Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପିରେ ମିଶିଲେ କୋରେଇର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଆକାଶ ଦାସ ନାୟକ

Odisha

ବିଜେପିରେ ମିଶିଲେ କୋରେଇର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଆକାଶ ଦାସ ନାୟକ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେପିରେ ମିଶିଲେ କୋରେଇର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଆକାଶ ଦାସ ନାୟକ

ଅର୍ଗସ ବ୍ୟୁରୋ : ବିଜେପିରେ ମିଶିଲେ କୋରେଇର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଆକାଶ ଦାସ ନାୟକ । ଗତକାଲି ଦଳ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରି ସେ ବିଜେଡି ଛାଡ଼ିଥିଲେ । ୨୦୧୪ରୁ ୨୦୧୯ ଯାଏ ସେ କୋରେଇରୁ ବିଜେଡିର ବିଧାୟକ ଥିଲେ । ୨୦୧୯ରେ ତାଙ୍କର ଟିକେଟ୍ କଟିଥିଲା । ପରେ ସେ ମୋ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀ ଦାସନାୟକ କହିଛନ୍ତି, ଆତ୍ମ ସମ୍ମାନକୁ ବଳି ପକାଇବା ଅପେକ୍ଷା ଓଡ଼ିଆର ଅସ୍ମିତା ରକ୍ଷା କରିବା ପାଇଁ ବିଜେପିରେ ଯୋଗ ଦେଇଛି । ମୋର ପୂରା ବିଶ୍ବାସ କୋରେଇର ପୁଅମାନେ ସ୍ବାଭିମାନ । ସ୍ବାଭିମାନ ପାଇଁ କୋରେଇର ପୁଅ କଣ କରିପାରେ ତାହା ଆଗାମୀ ସମୟ କହିବ । ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ପ୍ରଦୀପ ପାଣିଗ୍ରାହୀ, ଅରିନ୍ଦମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
Korei ex MLA and BJD leader Akash Das Naik joined BJP | Argus News