Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଧରମ ମାମୁଙ୍କୁ ଆଜୀବନ କାରାଦଣ୍ଡ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଧରମ ମାମୁଙ୍କୁ ଆଜୀବନ କାରାଦଣ୍ଡ

 ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗଣେଶ୍ୱର ପୁର ଅଞ୍ଚଳରେ ନାବାଳିକା ଙ୍କୁ ଜଳଖିଆ ଖୁଆଇବା କୁ ନେଇ ଧରମ ମାମୁଁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ରାୟ । ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜର୍ଜ ଶ୍ରୀ ରଞ୍ଜନ କୁମାର ସୁତାର । 

ଅଧିକ ପଢନ୍ତୁ ଓଡିଶା ଖବର

ଏଭଳି ସ୍ପର୍ଶକାତର ଘଟଣା ରେ 2 ମାସ ଭିତରେ ରାୟ ଶୁଣେଇଛନ୍ତି ମାନ୍ୟବର କୋର୍ଟ । ମୁଦଲା ରବି ସିଂ କୁ ମାନ୍ୟବର କୋର୍ଟ 23 ଜଣ ସାକ୍ଷୀ ଓ 40 ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହ 5 ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହାସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମୃତ ନାବାଳିକାଙ୍କ ପରିବାର କୁ 9 ଲକ୍ଷ୍ୟ ଟଙ୍କା ଆର୍ଥିକ  ସହାୟତା  ପ୍ରଦାନ ପାଇଁ  ନିର୍ଦ୍ଦେଶ ।ଏହି ମାମଲାରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରିଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lifetime jail for misdemeanor and murder | Argus News