Videos
|
Odisha

Kotia Voting Percentage / ଆନ୍ଧ୍ର ଦାବି ମିଛ; କୋଟିଆରେ ୧୦ ପ୍ରତିଶତରୁ ବି କମ୍ ଭୋଟିଂ ହୋଇଛି କହିଲେ ଜିଲ୍ଲାପାଳ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆନ୍ଧ୍ର ଦାବି ମିଛ; କୋଟିଆରେ ୧୦ ପ୍ରତିଶତରୁ ବି କମ୍ ଭୋଟିଂ ହୋଇଛି କହିଲେ ଜିଲ୍ଲାପାଳ
Kotia voting percentage Collector Reaction

Key Points

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ
୩୫ ପ୍ରତିଶତ ଭୋଟିଂ କଥା ମିଛ
କୋଟିଆରେ ୧୦% ମତଦାନ ହୋଇଛି
କୋରାପୁଟ: ଜିଲ୍ଲାର ସୀମାନ୍ତ ଅଞ୍ଚଳ କୋଟିଆରେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ । ମତଦାନକୁ ନେଇ ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ । ନିର୍ବାଚନ ସମୟରେ ଉତ୍ତେଜନା, ପୋଲିସ ଓ ନିର୍ବାଚନୀ ବ୍ୟବସ୍ଥାକୁ ନେଇ ବିବାଦ ମଧ୍ୟରେ କିଛି ଲୋକ ଆନ୍ଧ୍ରପ୍ରଦେଶ ଯାଇ ଭୋଟ ଦେଇଥିଲେ । ଆନ୍ଧ୍ର ପକ୍ଷରୁ ଭୋଟିଂକୁ ନେଇ ହେଉଥିବା ବିଭିନ୍ନ ଦାବିର ସତ୍ୟତା ପ୍ରକାଶ କଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ । କୋଟିଆରେ ୩୫ ପ୍ରତିଶତ ଭୋଟ୍ କଥା ମିଛ । ୧୦ ପ୍ରତିଶତରୁ ବି କମ୍ ଭୋଟିଂ ହୋଇଛି କହିଲେ ଜିଲ୍ଲାପାଳ ।

  • ଭୋଟିଂକୁ ନେଇ ଭିନ୍ନ ଭିନ୍ନ ଦାବି
ଭୋଟିଂକୁ ନେଇ ଭିନ୍ନ ଭିନ୍ନ ଦାବି ଓ ସୋସିଆଲ ମିଡିଆରେ ପ୍ରଚାରିତ ଖବରର ସତ୍ୟତା ଉପରେ ପ୍ରଶ୍ନ ଉଠିଥିବା ବେଳେ ଆଜି କୋରାପୁଟ ଜିଲ୍ଲାପାଳ ଗଣମାଧ୍ୟମ ସାମ୍ନାରେ ଏହାର ଉତ୍ତର ରଖିଛନ୍ତି । ଆନ୍ଧ୍ର ପ୍ରଦେଶ ରିପୋର୍ଟ ପ୍ରାୟ ୮୫୦ ଭୋଟିଂକୁ ନେଇ ଦାବି କରାଯାଉଥିବା ବେଳେ ଅନ୍ୟପଟେ ୧୦୨୧ ଭୋଟ୍ କମ୍ ହୋଇଥିବା ନେଇ ମଧ୍ୟ ତଥ୍ୟ ଦିଆଯାଇଛି । ତେବେ ଏହି ସଂଖ୍ୟା ଓ ଭୋଟିଂ ସମ୍ପର୍କିତ ଦାବିର ସ୍ୱତନ୍ତ୍ର ଯାଞ୍ଚ ଏବେ ଆବଶ୍ୟକ କହିଲେ କୋରାପୁଟ ଜିଲ୍ଲାପାଳ।

  • "କୋଟିଆରୁ ମାତ୍ର ସର୍ବାଧିକ ୧୦% ହୋଇଛି ମତାଦନ"
କୋଟିଆବାସୀଙ୍କୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପହଞ୍ଚାଇବା ସହ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ପ୍ରଶାସନ ନିରନ୍ତର ଉଦ୍ୟମ କରୁଛନ୍ତି । ଆଗାମୀ ଦିନରେ ଆନ୍ଧ୍ର ପକ୍ଷରୁ ପୁନର୍ବାର ନିର୍ବାଚନ କରାଯିବାର ଉଦ୍ୟମ ହେଲେ ତାହାର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ । ଭୋଟିଂ ହାରକୁ ନେଇ ଆସୁଥିବା ତଥ୍ୟ ସନ୍ଦେହଜନକ । ଯେଉଁ ଭୋଟିଂ ହାର ପ୍ରକାଶ କରାଯାଇଛି, ତାହା ପ୍ରକୃତ ଚିତ୍ର ନୁହେଁ । କୋଟିଆରୁ ମାତ୍ର ସର୍ବାଧିକ ୧୦ ପ୍ରତିଶତ ମତାଦନ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

  • ଚର୍ଚ୍ଚରୁ ତଡ଼ା ଖାଇଥିଲେ ଆନ୍ଧ୍ର ପୋଲିସ
ନଭେମ୍ବର ୫ ତାରିଖରେ କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିଥିଲେ । ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯିବାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଥିଲା । ନିର୍ବାଚନ ସମୟରେ ଧୂଳିପଦର ଚର୍ଚ୍ଚକୁ ପୁଲିସ ଫାଣ୍ଡି କରିଦେଇଥିଲା ଆନ୍ଧ୍ର । କୋରାପୁଟ ଏସଡିପିଓ ସଂଜୟ କୁମାର ମଣ୍ଡଳ ଦମ୍ ଦେଖାଇ ଚର୍ଚ୍ଚ ତାଲା ପକାଯିବ ସହିତ ଆନ୍ଧ୍ର ପୋଲିସକୁ ତଡିଥିଲେ । ଭୋଟରଙ୍କୁ ପ୍ରଭାବିତ କରିବା ଓ ଉତ୍ତେଜନା ସୃଷ୍ଟି ଉଦ୍ୟମ ଭଳି ଆନ୍ଧ୍ର ଚେଷ୍ଟା କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଫଳ ହୋଇପାରିଲାନି ପଡ଼ୋଶୀର ଷଡ଼ଯନ୍ତ୍ର, ଓଡ଼ିଶାର ଏକତା ଆଗରେ ହାର ମାନିଲା ଆନ୍ଧ୍ର

ଅନ୍ୟପଟେ କୋଟିଆର ସୁରକ୍ଷା ଲାଗି ଓଡ଼ିଶା ପକ୍ଷରୁ ସମସ୍ତ ଉଦ୍ୟମ ହୋଇଥିଲା । ସବୁ ଦଳର ନେତାମାନେ ଏକାଠି ହୋଇଥିଲେ । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ମା’ ମାଟିର ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି ସର୍ବଦଳୀୟ ନେତା, ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣ । ଓଡ଼ିଶାର କଡ଼ା ବିରୋଧ ଓ ସୀମାନ୍ତରେ ରାତିସାରା ପହରା ପରେ ନରେଡ଼ିୱାଲ୍ସାରୁ ପୋଲିଂ ବୁଥ୍ ଘୁଞ୍ଚାଇ ଆନ୍ଧ୍ର ନିଜ ସୀମା ସାରିକିରେ ବୁଥ୍ କରିବାକୁ ବାଧ୍ୟ ହୋଇଥିଲା । କୋରାପୁଟର ନୂଆ ଉପଜିଲ୍ଲାପାଳ ଫାବି ରସିଦ ସମ୍ମୁଖ ଯୋଦ୍ଧା ସାଜି ଆନ୍ଧ୍ରର ସବୁ ଚାଲ୍‌କୁ ଭଣ୍ଡୁର କରିଥିବା ବେଳେ ତାଙ୍କ ସାହସ ଓ ଦୃଢ଼ତାକୁ ଚାରିଆଡ଼ୁ ମିଳିଛି ଛୁଟିଛି ପ୍ରଶଂସା । ସେପଟେ ଯେଉଁମାନେ କୋରାପୁଟ ପ୍ରଶାସନର ବାରଣ ସତ୍ତ୍ଵେ ଗଳାବାଟ ଦେଇ ଆନ୍ଧ୍ରରେ ଭୋଟ ଦେଇଛନ୍ତି ସେମାନଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।