Videos
|
Odisha

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ : ୨୦୨୧ ଜାନୁଆରୀ ୨ରେ ରକ୍ତରଞ୍ଜିତ ହୋଇଥିଲା ମାହାଙ୍ଗା ମାଟି । ଗରିବଙ୍କୁ ଆବାସ ଦିଆନଯିବାର ପ୍ରତିବାଦ କରିବାରୁ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନୃସଂସ ହତ୍ୟା କରାଯାଇଥିଲା । ଏହି ବର୍ବର ଘଟଣାକୁ ୩ ବର୍ଷ, ପୂରିଲାଣି କିନ୍ତୁ ଏବେ ବି ଖୋଲା ବୁଲୁଛନ୍ତି ହତ୍ୟାକାରୀ । କୁଳିଆ ଯୁବ ସଂକଳ୍ପ ସମାବେଶରେ ଏହି ବହୁ ଚର୍ଚ୍ଚିତ ହତ୍ୟା ପ୍ରସଙ୍ଗ ଉଠାଇ ମାହାଙ୍ଗାବାସୀଙ୍କ ସ୍ମୃତିକୁ ତାଜା କରିଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଗରିବଙ୍କ ହକ୍ ପାଇଁ ଲଢେଇ କରି ଯେଉଁଭଳି ଭାବେ କୁଳମଣି ବରାଳ ଜୀବନ ଦେଲେ ତାଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦିଆଯିବ କି ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ । ମାହାଙ୍ଗା ଡବଲ ମର୍ଡର କେସରେ ମୁଦାଲା ନମ୍ବର ୧୩ ଥିଲେ ସେତେବେଳର ଆଇନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ହେଲେ ପ୍ରତାପଙ୍କ ନାଁ ପ୍ରଥମେ ଚାର୍ଜସିଟରୁ କାଟିଦେଇଥିଲା ମାହାଙ୍ଗା ପୋଲିସ, ପ୍ରୋଟେଷ୍ଟ ପିଟିସନ ଫାଇଲ କରିଥିଲେ ମୃତ କୁଳମଣି ବରାଳଙ୍କ ପରିବାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କୋର୍ଟ ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କେବଳ ଡବଲ ମର୍ଡର ନୁହେଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଓରଫ୍ କାବୁଆ ମୃତ୍ୟୁ ଘଟଣାରେ ପ୍ରତାପ ଜେନାଙ୍କ ଭୂମିକା ସନ୍ଦେହ ଘେରରେ । ପ୍ରତାପ ଜେନା କାବୁଆକୁ କଲ କରିଥିବାର ସିଡିଆରରୁ ପୋଲିସକୁ ମିଳିଥିଲା ପ୍ରମାଣ, ହେଲେ ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେଇଦେଇଥିଲା ପୋଲିସ, ମାତ୍ର ଆଇନ ଜାଲରୁ ଖସିପାରିନଥିଲେ ପୂର୍ବତନ ଆଇନମନ୍ତ୍ରୀ । କୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଦାଲା ନମ୍ବର-୧୩ ପ୍ରତାପ ଜେନାଙ୍କ ବିରୋଧରେ ଲାଗିଥିଲା ଦଫା-୩୦୨, ୫୦୬ ଓ ୧୨୦ବି । ଏବେ ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: