|
logo
Live
Argus News App
GET APP

Argus News - ବିଦେଶୀ ସଂସ୍କୃତିକୁ ଶ୍ରୀମନ୍ଦିର ପରମ୍ପରା ମଧ୍ୟରେ ଥୋପିବାକୁ ପ୍ରୟାସ

Odisha

ବିଦେଶୀ ସଂସ୍କୃତିକୁ ଶ୍ରୀମନ୍ଦିର ପରମ୍ପରା ମଧ୍ୟରେ ଥୋପିବାକୁ ପ୍ରୟାସ

Smruti Parija
Browse all articles by Smruti Parija
·2 years ago·2 min read
ବିଦେଶୀ ସଂସ୍କୃତିକୁ ଶ୍ରୀମନ୍ଦିର ପରମ୍ପରା ମଧ୍ୟରେ ଥୋପିବାକୁ ପ୍ରୟାସ

Key Points

  • ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର
  • ବିଦେଶୀ ସଂସ୍କୃତିକୁ ଶ୍ରୀମନ୍ଦିର ପରମ୍ପରା ମଧ୍ୟରେ ଥୋପିବାକୁ ପ୍ରୟାସ
  • ଇଂରାଜୀ ନୂଆ ବର୍ଷ ପାଇଁ ମହାପ୍ରଭୁଙ୍କୁ ଉଜାଗର ରଖିବାକୁ ଯୋଜନା
  • ଡିସେମ୍ବର 31ରେ ପଡ଼ିବନି ମହାପ୍ରଭୁଙ୍କ ପହଡ଼, ସାରାରାତି ଚାଲିବ ଦର୍ଶନ
  • ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକୁ ପରମ୍ପାର ବିରୋଧୀ କହିଲେ ଜଗନ୍ନାଥ ପ୍ରେମୀ
  • ରାଜ୍ୟ ସରକାରଙ୍କ ସନାତନ ବିରୋଧୀ ମାନସିକତାକୁ ସାରା ରାଜ୍ୟରେ ବିରୋଧ
     

ପୁରୀ: କାହା ପରାମର୍ଶରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ଏ ନିଷ୍ପତି । ଯେଉଁ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ନିଷେଦ୍ଧ। ଯେଉଁ ମହାପ୍ରଭୁଙ୍କ ମହାପ୍ରସାଦରେ ବିଦେଶୀ ପରିବା ବ୍ୟବହାର ବର୍ଜନୀୟ। ସେହି ଜଗତଠାକୁରଙ୍କୁ ଇଂରାଜୀ ନୂଆ ବର୍ଷରେ ଉଜାଗର ରଖାଯିବ ବୋଲି କେମିତି ଚିନ୍ତା କରିପାରିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ଏ ପରମ୍ପରା ବିରୋଧୀ ଯୋଜନା ପାଇଁ ତାଙ୍କୁ ଅଧିକାର ଦେଲା କିଏ ? ଏଭଳି ଘୋଷଣା କରିବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ପରାମର୍ଶ ଲୋଡିଥିଲେ କି ? ଡିସେମ୍ବର 31 ରାତିରେ ମହାପ୍ରଭୁଙ୍କ ପହଡ଼ ପଡ଼ିବ ନାହିଁ କେଉଁ ଶାସ୍ତ୍ର ଏହାର ଅନୁମତି ଦେଉଛି ? କାହା ସ୍ବାର୍ଥରେ ଏଭଳି ନିଷ୍ପତି ? 

ଭିଭିଆଇପି ମାନଙ୍କୁ ରାତିସାରା ଦର୍ଶନ କରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ସାଙ୍ଘାତିକ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛି ଜଗନ୍ନାଥ ସେନା । ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତି କିମ୍ବା ଭାରତୀୟ ନୂଆବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦାରେ ମହାପ୍ରଭୁଙ୍କୁ ପହୁଡ଼ କରାଯାଉଥିବା ବେଳେ ଇଂରାଜୀ ନୂଆବର୍ଷରେ କାହିଁକି ଚତୁର୍ଦ୍ଧା ମୂରତି ଅନିଦ୍ରା ରହିବେ ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ । ବରିଷ୍ଠ ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ କହିଛନ୍ତି ପରମ୍ପରା ବିରୋଧୀ। 

ବଡ ଦିନରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ

କେବଳ ଏହି ଘଟଣା ନୁହେଁ ବିଜେଡି ସରକାର ବାରମ୍ବାର ଶ୍ରୀମନ୍ଦିର ଓ ସନାତନ ପରମ୍ପରା ବିରୋଧୀ ଆଭିମୁଖ୍ୟ ଆପଣାଇ ଆସିଛନ୍ତି। ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ବିବାଦୀୟ ରହିଆସିଛି ଓଡ଼ିଶା ସରକାରଙ୍କ ଭୂମିକା। 

1 - ବ୍ରହ୍ମ ବିଭ୍ରାଟ - 2015 ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ସମୟରେ ହେଲା ଘୋର ବିଭ୍ରାଟ। ସାମ୍ନାକୁ ଆସିଥିଲା ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ଅପାରଗତା । 
2 - ରଥଯାତ୍ରା ବନ୍ଦ ନିଷ୍ପତ୍ତି - କୋରୋନା ସମୟରେ ବାହାନା କରି ରଥଯାତ୍ରା ବନ୍ଦ କରିବାକୁ ଚାହୁଁଥିଲେ ରାଜ୍ୟ ସରକାର। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁରୁଖୁରୁରେ ରଥଯାତ୍ରା ହେଲା। 
3 - ଚାରି ଦୁଆର ଖୋଲିବା ପ୍ରସଙ୍ଗ - ଚାରିଦ୍ବାର ଖୋଲା ପ୍ରସଙ୍ଗରେ ମଧ୍ୟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଭୂଆଁ ବୁଲାଇଛନ୍ତି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ କରିବ ବାଟାଲିୟନ

କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ଚାରିଦ୍ବାର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ସତ୍ବେ ନିଜ ଜିଦରେ ଅଟଳ ରାଜ୍ୟ ସରକାର । 

ଏଥିସହ ରାଜ୍ୟ ସରକାରଙ୍କର ସବୁଠୁ ବଡ଼ ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟ ହେଉଛି 45 ବର୍ଷ ଧରି ଭିତର ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି ନହେବା। ଏପରିକି ହୋଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଏଡ଼ାଇ ଚାଲିଛନ୍ତି ରାଜ୍ୟ ସରକାର। ସନାତନ ଧର୍ମ ଓ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ ବିଜେଡି ସରକାର କାହିଁକି ଖେଳୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ପ୍ରେମୀ ?

ଏବେ ପ୍ରଶ୍ନ ଉଠୁଛି ଶହ ଶହ ବର୍ଷର ମହାନ ଶ୍ରୀମନ୍ଦିର ପରମ୍ପରାରେ ବିଦେଶୀ ସଂସ୍କୃତିକୁ ଥୋପିବା ଲାଗି ହୋଇଛି କି ବଡ଼ ଷଡ଼ଯନ୍ତ୍ର ?ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ଏହି ନିଷ୍ପତ୍ତି ସହିତ ସହମତି ଅଛନ୍ତି ତ ରାଜ୍ୟ ସରକାର ? ମୁଖ୍ୟମନ୍ତ୍ରୀ ଜାଣନ୍ତି କି ଏ ନିଷ୍ପତି ସମ୍ପର୍କରେ ?

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ବିଦେଶୀ ସଂସ୍କୃତିକୁ ଶ୍ରୀମନ୍ଦିର ପରମ୍ପରା ମଧ୍ୟରେ ଥୋପିବାକୁ ପ୍ରୟାସ | Argus News