Videos
|
Odisha

ଟପ୍ କ୍ଲାସ୍ ସ୍କିଲ୍ ମିଳିବ ହାତ ପାହାନ୍ତାରେ, କମ ଖର୍ଚ୍ଚରେ

Smruti Parija
Browse all articles by Smruti Parija
·2 years ago·2 min read
ଟପ୍ କ୍ଲାସ୍ ସ୍କିଲ୍ ମିଳିବ ହାତ ପାହାନ୍ତାରେ, କମ ଖର୍ଚ୍ଚରେ

Key Points

  • ଏଣିକି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି
  • ହାତ ପାହାନ୍ତାରେ, କମ ଖର୍ଚ୍ଚରେ ମିଳିବ ସବୁ ସୁବିଧା
  • ଭଦ୍ରକରେ ଉଦଘାଟନ ହେଲା ସର୍ବବୃହତ୍ତ ଦକ୍ଷତା ବିକାଶ କେନ୍ଦ୍ର

ଭଦ୍ରକ: 2047 ସୁଦ୍ଧାର ବିକଶିତ ଭାରତ ମୂଳ ଲକ୍ଷ୍ୟ । ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସରକାର ସୁବିଧା ଯୋଗାଉଛନ୍ତି । ଗରିବ, ମହିଳା, ଯୁବ ଓ ଅନ୍ନଦାତାଙ୍କ ଉନ୍ନତିକୁ ଦିଆଯାଉଛି ଗୁରୁତ୍ୱ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବ ବୃହତ୍ତମ ପଞ୍ଚମ ସ୍ଥାନ ଭାବେ ଦକ୍ଷତା ବିକାଶ କେନ୍ଦ୍ର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ଥ ଅସୁରାଳୀ ଠାରେ ଉଦଘାଟନ ହୋଇଛି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । 

  • ପୂର୍ବରୁ ୪ ସ୍ଥାନରେ ହୋଇଥିଲା
  • ଏବେ ଭଦ୍ରକରେ ହେଲା

ପୂର୍ବରୁ ରାଜ୍ୟରେ 4ଟି ସ୍ଥାନରେ ଉଦଘାଟନ ହୋଇ ସାରିଥିବାବେଳେ ପଞ୍ଚମ ସ୍ଥାନରେ ଭଦ୍ରକ ଜିଲ୍ଲା ଧାମନଗର ଠାରେ ଏହି ଦକ୍ଷତା ବିକାଶ କେନ୍ଦ୍ରକୁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଦକ୍ଷତା ବିକାଶ କେନ୍ଦ୍ରରେ 8 ରୁ 10 ପ୍ରକାରର ଶିକ୍ଷା ଓ ତାଲିମ ଦିଆଯିବ । ପ୍ରଥମ କରି ରିଟେଲ ଲେଦର ଶିକ୍ଷା ଦିଆଯିବ । କିପରି ଏଠାରୁ ତାଲିମ ନେଇ ଚାକିରି କରିପାରିବେ ସେନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୂର୍ଯ୍ୟବଂଶୀ ସୁରଜ। 

ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

କମ୍ ରେଜଗାର କରୁଥିବା ବ୍ୟକ୍ତି ଏହି କୌଶଳ ଦକ୍ଷତା ବିକାଶ କେନ୍ଦ୍ରରେ ଉପଯୁକ୍ତ ଶିକ୍ଷା ପାଇବା ପରେ ଅଧିକ ରୋଜଗାର କରିପାରିବେ । ଏଥିରେ ବିଶେଷ କରି ଯୁବପିଢ଼ିମାନେ କିପରି କୌଶଳ ମାଧ୍ୟମରେ ଶିକ୍ଷା ପାଇବା ସହ କୁଶଳ ହୋଇ ଆଗକୁ ବଢ଼ି ପାରିବେ ତାହା ମୂଳ ଲକ୍ଷ୍ୟ ।  ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଓ ସ୍ଥାନୀୟ ଯୁବ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀମାନେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଢ଼େଙ୍କାନାଳରେ ଦକ୍ଷତା ବିକାଶ କେନ୍ଦ୍ର, ବାର୍ଷିକ 12 ଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭାରତ ସରକାରଙ୍କ କୌଶଳ ଭାରତ, ବିକଶିତ ଭାରତ ଯୋଜନା ମାଧ୍ୟମରେ ସାରା ଦେଶରେ ଦକ୍ଷତା ବିକାଶ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରାଯାଉଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Largest Skill Development Center-inagurated- in Bhadrak | Argus News