Odisha Andhra Police Clash / ଚଳିବନି ଆନ୍ଧ୍ରର ଦାଦାଗିରି; ମିଳିବନି ଭୋଟ୍; ନିର୍ବାଚନ ଦିନ ନେତା ଅଧିକାରୀ କୋଟିଆ ଜଗିବେ
·4 hours ago·2 min read

Key Points
କୋଟିଆ ଉପରେ ପୁଣି ଆନ୍ଧ୍ରର ଦାଦାଗିରି
ପଞ୍ଚାୟତ ନିର୍ବାଚନକୁ ନେଇ ସୀମାରେ ବିବାଦ
ଓଡ଼ିଶା ଓ ଆନ୍ଧ୍ର ପୋଲିସ ମୁହାଁମୁହିଁ
ପ୍ରତିକ୍ରିୟା ରଖିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ
ପଞ୍ଚାୟତ ନିର୍ବାଚନକୁ ନେଇ ସୀମାରେ ବିବାଦ
ଓଡ଼ିଶା ଓ ଆନ୍ଧ୍ର ପୋଲିସ ମୁହାଁମୁହିଁ
ପ୍ରତିକ୍ରିୟା ରଖିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ
କୋରାପୁଟ/ଭୁବନେଶ୍ଵର: କୋଟିଆ ସୀମା ନେରିଡିୱାଲସାରେ ଚାପା ଉତ୍ତେଜନା । ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ । କୋଟିଆରେ ଆନ୍ଧ୍ର ପକ୍ଷରୁ ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ଦେଖାଦେଇଛି ଉତ୍ତେଜନା । ଏହାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ତିକ୍ତ ହୋଇଥିବା ବେଳେ ଉଭୟ ପକ୍ଷର ପୋଲିସ ଉପସ୍ଥିତିକୁ ନେଇ ଚର୍ଚ୍ଚା ବଢ଼ିଛି । ତା' ସହିତ ଓଡ଼ିଶା ପୋଲିସ ଦ୍ଵାରା ନେରିଡିୱାଲସାଠାରେ କରାଯାଇଥିବା ପୋଲିସ ବାରିକେଟକୁ ଭାଙ୍ଗିଲେ ଆନ୍ଧ୍ର ପୋଲିସ । ଯାହା ଦ୍ଵାରା ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ସେପଟେ କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇ ଦିଆଯିବନି । ନିର୍ବାଚନ ଦିନ ସମସ୍ତ ଦଳର ନେତା ଓ ଅଧିକାରୀ କୋଟିଆ ଜଗିବେ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।
ନଭେମ୍ବର ୫ ତାରିଖରେ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର । ବାରମ୍ବାର ତାଗିଦ ସତ୍ତ୍ଵେ କୋଟିଆ ଉପରେ ନିଜର ଅଧିକାର ଜାହିର କରିବାକୁ ଆନ୍ଧ୍ର ପକ୍ଷରୁ ଅପଚେଷ୍ଟା ଜାରି ରହିଛି । ଜୋରଜବରଦସ୍ତ ସୀମାନ୍ତ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାର ପ୍ରଲୋଭନ ଦେଖାଇ ଆନ୍ଧ୍ର ନିର୍ବାଚନ କରିବାକୁ ଷଡ଼ଯନ୍ତ୍ର କରିଛି । ଏପରିକି କୋଟିଆର ଲୋକଙ୍କ ନାଁରେ ଭୋଟର ପରିଚୟପତ୍ର ମଧ୍ୟ କରାଯାଇଛି । ଆଜି ଆନ୍ଧ୍ର ପୋଲିସ କୋଟିଆରେ ପହଞ୍ଚି ଦାଦାଗିରି ଦେଖାଉଥିବାବେଳେ ଓଡ଼ିଶା ପୋଲିସ ବିରୋଧ କରିଥିଲା । ଏହାପରେ ବିବାଦ ଉପୁଜିଛି ।
ପଢନ୍ତୁ ଏହି ଖବର: କୋଟିଆ ବିବାଦ; ଆନ୍ଧ୍ର ନିର୍ବାଚନ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆଇନଜୀବୀ

- "କୋଟିଆ ଜଗିବେ ନେତା ଓ ଅଧିକାରୀ"
ପଢନ୍ତୁ ଏହି ଖବର: କୋଟିଆ ବିବାଦ; ଆନ୍ଧ୍ର ନିର୍ବାଚନ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆଇନଜୀବୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- "ଆନ୍ଧ୍ର ଚାଉଳ ଗାଡ଼ିକୁ ଲୋକେ ଫେରାଇଦେଲେ"
Related Topics
Explore more stories