Kotia Row / କୋଟିଆରେ ଆନ୍ଧ୍ର ଚାଲ୍କୁ କାଉଣ୍ଟର କରିବାକୁ କୋରାପୁଟ ପ୍ରଶାସନର ବଡ଼ ପ୍ଳାନ୍
·Published on: 29 Nov 2026, 21:40:39 IST·2 min read

Key Points
କୋରାପୁଟ ମହୋତ୍ସବ ପରବ ପ୍ରସ୍ତୁତି ବେଳେ ଆକ୍ରମଣାତ୍ମକ ଆନ୍ଧ୍ର ଅଧିକାରୀ
ଫାଟୁସିନେରିରେ ପଟାଙ୍ଗି ପ୍ରଶାସନ ସହ ମୁହାଁମୁହିଁ ଆନ୍ଧ୍ର ବନ କର୍ମଚାରୀ
ଷଡ଼ଯନ୍ତ୍ର ଫସର ଫାଟିବା ଆଶଙ୍କାରେ ପ୍ରତିକ୍ରିୟାଶୀଳ ହେଉଛି ପଡ଼ୋଶୀ
ଭୋଟ୍ ପୂର୍ବରୁ ଓଡ଼ିଶାର ୫ ପ୍ରାର୍ଥୀ ପ୍ରତ୍ୟାହାର କରିଛନ୍ତି ନାମାଙ୍କନ

କୋରାପୁଟ: କୋଟିଆରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ଚାଲ୍କୁ ବିଫଳ କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କୋଟିଆ ପଞ୍ଚାୟତର କିଛି ଗାଁକୁ ନେଇ ଆନ୍ଧ୍ର ବେଆଇନ୍ ଭାବେ ୩ଟି ଗ୍ରାମ ପଞ୍ଚାୟତ ଗଠନ କରିଛି । ଆସନ୍ତା ୨ ତାରିଖରେ ଭୋଟ୍ ଗ୍ରହଣ ପାଇଁ ଯୋଜନା ଚଳାଇଛି । ଏହାକୁ କାଉଣ୍ଟର କରି କୋରାପୁଟ ପ୍ରଶାସନ ଡିସେମ୍ବର ୧ ଓ ୨ ତାରିଖରେ କୋଟିଆରେ 'ପରବ' ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆଉ 'ପରବ' ପ୍ରସ୍ତୁତି ବେଳେ ଫାଟୁସିନେରିରେ ଆନ୍ଧ୍ର ବନ କର୍ମଚାରୀଙ୍କ ସହ ପଟ୍ଟାଙ୍ଗି ଅଧିକାରୀଙ୍କ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ନିର୍ବାଚନ ଷଡ଼ଯନ୍ତ୍ର ଭଣ୍ଡୁର ହେଉଥିବା ଦେଖି ଆନ୍ଧ୍ରପ୍ରଦେଶ ଏକ ପ୍ରକାର ଆକ୍ରମଣାତ୍ମକ ହୋଇପଡ଼ିଛି । ଦେଖିବାର କଥା ଆଗାମୀ ୨ ତାରିଖରେ କ'ଣ ହେଉଛି ?
ଏଥିସହ ପଢ଼ନ୍ତୁ: ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ଦ୍ଵନ୍ଦ୍ଵରେ ବିଜେଡି
କୋଟିଆରେ ନିର୍ବାଚନ କରିବାକୁ ଡାଳେ ଡାଳେ ଯାଉଛି ଆନ୍ଧ୍ର....ହେଲେ ନିର୍ବାଚନ ନ କରାଇଦେବାକୁ ପତ୍ରେ ପତ୍ରେ ଯାଉଛି ଓଡ଼ିଶା । କୋରାପୁଟ ପ୍ରଶାସନ ପକ୍ଷରୁ କୋଟିଆରେ କଡ଼ା ପ୍ରହରା ଦିଆଯାଉଛି । ହେଲେ ଷଡ଼ଯନ୍ତ୍ର ଫସର ଫାଟିବା ଆଶଙ୍କାରେ ପ୍ରତିକ୍ରିୟାଶୀଳ ହେଉଛନ୍ତି ଆନ୍ଧ୍ର ଅଧିକାରୀ । ପରବ ପ୍ରସ୍ତୁତି ବେଳେ ସୀମାନ୍ତରେ ଉତ୍ତେଜନାର ଦୃଶ୍ୟ ସାମ୍ନାକୁ ଆସିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିସେମ୍ବର ୧ ଓ ୨ ତାରିଖରେ କୋଟିଆରେ `ପରବ'କୁ ନେଇ ପଟ୍ଟାଙ୍ଗି ପ୍ରଶାସନ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ, ଫାଟୁସିନେରିଠାରେ ଆନ୍ଧ୍ରର ବନ କର୍ମଚାରୀ ବିଭ୍ରାଟ ସୃଷ୍ଟି କରୁଛନ୍ତି । ଆନ୍ଧ୍ରର ୪ ଜଣ ବନ କର୍ମଚାରୀ ଗୁଗଲ ମ୍ୟାପ୍ ଦେଖାଇ ଓଡ଼ିଶା ସୀମାରେ ପଟାଙ୍ଗି ଅଧିକାରୀଙ୍କୁ ନାଲି ଆଖି ଦେଖାଉଛନ୍ତି । ଯାହାର କଡା ଜବାବ ଦେଇଛନ୍ତି ଓଡ଼ିଶା ଅଧିକାରୀ ।
ନଭେମ୍ବର ୨୯ ତାରିଖରେ ନିର୍ବାଚନ ପାଇଁ ପ୍ରସ୍ତୁତି କରିଥିଲା ଆନ୍ଧ୍ର । ଆଉ କୋରାପୁଟ ପ୍ରଶାସନ ସେହିଦିନ କୋଟିଆରେ ପରବ ପାଳିବାକୁ ନିଷ୍ପତ୍ତି ନେଇଥିଲେ । ପରବ ପ୍ରସ୍ତୁତି ଦେଖି ନିର୍ବାଚନ ତାରିଖ ବଦଳାଇଥିଲା ଆନ୍ଧ୍ର । ସେହିପରି କୋରାପୁଟ ପ୍ରଶାସନ ବି କୋଟିଆରେ ପରବ ପାଳନର ତାରିଖ ବଦଳାଇ ଡିସେମ୍ବର ୧ ଓ ୨ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଦିନ ଦ୍ଵି-ପ୍ରହରରେ ଲୁଟିନେଲେ କୋଟିଏରୁ ଅଧିକ ଟଙ୍କାର ସୁନା; CCTVରେ କଏଦ ଲୁଟ୍ର ଚିତ୍ର
ଯେଉଁଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଜିଲ୍ଲା ପ୍ରଶାସନ ବି କୋଟିଆ ବାସୀଙ୍କ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । କୋଟିଆ ପୁଞ୍ଜ ଉପର ସେମ୍ବିରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଓ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି ।
ଆସନ୍ତା ୨ ତାରିଖରେ ଆନ୍ଧ୍ର ପ୍ରଦେଶରେ ଗ୍ରାମ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ, କୋଟିଆ ପଞ୍ଚାୟତର କିଛି ଗାଁକୁ ନେଇ ଆନ୍ଧ୍ର ପକ୍ଷରୁ ବେଆଇନ୍ ଭାବେ ୩ଟି ଗ୍ରାମ ପଞ୍ଚାୟତ ଗଠନ କରିଛି ।