Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦ୍ରୁତ ଗତିରେ ଆସିଲା ଅଜଣା ଗାଡ଼ି ନେଇଗଲା ଜୀବନ

Jitendra Dash
Browse all articles by Jitendra Dash
·2 years ago·1 min read
ଦ୍ରୁତ ଗତିରେ ଆସିଲା ଅଜଣା ଗାଡ଼ି ନେଇଗଲା ଜୀବନ

ଅର୍ଗସ ବ୍ୟୁରୋ : ପୁଣି ଦ୍ରୁତ ଗତି ନେଲା ଜୀବନ । ଚାଲିଗଲା ଅକାଳରେ ଜୀବନ । ଦୁଇ ଦିନ ପୂର୍ବରୁ ଦ୍ରୁତ ଗତିରେ ବାଇକ ଚଳାଇ କୋଟପାଡ଼ ଅଞ୍ଚଳରେ ଜଣେ ନାବାଳକର ଜୀବନ  ଚାଲି ଯାଇଥିଲା । ଆଜି ଆଉ ଲୋମ ଟାଙ୍କୁରୀ ହେବା ଭଳି ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି କୋଟପାଡ଼ ବ୍ଲକ ଅନ୍ତର୍ଗତ ବଣିଆ ଗ୍ରାମ ନିକଟରେ  l 

ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କେର୍ଲା ଗ୍ରାମର ମୃତ ମିଥିନ ବିଶୋଇ ଯାହାଙ୍କ ବୟସ ୧୫ ବର୍ଷ ଓ  ଆହତ ଲିପୁନ ବିଶୋଇ ଯାହାଙ୍କ ବୟସ ୧୫ ବର୍ଷ ଉଭୟେ କୋଟପାଡ଼ ସିଦ୍ଧାର୍ଥ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି l ଆସନ୍ତା ୨୦ ତାରିଖ ଦିନ ବୋର୍ଡ ପରୀକ୍ଷା ଥିବା ଯୋଗୁଁ ଆଜି ଉଭୟେ ଆଡମିଟ କାର୍ଡ଼ ନବା ପାଇଁ ସ୍କୁଲକୁ ଆସିଥିଲେ । ହେଲେ ଆଡମିଟ କାର୍ଡ଼ ନେଇ ଘରକୁ ଫେରୁଥିବା ସମୟରେ ବଣିଆ ଗ୍ରାମ ନିକଟରେ ସମ୍ମୁଖ ପଟୁ ଆସୁଥିବା ପିକଅପ ଭ୍ୟାନକୁ ଧକ୍କା ଦେଇ ଛିଟିକି ପଡ଼ିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାହା ଫଳରେ ଘଟଣା ସ୍ଥଳରେ ହିଁ ନାବାଳକ ମିଥିନ ବିଶୋଇଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ୨ ସାଙ୍ଗ ବହୁ ଦୁରକୁ ଛିଟିକି ପଡ଼ିଥିଲେ । କୋଟପାଡ଼ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟ ପିକଅପ ଭ୍ୟାନ ଓ ବାଇକକୁ ଜବତ କରି ଥାନାକୁ ନେଇଥିବା ବେଳେ, ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଥିବା ଜଣାଯାଇଛି ।

Sponsored
koraput road accident | Argus News