Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ତ୍ରୀର ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ୱାମୀ

Jitendra Dash
Browse all articles by Jitendra Dash
·2 years ago·1 min read
ସ୍ତ୍ରୀର ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ୱାମୀ

ଅର୍ଗସ ବ୍ୟୁରୋ : ଗୋଟିଏ ପରିବାରରୁ ଏକା ଦିନେ ଲିଭିଗଲା ଦୁଇଟି ଜୀବନଦୀପ । କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ I ମୃତକ ହେଲେ ଜିନୁ ପରଜା ଏବଂ ତାଙ୍କ ସ୍ତ୍ରୀ ରୁକ୍ମଣୀ ପରଜା I କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ବାଲିଆପଦର ଗାଁରୁ ଆସିଛି ହୃଦୟବିଦାରକ ଘଟଣା  I

ଖବର ଅନୁଯାୟୀ,  ଜିନୁ  ନିଜ ତିନି ପୁଅ ଓ ସ୍ତ୍ରୀକୁ ନେଇ ପରିବାର ସହ ବେଶ ଖୁସିରେ ରହୁଥିଲେ l କିନ୍ତୁ ବୁଧବାର କୌଣସି କଥାକୁ ନେଇ ରୁକ୍ମଣୀଙ୍କ ସହ ଜିନୁଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହାପରେ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଇଥିଲେ ସ୍ତ୍ରୀ  I କିଛି ସମୟ ପରେ କବାଟ ନଖୋଲିବାରୁ ପରିବାର ଲୋକେ ଆସି କବାଟ ଭାଙ୍ଗିଥିଲେ । ଘର ଭିତରେ ଦେଖିବା ବେଳକୁ ସେ ବେକରେ ଏକ ଗାମୁଛା ଗୁଡ଼ାଇ ଝୁଲି ପଡ଼ିଥିଲେ I  ତଳକୁ ଓହ୍ଲାଇବା ବେଳକୁ ଜିନୁଙ୍କର ମୃତ୍ୟୁ ହୋଇସାରିଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଏହି ଖବର ପାଇବା ପରେ ସ୍ୱାମୀ ବାଡି ପଟକୁ ଶୌଚ ହେବା ପାଇଁ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ବାରି ପଟେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ । ଏଭଳି ପରିସ୍ଥିତିରେ ତିନି ପୁଅ ଏବଂ ପରିବାର ଲୋକେ ହତବାଦ୍‌ ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Sponsored
Koraput couple suicide case | Argus News