Videos
|
Odisha

Kotia Dispute / କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମ ପଣ୍ଡ କରିବ ଓଡ଼ିଶା, ମୁତୟନ ହେବେ ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମ ପଣ୍ଡ କରିବ ଓଡ଼ିଶା, ମୁତୟନ ହେବେ ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ
Kotia Dispute

Key Points

କୋଟିଆକୁ ନେଇ ଆକ୍ସନ ମୋଡ୍‌ରେ ଓଡ଼ିଶା ସରକାର
ଆନ୍ଧ୍ର ବିରୋଧରେ ହେବ ମାମଲା
ମୁତୟନ ହେବେ ଆଉ ୮ ପ୍ଲାଟୁନ ଫୋର୍ସ
କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦ ପୁଣି ତୀବ୍ର ହୋଇଛି । କୋଟିଆରେ ଆନ୍ଧ୍ର ପ୍ରଦେଶର ନିର୍ବାଚନୀ ଉଦ୍ୟମକୁ ପଣ୍ଡ କରିବା ପାଇଁ ଓଡ଼ିଶା ସରକାର ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି । ଏଥିପାଇଁ କୋଟିଆକୁ ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ ପଠାଯିବ ବୋଲି ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, କୋଟିଆରେ ଆନ୍ଧ୍ରର ପୋଷ୍ଟରକୁ ସ୍ଥାନୀୟ ଲୋକମାନେ ଚିରି ଦେଉଛନ୍ତି । ଓଡ଼ିଶାର ଉପଜିଲ୍ଲାପାଳ ମଧ୍ୟ ସେଠାରେ ଉପସ୍ଥିତ ରହି ପରିସ୍ଥିତିର ମୁକାବିଲା କରୁଛନ୍ତି । ପୋଲିସ, ପ୍ରଶାସନିକ ଅଧିକାରୀ ଓ ସବୁ ରାଜନୈତିକ ଦଳର ନେତା କୋଟିଆ ଉପରେ ନଜର ରଖିଛନ୍ତି ।

ଆନ୍ଧ୍ର ପ୍ରଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ନିର୍ବାଚନ କରାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ । ଏହି ପ୍ରସଙ୍ଗରେ ଆନ୍ଧ୍ରର ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଖଲ କରାଯିବ । ଏଥିସହ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ଓଡ଼ିଶା ଏହି ପ୍ରସଙ୍ଗ ଉଠାଇବ ।

କେବଳ କୋଟିଆ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସୀମା ବିବାଦୀୟ ଅଞ୍ଚଳ ଉପରେ ମଧ୍ୟ ସରକାର ନଜର ରଖିଥିବା କହିଛନ୍ତି ସୁରେଶ ପୂଜାରୀ। ଆନ୍ଧ୍ର ସହ ଆଲୋଚନା କରିବାକୁ ଓଡ଼ିଶା ପକ୍ଷରୁ ଦାବି କରାଯିବ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, କୋଟିଆରେ ଜଣେ କାର୍ଯ୍ୟରତ ସରପଞ୍ଚ ଓ ସମିତି ସଭ୍ୟ ଓଡ଼ିଶାର ଅଛନ୍ତି। ସେଠାରେ ରାସ୍ତାଘାଟ ସମେତ ବିଭିନ୍ନ ଭିତ୍ତିଭୂମି ଓଡ଼ିଶା ସରକାର ନିର୍ମାଣ କରିଛନ୍ତି। ଏପରିକି କୋଟିଆରେ ଆନ୍ଧ୍ରର କୌଣସି କାର୍ଯ୍ୟାଳୟ ନଥିବା ବେଳେ ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ଓଡ଼ିଶାର ରହିଛି ବୋଲି ସେ ଦାବି କରିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: