Videos
|
Odisha

Koraput Landslide / ପୁଣି ପାହାଡ଼ ଧସିଲା, ରାସ୍ତାରେ ଖସିଲା ବଡ଼ ବଡ଼ ପଥର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପୁଣି ପାହାଡ଼ ଧସିଲା, ରାସ୍ତାରେ ଖସିଲା ବଡ଼ ବଡ଼ ପଥର
Landslide Again In Koraput

Key Points

କୋରାପୁଟରେ ପୁଣି ଭୂସ୍ଖଳନ
ରାସ୍ତା ଉପରେ ପଡ଼ିଛି ବିଶାଳ ପଥର
ରାସ୍ତା ଅବରୋଧ ନେଇ ସୂଚନା
କୋରାପୁଟ: ଜିଲ୍ଲାର ପଟ୍ଟାଙ୍ଗିରୁ ନେରିଡ଼ିୱାଲସାକୁ ସଂଯୋଗ କରୁଥିବା ବ୍ରିଟିଶ ରୋଡ୍‌ରେ ପୁଣି ଭୂସ୍ଖଳନ । ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଳରେ ଯାତ୍ରୀ ଓ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି । ତୁରନ୍ତ ପଥର ହଟାଇ ରାସ୍ତା ସ୍ୱାଭାବିକ କରିବାକୁ ଦାବି ହେଉଛି । ଅର୍ଣ୍ଣବ ବାତ୍ୟା ପରେ ଜିଲ୍ଲାରେ ଦ୍ଵିତୀୟ ଥର ଲାଗି ଭୂସ୍ଖଳନ ହୋଇଥିବାବେଳେ ତୁରନ୍ତ ରାସ୍ତା ସଫା କରିବାକୁ ଉଦ୍ୟମ ଚାଲିଛି ।

ବାତ୍ୟା ଅର୍ଣ୍ଣବ ପରେ କୋରାପୁଟରେ ମାଟି ଅତଡ଼ା ଖସିଥିଲା । ବାତ୍ୟା ପ୍ରଭାବରେ କୋରାପୁଟ ଜିଲ୍ଲାରେ ବର୍ଷା ଲାଗିରହିଥିଲା । ବର୍ଷା ଯୋଗୁଁ ସାଲୁର-ଶୁଙ୍କି ଘାଟିରେ ଭୂସ୍ଖଳନ ହୋଇଥିଲା । ବିଭିନ୍ନ ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଖସିଥିବା ବେଳେ ଭାଙ୍ଗିଥିଲା ଗାର୍ଡ ୱାଲ୍ । ଏଥିସହ ରାସ୍ତାରେ ଉପୁଡ଼ି ପଡ଼ିଥିଲା ଗଛ । ବର୍ଷା ଓ ଭୂସ୍ଖଳନ ଯୋଗୁଁ ଯାତାୟାତ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଥିଲା । ସେହିପରି ଦେଓମାଳି ଯିବା ରାସ୍ତାରେ ମଧ୍ୟ ହୋଇଥିଲା ଭୂସ୍ଖଳନ ।

  • ଗିଡିପାବାଲିରେ ଉଦ୍ଧାର କାର୍ଯ୍ୟ ଜୋରଦାର
ଅନ୍ୟପଟେ ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମର ସୀମାନ୍ତ ଗିଡିପାବାଲି ଭୂସ୍ଖଳନ ସ୍ଥଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । ଜି. ଉଦୟଗିରିର ତହସିଲଦାର ସମୁଦ୍ର ମିଶ୍ରଙ୍କ ନେତୃତ୍ୱ ଓଡ୍ରାଫ ଟିମ୍ ଓ ଫାୟାର ବ୍ରିଗେଡ ଟିମ୍ ସହ ଡିଭିଏଫର ଯବାନମାନେ ଏହି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଯବାନମାନେ ହାତରେ ଫାଉଡା, ସାବଳ, ଗଇଁତି, ଦଉଡି, ବାଉଁଶ ସହାୟତାରେ ସର୍ଚ୍ଚ ଅପରେସନ କରାଯାଉଛି । ସର୍ଚ୍ଚ ଅପରେସନରେ ବାଧକ ସାଜୁଛି ବଡ଼ ବଡ଼ ପଥର ।

ପଢନ୍ତୁ ଏହି ଖବର: ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ଼ ପ୍ଲାନ୍; ସ୍ଥାନାନ୍ତର ହେବ ସମ୍ପୂର୍ଣ୍ଣ ଗାଁ

ପଥର ହଟାଇ ମାଟି ଖୋଳି ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି ଯବାନ । ଆଜି ସର୍ଚ୍ଚ ଅପରେସନ ବେଳେ ମାଟି ତଳେ ପୋତି ହୋଇଥିବା ଗୋଟିଏ ଘରୁ ଧାନ ବସ୍ତା ବାହାରିବା ପରେ ସେହି ସ୍ଥାନରେ ମାଟି କଢାଯାଉଛି । ବର୍ତ୍ତମାନ ଗୋଟିଏ ମୃତଦେହ ଦେଖିବାକୁ ମିଳିଛି । ୧୧ ନିଖୋଜଙ୍କୁ ଖୋଜିବା ବାହାର କରିବାକୁ ଉଦ୍ୟମ ଜାରି ରହିଛି । ସେପଟେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି ପରିବାର ସଦସ୍ୟ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଭୂସ୍ଖଳନ ପରେ ଆକ୍ସନ ମୋଡରେ ସରକାର
ଗିଡ଼ିପାବାଲି ଭୂସ୍ଖଳନ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କ ସ୍ଥାନାନ୍ତରିତ ପାଇଁ ନିଷ୍ପତ୍ତି ନିଆଯାଇଛି । କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ଶହ ଶହ ପାହାଡ଼ ଅଛି । ଅନେକ ଭୂସ୍ଖଳନ ପଏଣ୍ଟ ରହିଛି । ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ତଳେ ଥିବା ଗାଁରେ ନୂଆ ବସ୍ତି ଏବଂ ଘର କରି ଯୋଗାଇଦେବେ ସରକାର । କେତେ ଲୋକ ପାହାଡ଼ ଉପରେ ଏବଂ ତଳେ ରହିଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି । ଉତ୍ତର ପୂର୍ବ ରାଜ୍ୟକୁ ଆମ ଅଧିକାରୀମାନେ ଯାଇଥିଲେ । ଜନବସତି ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ଥାନାନ୍ତରିତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏବେ ଗିଡ଼ିପାବାଲିଠାରେ ଯେତିକି ଲୋକ ବଞ୍ଚିକି ଆସିଲେ ସେମାନେ କହୁଛନ୍ତି ତଳେ ଆମକୁ ରାଜ୍ୟ ସରକାର ଜାଗା ଦିଅନ୍ତୁ । ସେମାନଙ୍କୁ ଅନ୍ୟ ଜାଗାରେ ସରକାର ଘର ଦେବେ । ଅନ୍ତୋଦ୍ୟୟ ଯୋଜନାରେ ଘର ମିଳିବ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।