Wedding Tragedy / ରୋଷଣି କରି ଯାଉଥିଲେ ବରଯାତ୍ରୀ; କନିଆ ଘରେ ପହଞ୍ଚିବା ପୂର୍ବରୁ ପଡ଼ିଲା ବଜ୍ର, ଜଣେ ମୃତ
·1 hour ago·2 min read

Key Points
ରଞ୍ଜା ଗାଁରେ ବରଯାତ୍ରୀ ରୋଷଣି କରି ଯାଉଥିବା ବେଳେ ବଜ୍ରପାତ ହୋଇଛି । ବିବାହ ଶୋଭାଯାତ୍ରା ବେଳେ ବରଯାତ୍ରୀଙ୍କ ଉପରେ ବଜ୍ରପାତ ହୋଇଛି । ଜଣେ ବରଯାତ୍ରୀଙ୍କର ମୃତ୍ୟୁ ହୋଇଛି ।
ଗଁନ୍ଦିଆ (ଢେଙ୍କାନାଳ): ବାଜୁଥିଲା ବାଜା, ଡିଜେ ତାଳରେ ତାଳ ଦେଇ ନାଚୁଥିଲେ ବରଯାତ୍ରୀ । ପାଖେଆ ଆସୁଥିଲା କନିଆ ଘର । ବାଣ ଶବ୍ଦରେ ଫାଟି ପଡ଼ୁଥଲା ଗାଁ ମୁଣ୍ଡ । ଠିକ୍ ଏହି ସମୟରେ ଆକାଶରେ ଘୋଟି ଆସିଲା କଳା ହାଣ୍ଡିଆ ମେଘ । ଝିପ୍ ଝିପ୍ ବର୍ଷିବା ସହ ବରଯାତ୍ରୀଙ୍କୁ ମାରିଲା ବିଜୁଳି ।
ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ରଞ୍ଜା ଗାଁରେ ବରଯାତ୍ରୀ ରୋଷଣି କରି ଯାଉଥିବା ବେଳେ ବଜ୍ରପାତ ହୋଇଛି । ବିବାହ ଶୋଭାଯାତ୍ରା ବେଳେ ବରଯାତ୍ରୀଙ୍କ ଉପରେ ବଜ୍ରପାତ ହୋଇଛି । ଫଳରେ ଜଣେ ବରଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ନକଲି ‘ସ୍ପେଶାଲ ସ୍କ୍ବାଡ୍’ ସାଜି ଯୁବକଙ୍କୁ ଅପହରଣ, ୪ ଜଣଙ୍କୁ ବାନ୍ଧିଲା ପୋଲିସ୍
ସୂଚନା ଅନୁସାରେ, ବରଯାତ୍ରୀ ମାନେ ରୋଷଣି କରି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଝୁମ୍ପୁଡିଆ ଗାଁରୁ ରଞ୍ଜା ଗାଁକୁ ଆସୁଥିଲେ । କନିଆ ଘରେ ପହଞ୍ଚିବାକୁ ଆଉ ୫ରୁ ୧୦ ମିନିଟ୍ ସମୟ ଲାଗିଥାନ୍ତା । ବର ଓ ବରଯାତ୍ରୀ ରଞ୍ଜା ଛକ ନିକଟରେ ପହଞ୍ଚି ସାରିଥିଲେ ।
ବର ଓ ବରଯାତ୍ରୀଙ୍କୁ ପାଛୋଟି ନେବା ଲାଗି କନିଆ ଘର ବି ଅପେକ୍ଷା କରିଥିଲେ । ଠିକ୍ ସେହି ସମୟରେ ଆକାଶରୁ ବଜ୍ର ସିଧା ବରଯାତ୍ରୀଙ୍କ ଉପରେ ଖସିଥିଲା । ୩ରୁ ୪ ଥର ବଜ୍ରାଘାତ ହୋଇଥିଲା । ଏଥିରେ ୪ରୁ ୫ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟ ନିଆ ଯାଇଥିଲା ।
ମେଡିକାଲ୍ରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଉଛନ୍ତି କୋଇଲିପଙ୍ଗି ଗାଁର ୫୨ ବର୍ଷୀୟ ଅମିନ ବେହେରା । ଆଉ ୪ ଜଣ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା; ରେଡ୍ ୱାର୍ଣ୍ଣିଂ ଜାରି, ୭ ପର୍ଯ୍ୟନ୍ତ ବର୍ଷିବ
ବିବାହର ଖୁସି ଭିତରେ ବଜ୍ରପାତ ଆଣି ଦେଇଛି ଦୁଃଖ । ଖୁସିକୁ କ୍ଷଣିକରେ ଲୁହରେ ଭିଜାଇ ଦେଇଛି ବଜ୍ରଘାତ । ଗୋଟିଏ ପଟେ ବେଦୀରେ ହାତଗଣ୍ଠି ପଡ଼ୁଥିବା ବେଳେ ଅନ୍ୟପଟେ ମେଡିକାଲ୍ ପରିସର କାନ୍ଦବୋବାଳିରେ ଫାଟି ପଡ଼ୁଛି ।
ଢେଙ୍କାନାଳକୁ ୟେଲୋ ଆଲର୍ଟ
ସେପଟେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିଛି । ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଶୁକ୍ରବାର ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଦେଇଛି । ୟେଲୋ ଆଲର୍ଟ ଦିଆଯାଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେରେ ଢେଙ୍କାନାଳ ଜିଲ୍ଲା ମଧ୍ୟ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories