Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

DSP Richa Ghosh / ଟିମ୍‌ ଇଣ୍ଡିଆକୁ ମିଳିଲା ଆଉ ଜଣେ DSP, ସିରାଜ ଓ ଦିପ୍ତିଙ୍କ ପରେ ରିଚାଙ୍କୁ ମିଳିଲା ବଡ଼ ଦାୟିତ୍ବ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଟିମ୍‌ ଇଣ୍ଡିଆକୁ ମିଳିଲା ଆଉ ଜଣେ DSP, ସିରାଜ ଓ ଦିପ୍ତିଙ୍କ ପରେ ରିଚାଙ୍କୁ ମିଳିଲା ବଡ଼ ଦାୟିତ୍ବ

Key Points

ରିଚା ଘୋଷଙ୍କୁ ମିଳିଲା ବଡ଼ ଦାୟିତ୍ବ । ପଶ୍ଚିମବଙ୍ଗ ପୋଲିସ୍‌ରେ ହେଲେ ଡିଏସ୍‌ପି । ରିଚାଙ୍କୁ ନିଯୁକ୍ତି ପତ୍ର ଦେଲେ ମମତା ବାନାର୍ଜୀ ।
ଭାରତୀୟ କ୍ରିକେଟ ଟିମ୍‌କୁ ମିଳିଲା ନୂଆ ଡିଏସ୍‌ପି । ଭାରତୀୟ ମହିଳା କ୍ରିକେଟ ଦଳର ୱିକେଟକିପର-ବ୍ୟାଟ୍ସମ୍ୟାନ୍ ରିଚା ଘୋଷଙ୍କୁ ପଶ୍ଚିମବଙ୍ଗ ପୋଲିସରେ ଡିଏସ୍‌ପି ନିଯୁକ୍ତି ଦିଆଯାଇଛି । ଶନିବାର, ନଭେମ୍ବର ୮ ତାରିଖରେ ଇଡେନ୍ ଗାର୍ଡେନ୍ସରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟକ୍ତିଗତ ଭାବରେ ଘୋଷଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । କେବଳ ପଶ୍ଚିମବଗ ପୋଲିସ୍‌ରେ ଡିଏସ୍‌ପି ନୁହେଁ ରାଜ୍ୟ ସରକାର ତାଙ୍କୁ ବଙ୍ଗ ଭୂଷଣ ପୁରସ୍କାରରେ ସମ୍ମାନିତ ମଧ୍ୟ କରିଥିଲେ ।

ଭାରତୀୟ ମହିଳା ଦଳ ଦିନିକିଆ ବିଶ୍ବକପ୍‌ ଜିତିବା ପରେ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ୍ ରିଚା ଘୋଷଙ୍କୁ ପୁରସ୍କାର ସ୍ବରୂପ ସୁନା ବ୍ୟାଟ୍ ଏବଂ ସୁନା ବଲ୍ ପ୍ରଦାନ କରିଥିଲେ । ଏହା ସହିତ ୩୪ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସୂଚନା ଅନୁସାରେ, ରିଚା ବିଶ୍ୱକପ୍ ଫାଇନାଲରେ ୨୪ ବଲ୍‌ରେ ୩୪ ରନର ମୂଲ୍ୟବାନ ଇନିଂସ ଖେଳିଥିଲେ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସୁନା ଚେନ୍ ଉପହାର ପ୍ରଦାନ କରିଥିଲେ।

ଅଧିକ ପଢ଼ନ୍ତୁ: ବିସିସିଆଇ ଦେଲା ବଡ଼ ଅପଡେଟ୍‌, ଆସନ୍ତା ସପ୍ତାହରେ ଆସିବ IPL ରିଟେନସନ୍‌ ତାଲିକା

ଶନିବାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ୍ ସଭାପତି ସୌରଭ ଗାଙ୍ଗୁଲି ଏବଂ କିମ୍ବଦନ୍ତୀ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରିଚା ଘୋଷଙ୍କ ପିତାମାତାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ରିଚା ଘୋଷଙ୍କ ପୂର୍ବରୁ ଦୀପ୍ତି ଶର୍ମା, ମହମ୍ମଦ ସିରାଜ ଏବଂ ଜୋଗିନ୍ଦର ଶର୍ମାଙ୍କ ପରି କ୍ରିକେଟର ଡିଏସ୍‌ପି ପଦବୀରେ ଅଛନ୍ତି ।

ରିଚା ଘୋଷ ୨୦୨୦ ମସିହାରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ଦମଦାର ପ୍ରଦର୍ଶନ କରିଆସୁଛନ୍ତି । ରିଚା ତାଙ୍କ ବିସ୍ଫୋରକ ବ୍ୟାଟିଂ ସହିତ ସମଗ୍ର ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ପାଇଁ ଫିନିସର ଭୂମିକା ଗ୍ରହଣ କରିଥିଲେ। ଏହା ରିଚାଙ୍କ ଦ୍ୱିତୀୟ ବିଶ୍ୱକପ୍ ଟ୍ରଫି ଥିଲା । କାରଣ ସେ ପୂର୍ବରୁ ୨୦୨୩ ମସିହାରେ ଅଣ୍ଡର-୧୯ ବିଶ୍ବକପ୍‌ ଜିତିଥିଲେ ।

ରିଚା ଘୋଷ ଦିନିକିଆ ବିଶ୍ୱକପରେ ୮ଟି ମ୍ୟାଚ୍‌ରେ ୨୩୫ ରନ୍ କରିଥିଲେ । ସେ ଭାରତର ସର୍ବାଧିକ ରନ୍ ସ୍କୋରର୍ ମଧ୍ୟରେ ପଞ୍ଚମ ସ୍ଥାନରେ ଥିଲେ । ଲିଗ୍ ପର୍ଯ୍ୟାୟରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯୪ ରନର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ। ଫାଇନାଲରେ ତାଙ୍କର ୩୪ ରନ୍ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Richa Ghosh Appointed DSP in West Bengal After World Cup Glory | Argus News