Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଲଇକେରାରେ ଚାଞ୍ଚଲ୍ୟ : ଗାଁ ଦାଣ୍ଡରେ ହତ୍ୟା, ଦୁବୃର୍ତ୍ତ ଫେରାର

Odisha

ଲଇକେରାରେ ଚାଞ୍ଚଲ୍ୟ : ଗାଁ ଦାଣ୍ଡରେ ହତ୍ୟା, ଦୁବୃର୍ତ୍ତ ଫେରାର

Jitendra Dash
Browse all articles by Jitendra Dash
·2 years ago
ଲଇକେରାରେ ଚାଞ୍ଚଲ୍ୟ : ଗାଁ ଦାଣ୍ଡରେ ହତ୍ୟା, ଦୁବୃର୍ତ୍ତ ଫେରାର

ଅର୍ଗସ ବ୍ୟୁରୋ : ଲଇକେରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଗଞ୍ଜୁଡିହି ଗ୍ରାମରେ ସକାଳୁ ଗାଁ ଦାଣ୍ଡରେ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଦୁବୃର୍ତ୍ତ ଫେରାର। ମୃତକ ହେଲେ ଲଇକେରା ଥାନା ପାକେଲପଡ଼ା ପଞ୍ଚାୟତ ଖମାରଡିହି ଗ୍ରାମର ରାଜୁ ବଗାର । ଫେରାର ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ, କୌଣସି କାମରେ ଉଭୟ ସ୍ବାମୀ-ସ୍ତ୍ରୀ ଗଞ୍ଜୁଡ଼ିହି ଗ୍ରାମକୁ ଯାଇଥିବା ବେଳେ ସେହି ଗ୍ରାମର ରଞ୍ଜିତ ଛତ୍ରିଆ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଝାରସୁଗୁଡ଼ା ଏସଡିପି ଓ ଲଇକେରା ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତା କାରଣରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ବୋଲି ସୂଚନା ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Laikera Murder case | Argus News