|
logo
Live

Argus News - ଜମୁଛି ଲୋଇସିଂହା ନିର୍ବାଚନୀ ତାତି, କିଏ ମାରିବ ବାଜି ?

Odisha

ଜମୁଛି ଲୋଇସିଂହା ନିର୍ବାଚନୀ ତାତି, କିଏ ମାରିବ ବାଜି ?

Jitendra Dash
Browse all articles by Jitendra Dash
·1 year ago·1 min read
ଜମୁଛି ଲୋଇସିଂହା ନିର୍ବାଚନୀ ତାତି, କିଏ ମାରିବ ବାଜି ?

ଅର୍ଗସ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଲୋଇସିଂହା । ସବୁବେଳେ ନୂଆ ନେତାଙ୍କ ପ୍ଲାଟଫର୍ମ ଭାବରେ ଏହି ନିର୍ବାଚନ ମଣ୍ଡଳୀ ଲୋକେ ନୂଆ ନେତାଙ୍କୁ ଦେଇ ଆସିଛନ୍ତି ସୁଯୋଗ । ତେବେ ଏଥର ତିନି ପ୍ରମୁଖ ଦଳ ଆଶାୟୀ ଏଠୁ ବାଜିମାତ କରିବାକୁ ଆଶା ବାନ୍ଧିଛନ୍ତି । କିନ୍ତୁ ଏହି ନିର୍ବାଚନ ମଣ୍ଡଳି ଏବେ ବିଜେପି କବଜାରେ ରହିଛି । 

୨୪ରେ ପୁଣିଥରେ ଜିତିବେ ବିଜେପି ପ୍ରାଥି ମୁକେଶ ମହାଳିଙ୍ଗ ବୋଲି ଜାଣା ପଡ଼ିଛି । ଏହି ଆସାନରେ ଅଧିକାଂଶ ସମୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେଉଥିବା ବେଳେ, ୨୦୧୯ରେ ମୁକେଶ ମହାଲିଙ୍ଗକୁ ଟିକେଟ ଦେଇ ମାଷ୍ଟର କାର୍ଡ ଖେଳିଥିଲା ବିଜେପି । ତେଣୁ ୨୪ ନିର୍ବାଚନରେ ମଧ୍ୟ ପୁଣି ଥରେ ମୁକେଶ ମହାଲିଙ୍ଗଙ୍କ ଉପରେ ଭରଷା କରିଛି ବିଜେପି ।

ତେବେ ଏଥର ଲୋଇସିଂହା ନିର୍ବାଚନ ମଣ୍ଡଳି ହାତେଇବାକୁ ବିଜେଡି ଓ କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଛନ୍ତି । ବିଜେଡିର ୨୦୧୪ର ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରାଙ୍କୁ ଟିକେଟ ଦେଇଛି ବିଜେଡି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି କଂଗ୍ରେସ ମଧ୍ୟ ନୂଆ ମୁହଁ ଭାବେ ଓମ୍ ପ୍ରକାଶ କୁମ୍ଭାରଙ୍କ ଉପରେ ଭରଷା କରିଛି । କଂଗ୍ରେସର ସାଂଗଠନିକ ମଜବୁତ ପାଇଁ ଦୀର୍ଘ ବର୍ଷ ହେଲା ସଂଗଠନ କରିଛନ୍ତି ଓମ ପ୍ରକାଶ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରଚାର ଜୋରଦାର କରୁଛନ୍ତି ଓମ ପ୍ରକାଶ । ତେବେ ଦେଖିବାକୁ ରହିଲା ଲୋଇସିଂହା ନର୍ବାଚନ ମଣ୍ଡଳିରେ କିଏ ମାରିବ ବାଜି । ବିଜେପି, ବିଜେଡି ନା କଂଗ୍ରେସ ।


 

Sponsored
ଜମୁଛି ଲୋଇସିଂହା ନିର୍ବାଚନୀ ତାତି, କିଏ ମାରିବ ବାଜି ? | Argus News