Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Lightning Strikes Lingaraj Temple / ଲିଙ୍ଗରାଜ ମନ୍ଦିରରେ ବଜ୍ରପାତ: ପୋଡ଼ିଗଲା ପତାକା

Ritu Das
Browse all articles by Ritu Das
·9 months ago·2 min read
ଲିଙ୍ଗରାଜ ମନ୍ଦିରରେ ବଜ୍ରପାତ: ପୋଡ଼ିଗଲା ପତାକା

Key Points

ଯାହା ଆଶଙ୍କା କରାଯାଉଥିଲା ତାହା ହେଲା ବଜ୍ରପାତ ଯୋଗୁ ଶ୍ରୀ ଲିଙ୍ଗରାଜ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ଆର୍ଥଂ ବ୍ୟବସ୍ଥା ଠିକ ନ ଥିବାରୁ ବଜ୍ରପାତରେ ମନ୍ଦିରର ବ୍ୟାପକ କ୍ଷତି ହୋଇଛି।

ଯାହା ଆଶଙ୍କା କରାଯାଉଥିଲା ତାହା ହେଲା ବଜ୍ରପାତ ଯୋଗୁ ଶ୍ରୀ ଲିଙ୍ଗରାଜ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ଆର୍ଥଂ ବ୍ୟବସ୍ଥା ଠିକ ନ ଥିବାରୁ ବଜ୍ରପାତରେ ମନ୍ଦିରର ବ୍ୟାପକ କ୍ଷତି ହୋଇଛି। ମନ୍ଦିର ଚୂଳରେ ପତାକା ପୋଡ଼ି ଯାଇଛି। ତେଣୁ ଆହୁରି କିଛି ବଡ଼ଧରଣର କ୍ଷତି ହୋଇଥିବ ବୋଲି ଆଶଙ୍କା କରାଯାଉଛି। ସେହିପରି ମନ୍ଦିର ପରିସରରେ ୨୦ଟି ସିସିଟିଭି ପୋଡ଼ିଯାଇଛି ଏବଂ ଗର୍ଭଗୃହରେ ବଲବ ଫାଟିଯାଇଛି।


ଏଥିସହ ପଢ଼ନ୍ତୁ: ସମୟ ଗଡ଼ୁଛି...ସସପେନ୍ସ ବଢ଼ୁଛି, ପୀତବାସଙ୍କ ମର୍ଡର ମିଷ୍ଟ୍ରି ପଛର କାରଣ ଖୋଜୁଛି ପୋଲିସ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମରକୁରି ବଲବ କାଚ ଫାଟି ତଳେ ବିଛାଡ଼ି ହୋଇପଡ଼ିଛି। ସୌଭାଗ୍ୟକୁ ବଜ୍ରପାତ ବେଳେ ମନ୍ଦିରରେ ଥିବା ସେବାୟତ ଓ ଶ୍ରଦ୍ଧାଳୁ ମାନଙ୍କର କିଛି କ୍ଷତି ହୋଇନାହିଁ। କିନ୍ତୁ ସେମାନେ ବିଦ୍ୟୁତ ଝଟକା ଅନୁଭବ କରିଥିବା କହିଛନ୍ତି। ବୁଧବାର ଅପରାହ୍ନ ପ୍ରାୟ ସାଢେ ୧ଟା ବେଳେ ହଠାତ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଯେତିକି ଜୋରରେ ହେଲା ଭୟଙ୍କର ଘଡ଼ଘଡ଼ି ବଳେଇଗଲା। ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ଥରି ଉଠିଲା। ସେତେବେଳେ ଉପସ୍ଥିତ ଥିବା ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ କହିବା କଥା ସିଂହଦ୍ବାରରେ ବ୍ରହ୍ମାଙ୍କ ଆସ୍ଥାନ ନିକଟରେ କରେଣ୍ଟ ଲାଗିଲା ପରି ଅନୁଭୂତ ହେଲା। କିଛି ପର୍ଯ୍ୟଟକ ଭୟରେ ଚିତ୍କାର କରି ଉଠିଲେ।


ଭୁବନେଶ୍ବରୀ ମନ୍ଦିର ପରିସରରେ ଇଲେକ୍ଟ୍ରିକ ବୋର୍ଡ ଉପୁଡ଼ି ତଳେ ପଡ଼ିଗଲା। ପରେ ଜଣାଗଲା ବଜ୍ରପାତ ଯୋଗୁ ମନ୍ଦିର ବାନା ମଧ୍ୟ ପୋଡ଼ିଯାଇଛି। ଏବଂ ସିସିଟିଭି ସବୁ ପୋଡ଼ି ଅଚଳ ହୋଇଯାଇଛି। ବାନା ପୋଡ଼ିଯାଇଥିବାରୁ ମନ୍ଦିର ଦଧିନଉତି ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ଏନେଇ ଏଏସଆଇ ଭୁବନେଶ୍ବର ଜୋନ ମୁଖ୍ୟ ନନ୍ଦକିଶୋର ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି,ଯେ ପତାକା ପୋଡ଼ିବା ଓ ଭିତରେ ବିଦ୍ୟୁତ ତାର ସଟ ସର୍କିଟ ପାଇଁ ପୋଡ଼ିଯିବା ଖବର ମିଳିଛି। ଆର୍ଥିଂ ବ୍ୟବସ୍ଥା ଭଲ ଥିବାରୁ ମନ୍ଦିରର କିମ୍ବା କାରୁକାର୍ଯ୍ୟର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ସେ କହିଛନ୍ତି।

Sponsored
Lightning Strikes Lingaraj Temple: Flag Catches Fire in Bhubaneswar | Argus News