Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Supermart Fire / ଏବେ ବି ଲିଭିନି ନିଆଁ, ଲିଙ୍ଗିପୁର ସୁପରମାର୍ଟରୁ ବାହାରୁଛି ଧୂଆଁ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଏବେ ବି ଲିଭିନି ନିଆଁ, ଲିଙ୍ଗିପୁର ସୁପରମାର୍ଟରୁ ବାହାରୁଛି ଧୂଆଁ
Fire

Key Points

ଏବେ ବି ରାଜଧାନୀ ଲିଙ୍ଗିପୁର ସୁପରମାର୍ଟରୁ ବାହାରୁଛି ଧୂଆଁ
୨୨ ଘଣ୍ଟାର ଅପରେସନ ପରେ ନିଆଁକୁ କରାଯାଇଥିଲା ଆୟତ୍ତ
ତଥାପି ପୋଡ଼ା ସାମଗ୍ରୀରୁ ବନ୍ଦ ହୋଇନି ଧୂଆଁ ବାହାରିବା
ଏବେ ବି ଧୂଆଁମୟ ରାଜଧାନୀ ଲିଙ୍ଗିପୁର ନିକଟ ସୁପରମାର୍ଟ । ନିଆଁ ଲିଭିଛି ହେଲେ ପୂରା ବିଲ୍ଡିଂ ଏବେ ବି ଧୂଆଁମୟ । ପ୍ଲାଷ୍ଟିକ୍ ଓ ରବର ସାମଗ୍ରୀ ଥିବାରୁ କାମ ଦେଇନଥିଲା ପାଣି ମାଡ଼ । ରୋବଟ୍, ଫୋମ୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା । ନିଆଁ ଯୋଗୁଁ ଦବି ଯାଇଥିଲା ବିଲ୍ଡିଂ ଛାତ । କାନ୍ଥ ଫାଟି ବାହାରିଲା ନିଆଁ, ଧୂଆଁ । ୪ ରୁ୫ କୋଟିର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ସୋମବାର ରାତି ପ୍ରାୟ ସାଢ଼େ ୧୦ଟାରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ହୁତୁହୁତୁ ହୋଇ ଜଳୁଥିଲା ଲିଙ୍ଗିପୁର ସୁପରମାର୍ଟରେ ଥିବା ସୁବାସ ଚନ୍ଦ୍ର ଜଗତିଙ୍କ ଗୋଦାମ ଘର । ପ୍ରଥମେ ସୁପରମାର୍ଟର ତୃତୀୟ ମହଲାରେ ନିଆଁ ଲାଗିବା ପରେ, ଚତୁର୍ଥ ମହଲାରେ ଥିବା ଗୋଦାମ ଗୃହକୁ ବ୍ୟାପି ଯାଇଥିଲା ନିଆଁ । ଏଠାରେ ପ୍ଲାଷ୍ଟିକ ଓ ରବର ସାମଗ୍ରୀ ଅଧିକ ଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପିବାରେ ଲାଗିଲା ।

ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ, ପାଣି ମାଡ଼ କରି ନିଆଁକୁ ଆୟତ୍ତ କରିବା ସମ୍ଭବ ହେଲାନାହିଁ । ଅଗ୍ନିଶମ ଡିଜି ନିଜେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଫୋମ୍ ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ କରାଗଲା । ପାଣି ମାଡ଼ କରି ନିଆଁ ଲିଭାଇବା ସମ୍ଭବ ନହେବାରୁ ଫୋମ୍ ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ ଆରମ୍ଭ ହେଲା । ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ୪୦ରୁ ଅଧିକ ଦମକଳ ଗାଡ଼ି । ୧୫ରୁ ଅଧିକ ଗାଡ଼ି ସାହାଯ୍ୟରେ ଫୋମ୍ ପ୍ରୟୋଗ କରାଗଲା । ମେସିନ ଅତ୍ୟାଧୁନିକ କ୍ରେନ୍ ସାହାଯ୍ୟରେ କର୍ମଚାରୀମାନେ ଛାତ ଉପରେ ପହଞ୍ଚି ଫୋମ୍ । ତଥାପି ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭିନଥିଲା ।

ଏଥିସହ ପଢ଼ନ୍ତୁ: ରାତିରୁ ଜଳୁଛି ସୁପରମାର୍ଟ: ୧୦ ଘଣ୍ଟା ହେଲା ଲିଭିପାରୁନି ନିଆଁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive Fire at Lingipur Supermart, Smoke Continues Despite Control Efforts | Argus News