Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହଷ୍ଟେଲରେ ମିଳୁନି ଖାଇବା, ବିଡିଓଙ୍କ ଦ୍ବାରସ୍ଥ ହେଲେ ଅନ୍ତେବାସୀ

Odisha

ହଷ୍ଟେଲରେ ମିଳୁନି ଖାଇବା, ବିଡିଓଙ୍କ ଦ୍ବାରସ୍ଥ ହେଲେ ଅନ୍ତେବାସୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ହଷ୍ଟେଲରେ ମିଳୁନି ଖାଇବା, ବିଡିଓଙ୍କ ଦ୍ବାରସ୍ଥ ହେଲେ ଅନ୍ତେବାସୀ

ମାଲକାନଗିରି :  କାଲିମେଳା, ଛାତ୍ରାବାସରେ  ପିଲାଙ୍କୁ ଠିକ ଭାବେ ମିଳୁନାହିଁ ଖାଇବା, ଖାଇବାକୁ ନ ପାଇ ଭୋକ ଉପାସରେ ବିଡିଓ ଙ୍କୁ ଗୁହାରି କଲେ ହଷ୍ଟେଲ ଅନ୍ତେବାସୀ,ଶେଷରେ ବିଡିଓ ନିଜ ହାତରୁ ପିଲାମାନଙ୍କୁ ଖାଇବାକୁ ଦେବା ସହ ଘଟଣା ର ଅନୁଧ୍ୟାନ କରିଛନ୍ତି ବିଡିଓ l ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ l ଆଜି ହଷ୍ଟେଲ ରେ ଖାଇବାକୁ ନ ମିଳିବା ରୁ ହଷ୍ଟେଲ ର 30 ଜଣ ଛାତ୍ର ବିଡିଓଙ୍କ କାର୍ଯ୍ୟାଳୟରେ ପହଁଚି ନିଜର ଅଭିଯୋଗ କରିଥିବା ଜଣା ପଡିଛି l ସୂଚନା ଅନୁଯାଇ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବଢୁଥିବା ପିଲାମାନଙ୍କ ପାଇଁ ବିଦ୍ୟଳୟ ପରିସରରେ ଏକ ହଷ୍ଟେଲ ଖୋଲା ଯାଇଚି l ସେଠାରେ 6th ଶ୍ରେଣୀରୁ ଦଶମ ଶ୍ରେଣୀ ପଯ୍ୟନ୍ତ ମୋଟ   110 ଜଣ ଛାତ୍ର ରହିବା ବ୍ୟବସ୍ତା କରାଯାଇଛି l କିନ୍ତୁ ଏଠାରେ ପିଲାମାନଙ୍କୁ ଅତି ନିମ୍ନମାନର ଖାଇବା ଦିଆ ଯାଉଥିବା ବେଳେ ଆଧିକାଂଶ ସମୟରେ ଖାଇବା ନିଅଣ୍ଟ ହେଉଥିବା ରୁ ଅନ୍ତେବାସୀ ମାନେ ଭୋକ ଉପାସରେ ରହୁଛନ୍ତି l

ଅଧିକ ପଢନ୍ତୁ ଓଡିଶା ଖବର

ଏଭଳି ଘଟଣା ଦୀର୍ଘ 6 ମାସ ଧରି ଚାଲିଥିବା ଅନ୍ତେବାସୀ ମାନେ ପ୍ରକାଶ କରିଛନ୍ତି ଏଥିସହିତ ବିଦ୍ୟଳୟ ଆବଶ୍ୟକ କୋଠାରୀ ନ ଥିବା କାରଣକୁ ଗୋଟିଏ ବେଡ୍ ରେ ଦୁଇ ଜଣ ଛାତ୍ର ରାତ୍ରିଯାପନ କରୁଛନ୍ତି l ଏଥିସହ ହଷ୍ଟେଲ ରେ ଫେନ କାମ କରୁ ନ ଥିବା ବେଳେ ଅନ୍ତେବାସୀ ମାନେ ନିଜ ହାତରୁ ଟଙ୍କା ଖର୍ଚ କରି ଫେନ ମରାମତି କରି ପିଲା ଶୁଉଛନ୍ତି l ହଷ୍ଟେଲରେ ଅନ୍ତେବାସୀଙ୍କୁ ସ୍ଵଚ୍ଛ ପାନୀୟ ଜଳ ମଧ୍ଯ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି l ଏହି ସବୁର ଅଭିଯୋଗ ପାଇବା ପରେ ବିଡିଓ ପ୍ରଦୀପ କୁମାର କର ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି, ଏବିଇଓ ଚିନ୍ତା ହରଣ ମଧୁ ହଷ୍ଟେଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି l କିଭଲି ପରିବେଶରେ ପିଲାଙ୍କୁ ଖାଇବାକୁ ଦିଆ ଯାଉଚି ଏବଂ ଖାଇବାର ମାନ ଯାଞ୍ଚ କରିଛନ୍ତି l ଯାଂଚ ପରେ ବିଡିଓ ଗଣମାଧ୍ୟମ କୁ କହିଛନ୍ତି ଯେ ପିଲାମାନେ ଯେଉଁ ଅଭିଯୋଗ ଆଣିଛନ୍ତି ଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ ଏହାର ତଦନ୍ତ କରି ମୁଁ ଜିଲ୍ଲାପାଳଙ୍କୁ ପଠେଇବେ ବୁଲି ପ୍ରକାଶ କରିଛନ୍ତି l
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
low qualities of food available in hostel | Argus News