Mahanadi Water Dispute / ଖୁବଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ; ସଙ୍କେତ ଦେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ
·1 hour ago·2 min read

Key Points
ମହାନଦୀକୁ ନେଇ ଦୀର୍ଘ ଦିନରୁ ଲାଗି ରହିଛି ବିବାଦ
ଖୁବଶୀଘ୍ର ଶେଷ ହେବ ମହାନଦୀ ଜଳ ବିବାଦ
ଓଡିଶା ଆସି ସଂକେତ ଦେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ
ଖୁବଶୀଘ୍ର ଶେଷ ହେବ ମହାନଦୀ ଜଳ ବିବାଦ
ଓଡିଶା ଆସି ସଂକେତ ଦେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଟ୍ରିପଲ୍ ଇଂଜିନ ସରକାରରେ ମହାନଦୀ ବିବାଦର ସମାଧାନ । ଆଗରୁ ମୋହନ କହୁଥିଲେ, ଆଜି ବିଷ୍ଣୁ କହିଲେ । ଆପୋଷ ବୁଝାମଣାରେ ବାହାରିବ ମହାନଦୀ ଜଳ ବିବାଦ ସମାଧାନର ବାଟ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏଭଳି କିଛି ବୟାନ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ମହାନଦୀ ଜଳ ସମସ୍ୟା ଆଉ ବିବାଦ ହୋଇ ରହି ନ ଥିବା ବେଳେ ଦିଲ୍ଲୀରେ CWCର ନିଷ୍ପତ୍ତି ମାନିବାକୁ ଉଭୟ ରାଜ୍ୟ ରାଜି ହୋଇଥିବା କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।
ପଢନ୍ତୁ ଏହି ଖବର: ଟ୍ରିପଲ୍ ଇଞ୍ଜିନ୍ ସରକାରରେ ବାହାରିଲା ସମାଧାନର ବାଟ
- ଦୀର୍ଘ ଦିନରୁ ଦୁଇ ରାଜ୍ୟ ଭିତରେ ଚାଲିଛି ଟଣାଓଟରା
- ଛତିଶଗଡ ସିଏମଙ୍କ ବୟାନ ପରେ ଶାସକ ବିରୋଧୀ ମୁଁହାମୁହିଁ
ପଢନ୍ତୁ ଏହି ଖବର: ଟ୍ରିପଲ୍ ଇଞ୍ଜିନ୍ ସରକାରରେ ବାହାରିଲା ସମାଧାନର ବାଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ଦିନ ପୂର୍ବରୁ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ ଯେ ମହାନଦୀ ଜଳ ବିବାଦ ସମସ୍ୟା ସମାଧାନ ଦିଗରେ କୌଣସି ପ୍ରକାର ଛଳନା କିମ୍ବା କପଟତା କରାଯାଉନାହିଁ ବରଂ ଏହାକୁ ଦୁଇଟି ସ୍ତରରେ ସଫଳତାର ସହ ଆଗକୁ ନିଆଯାଉଛି । ଆଇନଗତ ଦୃଷ୍ଟିକୋଣରୁ ଯାହା ଆବଶ୍ୟକ ତାହା କରାଯାଉଥିବା ବେଳେ ବର୍ତ୍ତମାନର ଟ୍ରିବ୍ୟୁନାଲରେ ଆମ ପକ୍ଷର ଓଜନ ଅଧିକ ରହିଛି ବୋଲି କୁହାଯାଇଛି । ବହୁତ ଶୀଘ୍ର ଏହାର ସଠିକ୍ ସମାଧାନ ହେବ ବୋଲି ସେ କହିଥିଲେ ।
Related Topics
Explore more stories