Videos
|
Odisha

Odisha Landslide / ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ଼ ପ୍ଲାନ୍; ସ୍ଥାନାନ୍ତର ହେବ ସମ୍ପୂର୍ଣ୍ଣ ଗାଁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ଼ ପ୍ଲାନ୍; ସ୍ଥାନାନ୍ତର ହେବ ସମ୍ପୂର୍ଣ୍ଣ ଗାଁ
Odisha Govt Plans Village Shifting to Prevent Landslides

Key Points

ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ସର୍ଭେ ଆରମ୍ଭ ହୋଇଛି ।
ଭୁବନେଶ୍ଵର: ଭୂସ୍ଖଳନରେ ଆଉ ଯିବନି ଜୀବନ । ହେବନି ଧନଜୀବନ ହାନି । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଆରମ୍ଭ ହୋଇଛି ସର୍ଭେ । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ବାତ୍ୟା 'ଅର୍ଣ୍ଣବ' ସମୟରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବାଲିରେ ହୋଇଥିବା ଭୂସ୍ଖଳନ ସମସ୍ତଙ୍କ ଛାତି ଥରାଇ ଦେଇଛି । ବାତ୍ୟାର ସପ୍ତାହକ ପରେ ବି ଉଦ୍ଧାର କାର୍ଯ୍ୟ ସରି ନଥିବା ବେଳେ ଭୂସ୍ଖଳନକୁ ମୃତାହତ ରୋକିବାକୁ ସରକାର ବଡ଼ ପ୍ଲାନ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତଙ୍କ ପାଇଁ SRC ମଞ୍ଜୁର କଲେ ୧୦୭.୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ସର୍ଭେ ଆରମ୍ଭ ହୋଇଛି ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମସ୍ୟାର ସମାଧାନ ପାଇଁ ଉତ୍ତର-ପୂର୍ବ ରାଜ୍ୟକୁ ଯାଇଥିଲେ ରାଜ୍ୟ ସରକାରଙ୍କ ଏକ ଟିମ୍ । ଗିଡ଼ିପାବାଲି ଭୂସ୍ଖଳନ ପରେ ରାଜ୍ୟ ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି । ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କ ସ୍ଥାନାନ୍ତରିତ ପାଇଁ ନିଷ୍ପତ୍ତି ନିଆଯାଇଛି ।

କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ଶହ ଶହ ପାହାଡ଼ ଅଛି । ଅନେକ ଭୂସ୍ଖଳନ ପଏଣ୍ଟ ରହିଛି । ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ତଳେ ଥିବା ଗାଁରେ ନୂଆ ବସ୍ତି ଏବଂ ଘର କରି ସରକାର ଯୋଗାଇ ଦେବେ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ।

କେତେ ଲୋକ ପାହାଡ଼ ଉପରେ ଏବଂ ତଳେ ରହିଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି । ଉତ୍ତର ପୂର୍ବ ରାଜ୍ୟକୁ ଓଡ଼ିଶାର ଅଧିକାରୀ ମାନେ ଯାଇଥିଲେ । ଜନବସତି ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ଥାନାନ୍ତରିତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।

ଏବେ ଗିଡ଼ିପାବାଲି ଠାରେ ଯେତିକି ଲୋକ ବଞ୍ଚିକି ଆସିଲେ ସେମାନେ କହୁଛନ୍ତି ତଳେ ଆମକୁ ରାଜ୍ୟ ସରକାର ଜାଗା ଦିଅନ୍ତୁ । ସେମାନଙ୍କୁ ଅନ୍ୟ ଜାଗାରେ ସରକାର ଘର ଦେବେ । ଅନ୍ତୋଦ୍ୟାୟ ଯୋଜନାରେ ଘର ମିଳିବ ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।

ଏଥିସହ ପଢ଼ନ୍ତୁ: ଗିଡ଼ିପାବାଲି ଭୂସ୍ଖଳନ: ୧୧ ନିଖୋଜଙ୍କ ପ୍ରତୀକାତ୍ମକ ସତ୍କାର, ଦିଆଯିବ ମଦ ଓ ଘୁଷୁରୀ 

ଓଡ଼ିଶାର ବଡ଼ ଭୂସ୍ଖଳନ

୨୦୧୮ ମସିହାରେ ଆସିଥିବା ତିତଲି ବାତ୍ୟା ଯୋଗୁଁ ଗଜପତି ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଆଉ ଏବେ ଗିଡ଼ିପାବାଲିରେ ତାର ପୁନରାବୃତ୍ତି ହୋଇଛି । ୨୦୧୮ ଅକ୍ଟୋବର ୧୧ରେ ଆନ୍ଧ୍ରର ପଲାସା ନିକଟରେ ମାଡ଼ ହୋଇଥିଲା ଭୀଷଣ ବାତ୍ୟା ତିତଲି ।

ଯାହା ପ୍ରଭାବରେ ଗଜପତି ଜିଲ୍ଲାରେ ୨୯୬ ମିଲିମିଟର ବର୍ଷା ହେବା ସହ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଯେଉଁଥିରେ କେବଳ ବାରଘରା ଗାଁରେ ପ୍ରାୟ ୧୮ ଜଣ ପ୍ରାଣ ହରାଇଥିଲେ । ଜିଲ୍ଲାରେ ଭୂସ୍ଖଳନ ଓ ବନ୍ୟାରେ ମୋଟ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଥିଲା ।