Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜଧାନୀରେ ଘର ଉପରେ ବଜ୍ରପାତ; ଜଳିଗଲେ ଗୋଟିଏ ପରିବାରର ୩ ସଦସ୍ୟ

Odisha

Lightning Hits House / ରାଜଧାନୀରେ ଘର ଉପରେ ବଜ୍ରପାତ; ଜଳିଗଲେ ଗୋଟିଏ ପରିବାରର ୩ ସଦସ୍ୟ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ରାଜଧାନୀରେ ଘର ଉପରେ ବଜ୍ରପାତ; ଜଳିଗଲେ ଗୋଟିଏ ପରିବାରର ୩ ସଦସ୍ୟ
Severe Storm in Odisha

Key Points

ଆକାଶରୁ ଖସୁଛି ବଜ୍ର, ଧନ ସହ ପୋଛି ନେଉଛି ଜୀବନ । ଗୁରୁବାର ସନ୍ଧ୍ୟାରେ ରାଜ୍ୟର ବଜ୍ରପାତ ଘଟାଇଛି ବ୍ୟାପକ କ୍ଷତି । 
ଭୁବନେଶ୍ଵର: କାଳ ପାଲଟିଲା କାଳବୈଶାଖୀ ବର୍ଷା । ଆକାଶରୁ ବିପତ୍ତି ହୋଇ ଖସିଲା ବିଜୁଳି । ଗୁରୁବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି । ରାଜଧାନୀ ଭୁବନେଶ୍ଵରରେ ଘରେ ଥିବାବେଳେ ବିଜୁଳି ପଡ଼ି ଜଳି ଯାଇଛନ୍ତି ପରିବାରର ୩ ଜଣ । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କାଳବୈଶାଖୀ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଭରଣା ୨୪ ଘଣ୍ଟାରେ କରାଯିବ ।

ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ଵରରେ ବିଜୁଳି ଘଡ଼ଘଡ଼ି ସହ ହୋଇଥିଲା ବର୍ଷା, ପବନ । ଆଉ ରାତି ପ୍ରାୟ ୮ଟା ବେଳକୁ ନିଳାଦ୍ରୀ ବିହାର ସୋମନାଥ ବସ୍ତିରେ ଥିବା ନାରାୟଣ ପରିଡ଼ାଙ୍କ ଘର ଉପରେ ହୋଇଥିଲା ବଜ୍ରାଘାତ । ପାଖ ପଡ଼ୋଶୀଙ୍କ କହିବା ଅନୁସାରେ, ଏତେ ଜୋରରେ ଶବ୍ଦ ହୋଇଥିଲା ଯେ... ଛାତି ଥରି ଉଠିଥିଲା ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ରାତି ସାରା ପ୍ରବଳ କାଚିଲା; ଉପୁଡ଼ିଲା ଗଛ, ଯାତାୟାତ ଠପ୍ 

ବୋମା ବିସ୍ଫୋରଣ ପରି ଶବ୍ଦ କରି ଆଜବେଷ୍ଟସ୍ ଘର ଉପରେ ବିଜୁଳି ମାଡ଼ ହେଲା । ଆଉ ପଡ଼ୋଶୀ ଦେଖିଲା ବେଳକୁ ଚିତ୍କାର କରି ଘରୁ ବାହାରକୁ ଦୌଡୁଥିଲେ ନାରାୟଣ ପରିଡ଼ାଙ୍କ ପିରବାରର ତିନି ଜଣ । ସ୍ଵାମୀ ନାରାୟଣ ପରିଡ଼ାଙ୍କ ସହ ସ୍ତ୍ରୀ ସଙ୍ଗୀତା ପରିଡ଼ା ଓ ୧୩ରୁ ୧୪ ବର୍ଷର ପୁଅ ପ୍ରବୀଣ ପରିଡ଼ା ସମସ୍ତଙ୍କ ଦେହରେ ନିଆଁ ଲାଗିଥିଲା ।

ପଡ଼ୋଶୀ ଓ ସମ୍ପର୍କୀୟ ଦୌଡ଼ି ଯାଇ ନିଆଁ ଲଭାଇବା ସହ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ପରେ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସ୍ତ୍ରୀ ଓ ପୁଅଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି ।

କେବଳ ଭୁବନେଶ୍ଵର ନୁହେଁ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି, ତ ଆଉ କେଉଁଠି ହୋର୍ଡିଂ ଖସି ପଡ଼ିଛି । ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ଠପ୍ ହୋଇଛି ।



କଟକ ଜିଲ୍ଲା ବଡ଼ମ୍ବା ମାନପୁର ଗାଁରେ ଗଛ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ନୟାଗଡ଼ ଦଶପଲ୍ଲା କୁଆଁରିଆ ଡ୍ୟାମକୁ ମାଛ ଧରିବାକୁ ଯାଇ ଭାସି ଯାଇଥିଲେ ଦୁଇ ସାଙ୍ଗ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ବ୍ୟାପକ କ୍ଷତି କରିଛି କାଳବୈଶାଖୀ ।

ଘରେ ଶୋଇଥିବା ବେଳେ ଉଡ଼ି ଯାଇଛି ଆଜବେଷ୍ଟସ୍ ଛପର । ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "କାଳବୈଶାଖୀରେ ଘର କିମ୍ବା ଚାଷ କ୍ଷୟକ୍ଷତି ହୋଇଥିଲେ, ୨୪ ଘଣ୍ଟା ମଧ୍ୟରେ ମିଳିବ କ୍ଷତିପୂରଣ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ଦୁଇଥର ଥରିଲାଣି କଳାହାଣ୍ଡି; କାହିଁକି ଆସୁଛି ବାରମ୍ବାର ଭୂମିକମ୍ପ ? 

ଆଗାମୀ ୨୪ ଘଣ୍ଟା ପାଇଁ ବ୍ରଜପାତ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର କିଛି ଅଞ୍ଚଳରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିପାରେ ।

ସେହିପରି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୟେଲୋ ଆଲର୍ଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଏହି ସମୟରେ ଲୋକଙ୍କୁ ସତର୍କ ରହିବା ସହ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lightning Strikes House in Bhubaneswar, 3 Family Members Burnt । Argus News | Argus News