Tiger Terror / ବୌଦ୍ଧ-କନ୍ଧମାଳ ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ ବୁଲୁଛି କଲରାପତରିଆ, ଭୟଭୀତ ଲୋକେ
·8 months ago·2 min read

Key Points
କନ୍ଧମାଳ ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ କଲରାପତାରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । କାରରେ ଯାଉଥିବା ଜଣେ ଡ୍ରାଇଭରଙ୍କ ମୋବାଇଲରେ ରେକର୍ଡ ହୋଇଛି ଭିଡିଓ ।
ବୌଦ୍ଧ: ଘାଟି ରାସ୍ତାରେ ବାଘ ବୁଲୁଛି । ଦିନ ବେଳା ବି ରାସ୍ତା ଅତିକ୍ରମ କରୁଛି । ଘାଟି ରାସ୍ତା ଦେଇ ଯିବା ବେଳେ କଲରାପତରିଆ ବାଘ ଭିଡିଓ କଏଦ ହୋଇଛି ମୋବାଇଲ୍ରେ । କନ୍ଧମାଳରୁ ବୌଦ୍ଧ ଯାଉଥିବା ଜଣେ କାର୍ ଚାଳକଙ୍କ ମୋବାଇଲ୍ରେ କଏଦ ହୋଇଛି ରାସ୍ତାରେ ଘୁରି ବୁଲିଥିବା କଲରାପତରିଆ ଭିଡିଓ ।
କନ୍ଧମାଳ ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ କଲରାପତାରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । କାରରେ ଯାଉଥିବା ଜଣେ ଡ୍ରାଇଭରଙ୍କ ମୋବାଇଲରେ ରେକର୍ଡ ହୋଇଛି ଭିଡିଓ । ଗାଡ଼ିଆପଡ଼ା ଘାଟିରେ କଲରାପତରିଆ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।
ଏଥିସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ମିଳିଲା ଆଉ ଜଣେ DSP, ସିରାଜ ଓ ଦିପ୍ତିଙ୍କ ପରେ ରିଚାଙ୍କୁ ମିଳିଲା ବଡ଼ ଦାୟିତ୍ବ
ସୂଚନା ଅନୁସାରେ, କନ୍ଧମାଳର ଜଣେ କାର ଡ୍ରାଇଭର ଭିଡିଓ କରି କରି ବୌଦ୍ଧ ଜିଲ୍ଲାର ମାଧପୁରକୁ ଯାଉଥିଲେ । ସେହି ସମୟରେ କନ୍ଧମାଳ-ବୌଦ୍ଧ ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ ହଠାତ ଏକ କଲରାପତାରିଆ ବାଘ ତାଙ୍କ ଗାଡ଼ି ଆଗ ଦେଇ ରାସ୍ତା ପାର୍ ହୋଇଥିଲା । ବାଘକୁ ଦେଖି ଡ୍ରାଇଭର ଜଣଙ୍କ ଡରି ଯାଇଥିଲେ ।
ଘାଟିରେ ବାଘ ବୁଲୁଥିବା କଥା ପ୍ରଘଟ ହେବା ପରେ ଏବେ ଘାଟି ଆଖପାଖରେ ଥିବା ସ୍ଥାନୀୟ ୩ରୁ ୪ ଖଣ୍ଡ ଗାଁ ଲୋକଙ୍କ ସମେତ ସେ ରାସ୍ତା ଦେଇ ଯାଉଥିବା ଯାତ୍ରୀ ଆତଙ୍କିତ ହୋଇ ପଡ଼ିଛନ୍ତି । ବାଘ କାହାର କିଛି କ୍ଷତି କରିବା ପୂର୍ବରୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଏଥିସହ ପଢ଼ନ୍ତୁ: ୩ ଜୀବନ ଯିବା ପରେ ଚେତିଲା ପ୍ରଶାସନ; କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା
ସ୍ଥାନୀୟ ଲୋକ କହିଛନ୍ତି, ଘାଟିରେ କଲରାପତରିଆ ବାଘ ବୁଲୁଥିବାରୁ ବନ ବିଭାଗ ସଚେତନତା କରୁ । ତେବେ କଲରାପତରିଆ ବାଘଟି କନ୍ଧମାଳ ପଟୁ ବୌଦ୍ଧ ଆଡ଼କୁ ଚଳ ପ୍ରଚଳ କରୁଥିବା ଲୋକେ କହିଛନ୍ତି । ଗାଡ଼ିଆପଡ଼ା ଘାଟିରେ କଲରାପତାରିଆ ବିଚରଣ ନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: