Videos
|
Odisha

Maa Kandhuni Devi / ଶିଳା ରୂପରେ ପୂଜା ପାଆନ୍ତି ମା'; ନିରନ୍ତର ନିର୍ଗତ ହୁଏ ଗରମ ପାଣି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଶିଳା ରୂପରେ ପୂଜା ପାଆନ୍ତି ମା'; ନିରନ୍ତର ନିର୍ଗତ ହୁଏ ଗରମ ପାଣି
Odisha's Miraculous Hot Spring

Key Points

ବିଶ୍ଵାସ ଏହି ବାଷ୍ପୀଭୂତ ପାଣିରେ ସ୍ନାନ କଲେ ଭଲ ହୋଇଯାଏ ଚର୍ମ ରୋଗ । ଏହି ସ୍ଥାନ ହେଉଛି ଗଞ୍ଜାମ ଓ ଗଜପତି ସୀମାନ୍ତରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତପ୍ତପାଣି ଉଷ୍ମପ୍ରସ୍ରବଣ ।
ବ୍ରହ୍ମପୁର: ଶାନ୍ତ ପ୍ରାକୃତିକ ପରିବେଶ । ଘଞ୍ଚ ଜଙ୍ଗଲ ସାଙ୍ଗକୁ ଘାଟି, ପାହାଡ଼ । ରାସ୍ତାକୁ ଲାଗି ରହିଛି ମା' କନ୍ଧୁଣୀ ଦେବୀଙ୍କ ମନ୍ଦିର । ଯେଉଁଠି ଅନବରତ ବାହାରୁଛି ଗରମ ପାଣି । ବିଶ୍ଵାସ ଏହି ବାଷ୍ପୀଭୂତ ପାଣିରେ ସ୍ନାନ କଲେ ଭଲ ହୋଇଯାଏ ଚର୍ମ ରୋଗ ।

ଏହି ସ୍ଥାନ ହେଉଛି ଗଞ୍ଜାମ ଓ ଗଜପତି ସୀମାନ୍ତରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତପ୍ତପାଣି ଉଷ୍ମପ୍ରସ୍ରବଣ । ଯାହାକି ୩୦୦ରୁ ବର୍ଷରୁ ଅଧିକ ପୁରୁଣା ବୋଲି ଆଦିବାସୀ ବିଶ୍ଵାସ କରନ୍ତି । ଏଠାରେ ମା' କନ୍ଧୁଣୀ ଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକ ।

ଏଥିସହ ପଢ଼ନ୍ତୁ: ଟ୍ରେନ୍‌ରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି, କେମିତି ରହିବ ସୁରକ୍ଷା ବ୍ୟବସ୍ଥା ? 

ସଂକ୍ରାନ୍ତି ଏବଂ ଦଶହରା ସମୟରେ ଏଠି ଲୋକଙ୍କ ଗହଳି ଦେଖିବାକୁ ମିଳେ । ମା' କନ୍ଧୁଣୀ ଦେବୀଙ୍କୁ ନେଇ ଜନମାନସରେ ଅନ୍ୟ ମାନ୍ୟତା ବି ରହିଛି । ବିଶ୍ଵାସ ରହିଛି ମା'ଙ୍କ ପୀଠରେ ଶ୍ରଦ୍ଧାର ସହ ପ୍ରାର୍ଥନା କଲେ ମନସ୍କାମନା ପୂରଣ ହୁଏ । ବିଶେଷ କରି ସନ୍ତାନ ପ୍ରାପ୍ତି ଆଶାରେ ଅନେକ ମହିଳା ଏଠାକୁ ଆସି ବ୍ରତ ରଖି ମା'ଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

ପ୍ରକୃତି ଓ ଆଦିବାସୀ ସଂସ୍କୃତି

ମା' କନ୍ଧୁଣୀ ଦେବୀ ମୁଖ୍ୟତଃ ଆଦିବାସୀମାନଙ୍କ ଦ୍ୱାରା ପୂଜା ପାଉଥିବା ପ୍ରମୁଖ ଦେବୀ । ଏଠାରେ ମା' କୌଣସି ପଥର ନିର୍ମିତ ପାରମ୍ପରିକ ମୂର୍ତ୍ତି ବଦଳରେ ପ୍ରାକୃତିକ ପଥର/ଶିଳା ରୂପରେ ପୂଜା ପାଆନ୍ତି । ଯେଉଁଠାରୁ ପ୍ରକୃତିର ନିୟମ ଅନୁସାରେ ଗରମ ପାଣି ନିର୍ଗତ ହୋଇଥାଏ । ମନ୍ଦିର କୁଣ୍ଡ ମଧ୍ୟରୁ ବାହାରୁଥିବା ପାଣି ସବୁବେଳେ ଗରମ ରହିଥାଏ । ଏହି ପାଣିରେ ଗନ୍ଧକ (Sulfur) ଥିବାରୁ ଏଥିରେ ସ୍ନାନ କଲେ ବିଭିନ୍ନ ପ୍ରକାରର ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଆସ୍ଥା ଓ ମନସ୍କାମନା

ବିଶ୍ୱାସ ରହିଛି ଯେ ମା'ଙ୍କ ପୀଠରେ ଶ୍ରଦ୍ଧାର ସହ ପ୍ରାର୍ଥନା କଲେ ମନସ୍କାମନା ପୂରଣ ହୁଏ । ବିଶେଷ କରି ସନ୍ତାନ ପ୍ରାପ୍ତି ଆଶାରେ ଅନେକ ମହିଳା ଏଠାକୁ ଆସି ବ୍ରତ ରଖି ମା'ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏଠାରେ ରହିଛି ଗୁଆ ଖୋଜିବାର ପରମ୍ପରା । ପ୍ରତି ସୋମବାର ଏବଂ ସଂକ୍ରାନ୍ତି ତିଥିରେ ଶ୍ରଦ୍ଧାଳୁମାନେ ଉଷ୍ଣ ପ୍ରସ୍ରବଣ କୁଣ୍ଡ ମଧ୍ୟରୁ ଦଉଡ଼ି ବା ଅଙ୍କୁଶ ସାହାଯ୍ୟରେ ଗୁଆ ଖୋଜିବାର ଏକ ସ୍ୱତନ୍ତ୍ର ପରମ୍ପରା ଏଠାରେ ପ୍ରଚଳିତ । 

ଏଥିସହ ପଢ଼ନ୍ତୁ: ତପ୍ତପାଣିରେ ପହଞ୍ଚିଲେ ରାଷ୍ଟ୍ରପତି; ଅପରାହ୍ଣରେ କରିବେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ 

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଟି. ଗୋବିନ୍ଦପୁର ଗ୍ରାମପଞ୍ଚାୟରେ ରହିଛି ତପ୍ତପାଣି ଉଷ୍ମପ୍ରସ୍ରବଣ । ଏଠାରେ ନିରନ୍ତର ମାଟିତଳୁ ଉଷ୍ଣ ଜଳ ନିର୍ଗତ ହୋଇଥାଏ । ଏକଦା ଏହି ସ୍ଥାନ ଘଞ୍ଚ ଜଙ୍ଗଲରେ ଥିଲା । ମା' କନ୍ଧୁଣୀ ଦେବୀ ସ୍ଵପ୍ନରେ ଆସି ଆଦିବାସୀଙ୍କୁ ସେ ସେଠାରେ ବିଦ୍ୟମାନ ଥିବା ସ୍ଵପ୍ନାଦେଶ ଦେଇଥିଲେ । ଅପରାହ୍ଣରେ ସେହି ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: