Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhasani Shobhayatra / ଆଜି କଟକରେ ହେବ ମା' କାଳୀଙ୍କ ଭସାଣି ଶୋଭାଯାତ୍ରା

Rashmita Mishra
Browse all articles by Rashmita Mishra
·8 months ago·2 min read
ଆଜି କଟକରେ ହେବ ମା' କାଳୀଙ୍କ ଭସାଣି ଶୋଭାଯାତ୍ରା

Key Points

କଟକରେ ଅନୁଷ୍ଠିତ ହେବ ମା' କାଳୀଙ୍କ ଭସାଣି ଶୋଭାଯାତ୍ରା । ୭୫ଟି ପୂଜା ମଣ୍ଡପରେ ପୂଜା ପାଉଥିବା ମା କାଳୀ ମେଲାଣି ନେବେ । ସକାଳୁ ସହର ପରିକ୍ରମା କରିବା ପରେ ଦେବୀଗଡାରେ ବିସର୍ଜନ କରାଯିବ। କାଳୀ ପୂଜା ଭସାଣିକୁ ସୁରୁଖୁରୁରେ ଶେଷ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଜି କଟକରେ ଅନୁଷ୍ଠିତ ହେବ ମା' କାଳୀଙ୍କ ଭସାଣି ଶୋଭାଯାତ୍ରା । ୭୫ଟି ପୂଜା ମଣ୍ଡପରେ ପୂଜା ପାଉଥିବା ମା କାଳୀ ମେଲାଣି ନେବେ । ସକାଳୁ ସହର ପରିକ୍ରମା କରିବା ପରେ ଦେବୀଗଡାରେ ବିସର୍ଜନ କରାଯିବ। କାଳୀ ପୂଜା ଭସାଣିକୁ ସୁରୁଖୁରୁରେ ଶେଷ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶୋଭାଯାତ୍ରା ଯିବାକୁ ଥିବା ରୁଟରେ ସିସିଟିଭି ରୁଫ୍ ଟପ୍ ସିକ୍ୟୁରିଟି ସହ ମକ୍ ଡ୍ରିଲ କରାଯାଇଛି । ଦଶରା ଭସାଣି ସମୟରେ ଯେଉଁଭଳି ଭାବେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା ସେଭଳି ଘଟଣାର କିପରି ପୁନରାବୃତ୍ତି ନହୁଏ ସେଥିପାଇଁ ପ୍ରସାଶନିକ ସ୍ତରରେ, ମହାନଗର ନିଗମ, କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଏହା ପୂର୍ବରୁ କଟକର ଦରଘା ବଜାର, କଦମ ଏ ରସୁଲ, ଏଵଂ ଆଖ ପାଖ ଅଞ୍ଚଳରେ ଥିବା କୋଠା ଗୁଡ଼ିକ ବୁଲି ଦେଖିଛନ୍ତି କଟକ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ମାନେ ଏବଂ STU ର ଫୋର୍ସ ।

ଏଥିସହ ପଢ଼ନ୍ତୁ: ମାନିଲେନି ପୋଲିସ୍‌ର ଗାଇଡଲାଇନ୍‌, ରାତି ୯ଟା ପରେ ବି ଫୁଟାଇଲେ ବାଣ

ଦଶହରା ଭସାଣି ସମୟରେ ଗଣ୍ଡଗୋଳ ଓ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଥିଲା । କଟକ ସହରରେ ଘଟିଯାଇଥିବା ହିଂସା କୁ ନେଇ ସମସ୍ତେ ସଙ୍କା ଭିତରେ ରହିଛନ୍ତି। କଟକ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍‌ ନଂ ଜାରି କରାଯାଇଥିଲା। କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ୭୩୨୮୦୭୭୩୨୪/୮୪୮୦୫୧୩୦୦୭ ମୋବାଇଲ୍‌ ନଂ ରେ ଜଣାଇବାକୁ କହୁହାଯାଇଛି । ସେଭଳି ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଥିଲା

ଦଶହରା ପରେ ମାଆ ଦୁର୍ଗାଙ୍କ ଭସାଣି ବେଳେ ହାତୀ ପୋଖରୀ ଛକରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏହା ପରେ କଟକ ଅଶାନ୍ତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗିଥିଲା । ତା'ସହ ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ଲାଗିଥିଲା । ପରେ କଟକରେ ସ୍ୱାଭାବିକ ହୋଇଛି ଜୀବନ ଯାତ୍ରା । ଭାଇଚାରାର ସହରରେ ଫେରିଛି ଶାନ୍ତି । ୩୬ ଘଣ୍ଟା ପରେ କଟକରୁ କର୍ଫ୍ୟୁ ହଟାଇଦିଆଯାଇଛି । ତେବେ ଜାରି ରହିଛି ପୋଲିସ ପାଟ୍ରୋଲିଂ, ସମ୍ବେଦନଶୀଳ ସ୍ଥାନରେ ଏବେ ବି ଫୋର୍ସ ମୁତୟନ ଅଛନ୍ତି । ପୋଲିସ କମିଶନର କହିଥିଲେ, କଟକଣା ସମୟରେ କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟିନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି । ସମ୍ବେଦନଶୀଳ ସ୍ଥାନରେ ଫୋର୍ସ ମୁତୟନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhasani Shobhayatra | Maa Kali Idol Immersion Procession in Cuttack Today | Argus News | Argus News