New LPG Rules / LPG ଗ୍ରାହକଙ୍କ ପାଇଁ e-kyc ବାଧ୍ୟତାମୂଳକ; ଖୋଲା ବଜାରରେ ମିଳିବନି ୫ କେଜିଆ ସିଲିଣ୍ଡର
·1 day ago·2 min read

Key Points
- ଖୋଲା ବଜାରରେ ମିଳିବନି ଗ୍ୟାସ୍
- କଳାବଜାରୀ ରୋକିବାକୁ ସରକାରଙ୍କ ପଦକ୍ଷେପ
ଭୁବନେଶ୍ଵର: ରାଜ୍ୟରେ ଏଣିକି ବନ୍ଦ ହେବ ଗ୍ୟାସ୍ ସିଲିଣ୍ଡରର କଳାବଜାରୀ । LPG ସଂକଟର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ଗ୍ୟାସ୍ ବିକ୍ରି କରୁଥିବା ବେଳେ ଏବେ ଏହା ଉପରେ ରୋକ୍ ଲଗାଇଛନ୍ତି ସରକାର ।
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଏଣିକି ଖୋଲା ବଜାରରେ କୌଣସି ପ୍ରକାର ଗ୍ୟାସ୍ ବିକ୍ରି ହୋଇ ପାରିବନି । କେବଳ ସେତିକି ନୁହେଁ, ଗ୍ରାହକଙ୍କ ପାଇଁ e-kyc ବାଧ୍ୟତାମୂଳକ କରାଯାଇଥିବା ବେଳେ ଛୋଟ ୫ କେଜିଆ ସିଲିଣ୍ଡର ବିକ୍ରିକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।
ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ LPG ସଂକଟ ଦେଖା ଦେଇଥିବାବେଳେ ରାଜ୍ୟରେ ଗ୍ୟାସ୍ କଳାବଜାରୀ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଇଛନ୍ତି ସରକାର । ଖୋଲା ବଜାରରେ ବନ୍ଦ କରାଯାଇଛି ଗ୍ୟାସ ବିକ୍ରି । ହିତାଧିକାରୀଙ୍କ EKYC କରାଯିବ ।
ଏଥିସହ ପଢ଼ନ୍ତୁ: ଗ୍ୟାସ୍ ସମସ୍ୟାର ସମାଧାନ, ମାତ୍ର ୫୦୦ ଟଙ୍କାରେ ଆବେଦନ...୩ ମାସରେ PNG କନେକ୍ସନ୍
କେବଳ ଯାହା ନାଁରେ କାର୍ଡ ଥିବ ସେ ହିଁ ଗ୍ୟାସ୍ ଏଜେନ୍ସିରୁ ଟାଙ୍କି ନେଇ ପାରିବେ । ୫ କେଜି ଗ୍ୟାସ୍ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ । ରାଜ୍ୟରେ ଏବେ ଗ୍ୟାସ୍ ଓ ପେଟ୍ରୋଲର କୌଣସି ଅଭାବ ନ ଥିବା ବେଳେ କଳାବଜାରୀ ହେଉ ନ ଥିବା କହିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଗ୍ୟାସ୍ ସିଲିଣ୍ଡର କଳା ବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଜୋରସୋରରେ ଚାଲିଛି ଚଢାଉ । ଯାଜପୁରରେ ଯୋଗାଣ ବିଭାଗ ରେଡ୍ କରି LPG ଗ୍ୟାସ୍ ଭର୍ତ୍ତି ୧୦୩ଟି ସିଲିଣ୍ଡର, ୨ଟି ବାଣିଜ୍ୟିକ ସିଲିଣ୍ଡର ଜବତ କରିଛି । ଢେଙ୍କାନାଳର ଗୋଟିଏ ଦୋକାନରୁ ୨୭ଟି ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି । ବେଆଇନ ଗ୍ୟାସ୍ ସିଲିଣ୍ଡର ବିକ୍ରି ଚାଲିଥିବା ବେଳେ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଏନଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରିଥିଲା ।
ଏଥିସହ ପଢ଼ନ୍ତୁ: ଗ୍ୟାସ୍ ସଙ୍କଟ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା
ସେପଟେ ପୁରୀ ବାଟମଙ୍ଗଳା ନିକଟରେ ଏକ ଗ୍ୟାସ୍ ଚୁଲା ବିକ୍ରି ଓ ମରାମତି ଦୋକାନରେ ଚଢାଉ କରିଥିଲା ଜିଲ୍ଲା ଯୋଗାଣ ବିଭାଗ ଓ ସଦର ଥାନା ପୋଲିସ । ସେଠାରୁ ଜବତ ହୋଇଛି ୮୭ ସିଲିଣ୍ଡର । ବାଲେଶ୍ବର ବାଲିଆପାଳରେ ବି ୧୪ଟି LPG ସିଲିଣ୍ଡର ଜବତ ହୋଇଛି ।
ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନ ବ୍ୟବଧାନରେ ମିଳୁଛି ପରବର୍ତ୍ତୀ ଏଲପିଜି ସିଲିଣ୍ଡର । ଗ୍ୟାସ୍ କଳାବଜାରୀ ରୋକିବାକୁ ସରକାର ପଦକ୍ଷେପ ନେଉଥିବା ବେଳେ ଜୋରସୋରରେ ଚଢ଼ାଉ ବି ଜାରି ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories