Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିହାରିକା ପ୍ରେମ କାହାଣୀ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ଲଷ୍ମୀସାଗର ପୋଲିସ

Odisha

ନିହାରିକା ପ୍ରେମ କାହାଣୀ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ଲଷ୍ମୀସାଗର ପୋଲିସ

Jitendra Dash
Browse all articles by Jitendra Dash
·2 years ago·1 min read
ନିହାରିକା ପ୍ରେମ କାହାଣୀ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ଲଷ୍ମୀସାଗର ପୋଲିସ

ଅର୍ଗସ ବ୍ୟୁରୋ : ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ତେବେ ୪ ଅଭିଯୁକ୍ତଙ୍କ ଭିତରୁ ଜଣେ ନାବାଳକ ରହିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ସ୍କୁଟି ମଧ୍ୟ ଜବତ ହୋଇଛି । ପୂର୍ବରୁ ମାମଲାର ମୁଖ୍ୟ ଦୁଇ ଅଭିଯୁକ୍ତ, ପିଙ୍କୁ ଓ ନିହାରିକାକୁ ଗିରଫ କରାଯାଇଥିଲା । ଗତ ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ତ୍ରିକୋଣୀୟ ପ୍ରେମକୁ ନେଇ ଅଞ୍ଜନକୁ ହତ୍ୟା କରାଯାଇଥିଲା ।

ସୂଚନା ଅନୁସାରେ, ଚିନ୍ତାମଣିଶ୍ବର ହାଇସ୍କୁଲରେ ନିହାରିକା ଓ ଗୌତମ ପାଠ ପଢୁଥିଲେ । ସେହି ସମୟରେ ନିହାରିକାଙ୍କୁ ଏକତରଫା ପ୍ରେମ କରୁଥିଲେ ଗୌତମ । ଅନେକ ଥର ନିହାରିକାକୁ ସେ ପ୍ରେମ ନିବେଦନ କରୁଥିଲେ । କିନ୍ତୁ ନିହାରିକା ମୁଖ୍ୟ ଅବିଯୁକ୍ତ ପିଙ୍କୁକୁ ପ୍ରେମ କରୁଥିଲେ । ଶେଷରେ ଗୌତମ ବିଷୟରେ ନିହାରିକା ତା’ର ପ୍ରେମିକ ପିଙ୍କୁକୁ ଜଣାଇଥିଲା । ଏଥିରେ ରାଗି ଯାଇ ପିଙ୍କୁ ଗୌତମକୁ ଫୋନ କରି ଭେଟିବାକୁ କହିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ଗୌତମ କାମ ସାରି ଜଟଣୀରୁ ଫେରୁଥିଲା । ତାଙ୍କ ସାଥିରେ ମୃତ ଯୁବକ ଅଞ୍ଜନ ବେହେରା ମଧ୍ୟ ଥିଲେ । ସେହି ସମୟରେ ପିଙ୍କୁ ଓ ନିହାରିକା ସମେତ ଅନ୍ୟ ୪ ଜଣ ଅଭିଯୁକ୍ତ ଗୌତମକୁ ଚିନ୍ତାମଣିଶ୍ବର ରାସ୍ତାରେ ଅଟାଇଥିଲେ । ଏହାପରେ ପିଙ୍କୁ, ନିହାରିକା ଓ ଗୌତମଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଅଞ୍ଜନ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପିଙ୍କୁ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲା । 
 

Argus Whatsapp Channel Mobile Top
Sponsored
Love triangle’ murder in Bhubaneswar | Argus News