍ଟି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଗୁରୁତର ରୋଗୀଙ୍କ ମୁଣ୍ଡରେ ଖସି ପଡ଼ିଲା ସିଲିଂ; କେତେ ସୁରକ୍ଷିତ ବଡ଼ ମେଡିକାଲ୍ ?

ବନ୍ଧୁଗାଁ ନାରାୟଣ ପାଟଣା ବ୍ଲକ ମାଟିର ସୁରକ୍ଷା ଆମର ଦୀକ୍ଷା, ଏ ମାଟିର ମର୍ଯ୍ୟାଦା ରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରଚାରକ ଏବଂ ରାୟଗଡ଼ା ଜିଲ୍ଲାରୁ ଆସିଥିବା ସାଧୁ ସନ୍ଥ ।


ଏହି ଆଧ୍ୟାତ୍ମିକ ଜାଗରଣ କେବଳ ଏକ ଦିନର କାର୍ଯ୍ୟକ୍ରମ ନୁହେଁ ଏହା ଆଗାମୀ ପିଢ଼ି ପାଇଁ ଗୋଟିଏ ଆଲୋକ ସ୍ତମ୍ଭ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଖଣ୍ଡ ଦାୟିତ୍ୱରେ ଥିବା ହରୀଶ ଭାଇ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
177 Villages Unite in Koraput Against Illegal Infiltration | Argus News | Argus News