କାହିଁକି ଚାଉଳ ବିତରଣ କେନ୍ଦ୍ର ମାନଙ୍କରେ କେନ୍ଦ୍ର ସରକାରଙ୍କ ବୋର୍ଡ ଲାଗୁନି, ଥାନାର ଦ୍ୱାରସ୍ତ ହେଲା କୋଟପାଡ଼ ବିଜେପ

ଅର୍ଗସ ବ୍ୟୁରୋ : କେନ୍ଦ୍ର ସରକାର ଗରିବ କଲ୍ୟାଣ ଅର୍ଣ୍ଣଯୋଜନାରେ ହିତାଧିକାରୀଙ୍କୁ ମାଗଣା ଚାଉଳ ବଣ୍ଟନ କରୁଥିବା ବେଳେ ରାଜ୍ୟ ସରକାର ଏହାର ଶ୍ରେୟ ନେବାକୁ ଚାହୁଁଛନ୍ତି । ସେଥିପାଇଁ ପାଇଁ କୋଟପାଡ଼ ବ୍ଲକର ସମସ୍ତ ଚାଉଳ ବିତରଣ କେନ୍ଦ୍ର ମାନଙ୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟ ଥିବା ବୋର୍ଡ ଲାଗିଛି । ଯାହାକୁ ସାରା ରାଜ୍ୟରେ ବିଜେପି ପକ୍ଷରୁ ବିରୋଧ କରୁଥିବା ବେଳେ କୋଟପାଡ଼ ବ୍ଲକର ସମସ୍ତ ଚାଉଳ ବିତରଣ କେନ୍ଦ୍ର ମାନଙ୍କରେ କେନ୍ଦ୍ର ସରକାରଙ୍କ ବୋର୍ଡ ନ ଲଗାଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥିବା ରାଜ୍ୟ ସରକାରଙ୍କ ବୋର୍ଡ ଲଗାଇ ଥିବାକୁ ବିରୋଧ କରି ଆଜି କୋଟପାଡ଼ ବିଜେପି ପକ୍ଷରୁ CSO ଜୟପୁର, ACSO ଜୟପୁର ଏବଂ (M.I ଯୋଗାଣ ବିଭାଗ କୋଟପାଡ଼ )ଙ୍କ ବିରୋଧରେ କୋଟପାଡ଼ ବିଜେପି ପକ୍ଷରୁ କୋଟପାଡ଼ ଥାନାରେ ଏଫାୟାର ଦିଆଯାଇଛି ।
ବିଜେପି କର୍ମୀଙ୍କ କହିବା ଅନୁସାରେ କେନ୍ଦ୍ର ସରକାରଙ୍କ ବୋର୍ଡ କାହିଁକି ଲଗାଯାଇ ନାହିଁ । ସେ ବିଷୟରେ କିଛି ଦିନ ପୂର୍ବେ ବିଜେପି କର୍ମୀ ମାନେ (MI ଯୋଗାଣ ବିଭାଗ କୋଟପାଡ଼ )ଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବୋର୍ଡ ଲଗାଯାଇ ନାହିଁ । ଏହାକୁ ତୀବ୍ର ବିରୋଧ କରିଛି କୋଟପାଡ଼ ବିଜେପି । କୋଟପାଡ଼ ଥାନାରେ ଏଫାୟାର ଦେବା ପରେ କୋଟପାଡ଼ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅପରପକ୍ଷେ କୋଟପାଡ଼ ବିଜେପି ବ୍ଲକ ସାଧାରଣ ସମ୍ପାଦକ ବାଳ କୃଷ୍ଣ ମାଝୀ କାଲି ମୁର୍ତ୍ତାହାଣ୍ଡି ପଞ୍ଚାୟତର ଚାଉଳ ବିତରଣ କେନ୍ଦ୍ର ଠାରେ ଲାଗିଥିବା ରାଜ୍ୟ ସରକାରଙ୍କ ବୋର୍ଡକୁ ଚିରିଥିବା ନେଇ ଅଭିଯୋଗ କରିଛି କୋଟପାଡ଼ ବିଜେଡି । କୋଟପାଡ଼ ଥାନାରେ ଏଫାୟାର ମଧ୍ୟ ଦେଇଛି । ଆଜି କୋଟପାଡ଼ ଥାନାରେ ବିଜେଡି ପକ୍ଷରୁ ଏଫାୟାର ଦେବା ପରେ ଉଭୟ ପକ୍ଷକୁ ଡ଼କାଯାଇଥିଲା ଏବଂ ଆପସ ବୁଝାମଣା କରାଯାଇଛି ।