Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୀର୍ଘ ୧୧ ବର୍ଷର ଅପେକ୍ଷା ପରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ

Odisha

ଦୀର୍ଘ ୧୧ ବର୍ଷର ଅପେକ୍ଷା ପରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ

Jitendra Dash
Browse all articles by Jitendra Dash
·2 years ago·1 min read
ଦୀର୍ଘ ୧୧ ବର୍ଷର ଅପେକ୍ଷା ପରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ

ଅର୍ଗସ ବ୍ୟୁରୋ : ଇତିହାସ ରଚିଲା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ । ସଫଳତାରେ ଆଉ ଏକ ନୂଆ ଫର୍ଦ ଯୋଡିହୋଇଛି । ଏଠାରେ ସଫଳତାର ସହିତ ବୃକ୍‌କ ଏବଂ ଅସ୍ଥିମଜ୍ଜା ପ୍ରତିରୋପଣ ହେବା ପରେ ଆଜି ଲିଭର ଟ୍ରାନସପ୍ଲାଣ୍ଟ  ଆରମ୍ଭ ହୋଇଛି । ଏଥିପାଇଁ ହାଇଦ୍ରାବାଦ ଏଆଇଜିର ଏକ ବିଶେଷଜ୍ଞ ଦଳ ଆସି ଏସ୍‌ସିବିରେ ପହଞ୍ଚିଥିଲେ । ଯକୃତ ଦାତା ଓ ଗ୍ରହୀତାଙ୍କୁ ଡାକ୍ତରୀ ଦଳ ନିରୀକ୍ଷଣ‌ କରିଥିଲେ ।ଆଜି କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଅଛି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏସିଆନ ଇନଷ୍ଟିଚୁ୍ୟଟ ଅଫ ଗ୍ୟାଷ୍ଟୋଲୋଜି ହାଇଦ୍ରାବାଦ ସହ ଏସସିବିର ଚୁକ୍ତି ହେବା ପରେ ଏଆଇଜିର ଏକ ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତ ଭାବେ ଏହି ପ୍ରତିରୋପଣ ଅପରେସନ କରିଛନ୍ତି । ଏଆଇଜି ହାଇଦ୍ରାବାଦର ନିର୍ଦ୍ଦେଶକ ଡାକ୍ତର ପି. ବାଲଚନ୍ଦ୍ରନଙ୍କ ନେତୃତ୍ବରେ ଏକ ୯ ଜଣିଆ ଡାକ୍ତରୀ ଟିମ୍ ଆଜି ସକାଳେ ଏସସିବି ଆସି ପହଞ୍ଚିଲା ପରେ ଏହି ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ଆଜି ସକାଳ ୮ ଠାରୁ ଦିନ ଚାରିଟା ପର୍ଯ୍ୟନ୍ତ ଦୀର୍ଘ ଆଠ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା । ଏବେ ଦୁଇ ଦମ୍ପତି ଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧୀକ୍ଷକ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
liver transplant cuttack scb medical college | Argus News