ବିକାଶର ଦିଗରେ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ

ଅର୍ଗସ ବ୍ୟୁରୋ : ବିକାଶ ଦିଗରେ ଆଉ ଏକ ପାଦ ଆଗକୁ ବଢିଛି ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ । ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଳିଙ୍ଗଙ୍କ ନେତୃତ୍ବରେ ଅଞ୍ଚଳ ବିକାଶ ଧାରାରେ ଆଗକୁ ବଢ଼ିଛି । ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡି ରହିଥିବା ଗାଇଖାଇ ଡ୍ୟାମକୁ ଦେଖିଲେ ବିଜେପି ବିଧାୟକଙ୍କ ବିକାଶର ଚିହ୍ନ ଜଳଜଳ ହୋଇ ଦିଶୁଛି । ଡ୍ୟାମ ଭିତରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂର ସୁବିଧା ସହ ଅନ୍ନ୍ୟାନ ସୁବିଧା ସୁଯୋଗ ରହିଛି । ଏହି ଡ୍ୟାମକୁ ଇକୋ ଟ୍ୟୁରିଯମ କରିଥିବାରୁ ସ୍ଥାନୀୟ ବିଜେପି ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅବହେଳିତ ହୋଇ ପଡିଥିବା ଗାଇଖାଇ ଡ୍ୟାମର ଉନ୍ନତି କରଣ ପରେ ଉଦଘାଟନ କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ ମଧ୍ୟ ଉପସ୍ଥିତ ରହିଥିଲେ ।
ବିରାଟ ପଟୁଆରାରେ ବିଜେପି ବିଧାୟକ ଡ୍ୟାମକୁ ଆସିବା ପରେ ତାଙ୍କୁ ବନବିଭାଗ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଉଦଘାଟନ ସମାରୋହରେ ବହୁ ଲୋକ ସାମିଲ ଥିବା ବେଳେ, ମୋର ସ୍ୱପ୍ନ ସାକାର ହୋଇଛି ମୁଁ ଗାଇଖାଇ ଡ୍ୟାମର ଉନ୍ନତି ପାଈଁ ବିଧାନସଭାରେ ବହୁଥର ସ୍ୱର ଉତ୍ତୋଳନ ପରେ ଏହା ଏକ ପର୍ଯ୍ୟଟନ କ୍ଷେତ୍ରରେ ପାଲଟିଛି ବୋଲି ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଳିଙ୍ଗ କହିଛନ୍ତି ।