Videos
|
Odisha

ନାବାଳକ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନାବାଳକ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ମୟୁରଭଞ୍ଜ : ଏକ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ। ଘଟଣା ମୁତାବକ ଅଭିଯୁକ୍ତ ମାନେ ୨୦୨୧ ମସିହାରେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧିନ ମହୁଲବଣୀ ଗ୍ରାମରେ ଜମିଜମା ବିବାଦରେ ଜଣେ ୧୬ ବର୍ଷର ନାବାଳକକୁ ହତ୍ୟା କରିଥିଲେ। ଆଉ ଆଜି ଉକ୍ତ ଘଟଣାର ସାକ୍ଷ୍ୟ ପ୍ରମାଣ ସହିତ ନ୍ୟାୟ ବିଚାର କରି ଜିଲ୍ଲା ଦୌରାଜଜ୍ ର ବିଚାର ପତି ସତ୍ୟନାରାୟଣ ପାତ୍ର ଏହି ରାୟ ପ୍ରକାଶ କରିଛନ୍ତି। ଆସମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା କରାଯିବା ସହିତ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ପାଇଁ ରାୟ ପ୍ରକାଶ କରିଛନ୍ତି ମାନ୍ୟବର ମାନ୍ୟବର ଜିଲ୍ଲା ଦୌରାଜଜ୍। ମୃତକ ନାବାଳକ ଜଣଙ୍କ ହେଉଛନ୍ତି ମହୁଲବଣୀ ଗ୍ରାମର ହରେକୃଷ୍ଣ ମହାନ୍ତ।

ଅଧିକ ପଢନ୍ତୁ ଓଡିଶା ଖବର

୨୦୨୧ ମସିହା ଜୁନ ୧୦ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ କୌଣସି ଜମିଜମା ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଅଭିଯୁକ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଆଉ ସେହି ସମୟରେ ହରେକୃଷ୍ଣ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବଂ ଏହାରି ମଧ୍ୟରେ ଅଭିଯୁକ୍ତ ମାନେ ଉତକ୍ଷିପ୍ତ ହୋଇ ଟାଙ୍ଗି ଓ ଲାଠିରେ ପିଟି ପିଟି ହରେକୃଷ୍ଣଙ୍କୁ ଲହୁଲୁହାଣ କରିଦେଇଥିଲେ। ମୁର୍ମୁଷ ଅବସ୍ଥାରେ ହରେକୃଷ୍ଣଙ୍କୁ ନେଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଏଠାରେ ଡାକ୍ତର ହରେକୃଷ୍ଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଉ ଆଜି ଦୀର୍ଘ  ଦିନ ପରେ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିଛନ୍ତି ମାନ୍ୟବର କୋର୍ଟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lifetime imprisonment for 3 accused in juvenile murder case | Argus News