Videos
|
Odisha

Food Poisoning / ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୮୦ରୁ ଅଧିକ ଅସୁସ୍ଥ, ଝିଟିପିଟି ପଡ଼ିଥିବା କହିଲେ ଛାତ୍ରଛାତ୍ରୀ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୮୦ରୁ ଅଧିକ ଅସୁସ୍ଥ, ଝିଟିପିଟି ପଡ଼ିଥିବା କହିଲେ ଛାତ୍ରଛାତ୍ରୀ
Food Poisoning Scare at Koraput School, 80 Students Sick

Key Points

ସକାଳ ପ୍ରାୟ ୯ଟା ସମୟରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଖାଇବାକୁ ଦିଆ ଯାଇଥିଲା । ଖାଦ୍ୟ ଖାଇବା ପରେ ୮୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ ।
ନାରାୟଣପାଟଣା (କୋରାପୁଟ): ସ୍କୁଲ୍‌ରେ ୮୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ, ସକାଳ ପ୍ରାୟ ୯ଟା ସମୟରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଖାଇବାକୁ ଦିଆ ଯାଇଥିଲା । ଖାଦ୍ୟ ଖାଇବା ପରେ ୮୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବା ପରେ ବାଉଁଶପୁଟ ସ୍କୁଲ୍‌ରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର

୮୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ କିଛି ଅଭିଭାବକ ପିଲାଙ୍କୁ ଆସି ନେଇ ଯାଇଛନ୍ତି । ପ୍ରଥମେ ଅନୁମାନ କରାଯାଉଥିଲା, ରାତିରେ ବଳକା ରହି ଯାଇଥିବା ଖାଦ୍ୟକୁ ସକାଳେ ପିଲାଙ୍କୁ ଖାଇବାକୁ ଦିଆଯାଇଥିବାରୁ ସେମାନେ ଅସୁସ୍ଥ ହୋଇ ପଡ଼ିଛନ୍ତି । ତେବେ ସ୍କୁଲ୍ କର୍ତ୍ତୃପକ୍ଷ ବାସୀ ଖାଦ୍ୟ ଦିଆଯାଇଥିବା କଥାକୁ ଅସ୍ଵୀକାର କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଥିବା ଛାତ୍ରଛାତ୍ରୀ ଝିଟିପିଟି ପଡ଼ିଥିବା କହିଛନ୍ତି । କିଛି ଛାତ୍ରୀଙ୍କ କହିବା ଅନୁସାରେ, ସେମାନେ ଖାଦ୍ୟ ଖାଇବା ବେଳେ ଥାଳିରେ ଝିଟିପିଟି ପଡ଼ିଥିବା ଦେଖିଥିଲେ । ତାପରେ ସେମାନେ ଖାଦ୍ୟ ନଖାଇ ଫିଙ୍ଗି ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ସ୍କୁଲ୍ ଆଗରେ କଳା ରଙ୍ଗର କାର୍... ଚାଲାଣ ହେଉଥିଲା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ

କିଛି ଛାତ୍ରଛାତ୍ରୀ ଖାଦ୍ୟ ଖାଇବା ମାତ୍ରେ ଅସୁସ୍ଥ ଅନୁଭବ କରିଥିଲେ । ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅସୁସ୍ଥ ଅନୁଭବ କରିବା ପରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା କରିବା ସହ ଔଷଧ ଦେଉଛନ୍ତି । ଏବେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ନିୟନ୍ତ୍ରଣାଧିନ ରହିଛି ।

ତେବେ ରୋଷେଇ ବେଳେ କେଉଁ ପରିସ୍ଥିତିରେ ଖାଦ୍ୟରେ ଝିଟିପିଟି ପଡ଼ିଲା ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ରୋଷେୟାଙ୍କ ଅବହେଳାରୁ ଖାଦ୍ୟରେ ଝିଟିପିଟି ପଡ଼ି ଯାଇଥାଇପାରେ ବୋଲି ଅନୁମାନ କରାଯାଉଥିଲେ ହେଁ କିଛି ସ୍ପଷ୍ଟ ହୋଇ ନାହିଁ ।

Related Topics

Explore more stories

80+ Students Fall Ill After Eating School Food in Koraput | Argus News | Argus News