Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dussehra / ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବେଶ , ସୁନାବେଶରେ ସଜ୍ଜିତ ହେବେ ଚତୁର୍ଦ୍ଧା ମୂରତି

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବେଶ , ସୁନାବେଶରେ ସଜ୍ଜିତ ହେବେ ଚତୁର୍ଦ୍ଧା ମୂରତି

Key Points

ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଇଥାଏ। ଏହି ବେଶରେ ପାଞ୍ଚଖଣ୍ତ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବାର ବିଧି ରହିଛି। ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥାଏ।

ପବିତ୍ର ବିଜୟା ଦଶମୀ, ଦଶହରାରେ ସୁନାବେଶରେ ଦର୍ଶନ ଦେବେ କାଳିଆ ଠାକୁର । ଆଶ୍ୱିନ ଶୁକ୍ଳ ପକ୍ଷ ଦଶମୀ ତିଥି, ବିଜୟା ଦଶମୀ ବା ଦଶହରାରେ ଶ୍ରୀବିଗ୍ରହମାନଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ନୀତି ଅନୁଷ୍ଠିତ ହେବ। ଏଣୁ ଅବକାଶ ନୀତି ବଢିଲେ ଶ୍ରୀଜୀଉ ରତ୍ନ ସିଂହାସନରେ ବିଭିନ୍ନ ଆୟୁଧ ଧାରଣ କରି ଦିବ୍ୟ ଦୁର୍ଲ୍ଲଭ ସୁନାବେଶରେ ଦର୍ଶନ ଦେବେ।

ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଇଥାଏ। ଏହି ବେଶରେ ପାଞ୍ଚଖଣ୍ତ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବାର ବିଧି ରହିଛି। ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥାଏ। ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ଆୟୁଧ ଲାଗି କରିଥାନ୍ତି। ବଳଭଦ୍ର ହଳମୂଷଳ, ସୁଭଦ୍ରା ସୁବର୍ଣ୍ଣ ତଡାଗି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶଙ୍ଖ ଚକ୍ର ଆୟୁଧ ଧାରଣ କରିଥାଆନ୍ତି।

ଅଧିକ ପଢନ୍ତୁ : ଆଜି ବିଜୟା ଦଶମୀ, ଅଧର୍ମ ଉପରେ ଧର୍ମର ବିଜୟର ପର୍ବ


ଅନ୍ୟପଟେ ଆଜି ପବିତ୍ର ବିଜୟା ଦଶମୀକୁ ନେଇ ବିଭିନ୍ନ ସ୍ଥାନରେ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ବାସ ରହିଛି ରାବଣପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଦ୍ଵୈତ ନଗରୀରେ ମଧ୍ୟ ରାବଣପୋଡି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।

ଭୁବନେଶ୍ବର, ପୁରୀ, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ଆଦି ସହରରେ ଧୁମଧାମର ସହ ଦୁର୍ଗାପୂଜା ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କେବଳ ରାଜଧାନୀର ଭକ୍ତ ନୁହଁନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ରାଜଧାନୀ ଦୁର୍ଗପୂଜାରେ ସାମିଲ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢନ୍ତୁ : ମା'ଙ୍କର କେଉଁ ବାହାନ ପୃଥିବୀ ପାଇଁ କେଉଁ ସଙ୍କେତ ଦିଏ , ଜାଣନ୍ତୁ ...


ରାଜଧାନୀରେ ୮ଟି ସ୍ଥାନକୁ ରାବଣ ପୋଡି ପାଇଁ ଅନୁମତି ଦିଆଯାଇଛି। ବରମୁଣ୍ଡା, ସୁନ୍ଦରପଦା, ନହରକଣ୍ଟା, କୋରଡ଼କଣ୍ଟା, କିଟ ରୋଡ଼ , କନ୍ଦରପୁର, ଗୋପାଳପୁର ଓ ବାଙ୍କୁଆଳରେ ହେବ ରାବଣ ପୋଡ଼ି ଉତ୍ସବ । ରାବଣପୋଡିଠାରୁ ୧୦୦ ମିଟର ଦୂରରେ ରହିବେ ସାଧାରଣ ଲୋକ । ୧୦୦ ମିଟର ଦୂରରେ ନିର୍ମାଣ ହେବେ ବ୍ୟାରିକେଡ୍ ।

ନିର୍ଦ୍ଧିଷ୍ଟ କମ୍ପାନୀର ଲାଇସେନ୍ସ ପ୍ରାପ୍ତ ବାଣ ଆଣିବାକୁ ରହିଛି ଅନୁମତି । ଯେଉଁମାନେ ବାଣ ଫୁଟେଇବେ ସେମାନେ ମଧ୍ୟ ପ୍ରଶିକ୍ଷଣ ନେଇଥିବା ଦରକାର । ଦୁଇ ଜଣଙ୍କ ବ୍ୟତୀତ ଅଧିକ ଲୋକ ବାଣ ଫୁଟାଇ ପାରିବେ ନାହିଁ । ରାବଣପୋଡି ବେଳେ ଅଗ୍ନିଶମ ଗାଡି ଓ ଉପକରଣ ମହଜୁତ ରହିବ । ଫାୟାର ଫାଇଟିଂ ଟିମ ରାବଣପୋଡି ସ୍ଥାନ ଗୁଡିକୁ ଯାଞ୍ଚ କରିବେ ବୋଲି କୁହାଯାଇଛି ।

Related Topics

Explore more stories

Sponsored
Lord Jagannatha's golden attire for Dussehra | Argus News