Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚନ୍ଦ୍ରଭାଗାରେ ବୁଡ ଦେଇ ନିଜକୁ ଧନ୍ୟ ମନେ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

Odisha

ଚନ୍ଦ୍ରଭାଗାରେ ବୁଡ ଦେଇ ନିଜକୁ ଧନ୍ୟ ମନେ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

Jitendra Dash
Browse all articles by Jitendra Dash
·2 years ago·1 min read
ଚନ୍ଦ୍ରଭାଗାରେ ବୁଡ ଦେଇ ନିଜକୁ ଧନ୍ୟ ମନେ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ଅର୍ଗସ ବ୍ୟୁରୋ : ପାପ ମୋଚନୀ ଅର୍କ କ୍ଷେତ୍ରରେ ବୁଡ ଦେଲେ ଶ୍ରଦ୍ଧାଳୁ । ମାଘ ସପ୍ତମୀର ପବିତ୍ର ତିଥିରେ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ବୁଡ ଦେଇ ନିଜକୁ ଧନ୍ୟ ମନେ କରିଛନ୍ତି ଶ୍ରଦ୍ଧାଳୁ । ସକାଳୁ ସକାଳୁ ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ତୀର୍ଥଜଳରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ରହିଥାଏ ପରମ୍ପରା । ଦାନ ଧର୍ମ କରି ପୁଣ୍ୟ ଅର୍ଜନ କରିବାର ବିଶ୍ଵାସ ରହିଛି । 

ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି । ସେହି ଅର୍କ ତୀର୍ଥ ପରବର୍ତ୍ତୀ କାଳରେ ଚନ୍ଦ୍ରଭାଗା ତୀର୍ଥ’ ନାମରେ ପ୍ରସିଦ୍ଧ ହୋଇଛି । ସ୍ବର୍ଗର ପୁଣ୍ୟତୋୟା ସରସ୍ବତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନାମରେ ପ୍ରବାହିତ ହୋଇଥିଲେ । ତା’ପରେ ଏହା ଚିତ୍ରୋତ୍ପଳା, କାଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ରରେ ପଡ଼ିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶାମ୍ବ ଏହି ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟ ଉପାସନା କରି କୁଷ୍ଠରୋଗରୁ ମୁକ୍ତିଲାଭ କରିଥିଲେ । ତେଣୁ ପ୍ରାଚୀନ କାଳରୁ ଏହି କ୍ଷେତ୍ରର ରହିଛି ବର୍ଣ୍ଣନା । ତେବେ ଆଜି ମାଘ ସପ୍ତମୀରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ୩୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ସମଗ୍ର ଅଞ୍ଚଳ ସିସିଟିଭି ବଳୟରେ ରହିବା ସହ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଅଧିକାରୀ କାର୍ଯ୍ୟରେ ନିୟୋଜିତ ଥିଲେ ।

Argus Whatsapp Channel Mobile Top
Sponsored
Magha Saptami Chandrabhaga Buda Kahani | Argus News